ସାନିଆ ଓ ହିଙ୍ଗିସ୍ ଜିତିଲେ ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି

ଉହାନ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍ ଶନିବାର ଜିତି ଯାଇଛନ୍ତି ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସାନିଆ ଓ ହିଙ୍ଗିସ୍ ଯୋଡ଼ି କାମେଲିଆ ବେଗୁ ଓ ମୋନିକା ନିକୁଲେସ୍କୁଙ୍କୁ ୬-୨, ୬-୩ରେ ପରାସ୍ତ କରିଛନ୍ତି। ଉହାନ୍ ଓପନ୍ ମହିଳା ଡବ୍ଲ୍ସ ଟ୍ରଫି ହେଉଛି ଏହି ଭାରତୀୟ-ସ୍ୱିସ୍ ଯୋଡ଼ିଙ୍କର ଚଳିତ ବର୍ଷର ସପ୍ତମ ମିଳିତ ଡବ୍ଲ୍ୟୁଟିଏ ଟାଇଟଲ୍। ଉହାନ ଓପନ୍ […]

sainahingis

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 12:17 PM IST

ଉହାନ: ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ଓ ତାଙ୍କ ସ୍ୱିସ୍ ଯୋଡ଼ି ମାର୍ଟିନା ହିଙ୍ଗିସ୍ ଶନିବାର ଜିତି ଯାଇଛନ୍ତି ଉହାନ ଓପନ୍ ମହିଳା ଡବଲ୍ସ ଟ୍ରଫି। ଆଜି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚରେ ସାନିଆ ଓ ହିଙ୍ଗିସ୍ ଯୋଡ଼ି କାମେଲିଆ ବେଗୁ ଓ ମୋନିକା ନିକୁଲେସ୍କୁଙ୍କୁ ୬-୨, ୬-୩ରେ ପରାସ୍ତ କରିଛନ୍ତି।

ଉହାନ୍ ଓପନ୍ ମହିଳା ଡବ୍ଲ୍ସ ଟ୍ରଫି ହେଉଛି ଏହି ଭାରତୀୟ-ସ୍ୱିସ୍ ଯୋଡ଼ିଙ୍କର ଚଳିତ ବର୍ଷର ସପ୍ତମ ମିଳିତ ଡବ୍ଲ୍ୟୁଟିଏ ଟାଇଟଲ୍। ଉହାନ ଓପନ୍ ପୂର୍ବରୁ ସାନିଆ ଓ ହିଙ୍ଗିସ୍ ଇଣ୍ଡିଆନ୍ ୱେଲ୍ସ, ମିଆମି, ଚାର୍ଲସଟୋନ୍, ୱିମ୍ବଲଡନ୍, ୟୁଏସ୍ ଓପନ୍ ଓ ଗୁଆଙ୍ଗଝୁ ଓପନର ମହିଳା ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ଯୋଡ଼ି ସେମାନଙ୍କର ଶେଷ ତିନିଟି ଟୁର୍ଣ୍ଣାମେଣ୍ଟ୍ ଓ ଶେଷ ୧୩ଟି ମ୍ୟାଚରେ ଗୋଟିଏ ବି ସେଟ୍ ଡ୍ରପ୍ ନକରି ଜିତିଛନ୍ତି। ଏବେ ଏହି ଯୋଡ଼ିଙ୍କ ଲକ୍ଷ୍ୟ ହେଉଛି ବେଜିଂରେ ଅନୁଷ୍ଠିତ ହେବାକୁ ଥିବା ଚାଇନା ଓପନ୍।

Related story