ସାନିଆଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ଓ ରୋହିତଙ୍କ ସମେତ ୧୭ ଜଣଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜା ପାଇବେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର। ଶୁକ୍ରବାର ସରକାର ଆନୁଷ୍ଠନିକ ଭାବେ ଏହି ଘୋଷଣା କରିଛନ୍ତି। ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହେବାରେ ସେ ହେଉଛନ୍ତି ଭାରତର ଦ୍ୱିତୀୟ ଟେନିସ୍ ଖେଳାଳି। ତାଙ୍କ ପୂର୍ବରୁ ଲିଆଣ୍ଡର ପେସ୍ ଏହି ପୁରସ୍କାର ପାଇ ସାରିଛନ୍ତି। ୧୯୯୬ ମସିହାରେ ଆଟଲାଣ୍ଟ ଅଲିମ୍ପିକରେ ବ୍ରୋଞ୍ଜ୍ ପଦକ ଜିତିବା ପରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ୨୦୧୫ ମସିହା ପାଇଁ ଅର୍ଜୁନ୍ […]

saniamirza

Rakesh Mallick
  • Published: Friday, 14 August 2015
  • , Updated: 14 August 2015, 05:08 PM IST

ନୂଆଦିଲ୍ଲୀ: ଟେନିସ୍ ତାରକା ସାନିଆ ମିର୍ଜା ପାଇବେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର। ଶୁକ୍ରବାର ସରକାର ଆନୁଷ୍ଠନିକ ଭାବେ ଏହି ଘୋଷଣା କରିଛନ୍ତି। ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହେବାରେ ସେ ହେଉଛନ୍ତି ଭାରତର ଦ୍ୱିତୀୟ ଟେନିସ୍ ଖେଳାଳି। ତାଙ୍କ ପୂର୍ବରୁ ଲିଆଣ୍ଡର ପେସ୍ ଏହି ପୁରସ୍କାର ପାଇ ସାରିଛନ୍ତି। ୧୯୯୬ ମସିହାରେ ଆଟଲାଣ୍ଟ ଅଲିମ୍ପିକରେ ବ୍ରୋଞ୍ଜ୍ ପଦକ ଜିତିବା ପରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ସେହିପରି ୨୦୧୫ ମସିହା ପାଇଁ ଅର୍ଜୁନ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଖେଳାଳିଙ୍କ ନାମ ବି ଘୋଷଣା କରିଛନ୍ତି ସରକାର। ଏହି ତାଲିକରେ ରହିଛି ୧୭ଟି ନାଁ। ଏହି ତାଲିକାରେ ରହିଛନ୍ତି କ୍ରିକେଟ୍ ତାରକା ରୋହିତ ଶର୍ମା ଓ ସୁଟର ଜିତୁ ରାଏ। ସେହିପରି ରେସଲର ବଜରଙ୍ଗ ଓ ବବିତା, ଆଥଲେଟ୍ ଏମ.ଆର. ପୁଭାମ୍ମା, ବକ୍ସର ମନଦୀପ ଜାନଗ୍ରା ଓ ହକି ତାରକା ପି.ଆର୍ ଶ୍ରୀଜେଶ ମଧ୍ୟ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

Related story