ଜାଡେଜା ଓ ହର୍ଷା ଭୋଗଲେଙ୍କ ସହ ବିବାଦକୁ ନେଇ ଏମିତି କହିଲେ ମଞ୍ଜରେକର

ନୂଆଦିଲ୍ଲୀ: କ୍ରିକେଟ୍ କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର ୨୦୧୯ରେ ନିଜ ସହ ହୋଇଥିବା ବିବାଦକୁ ନେଇ ବଡ଼ ଖୁଲାସା କରିଛନ୍ତି। ମଞ୍ଜରେକର ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସାଥୀ କମେଣ୍ଟେଟର୍ ହର୍ଷା ଭୋଗଲେଙ୍କ ସହ ନିଜ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ବର୍ଷ ବିଶ୍ୱକପ୍ ବେଳେ ମଞ୍ଜରେକର ଜାଡେଜାଙ୍କୁ ନେଇ କହିଥିଲେ, ମୋତେ ଏଭଳି ଖେଳାଳି ପସନ୍ଦ ନୁହନ୍ତି, ଯିଏ ଠିକ୍ ଭାବେ ପ୍ରଦର୍ଶନ କରିପାରନ୍ତି ନାହିଁ, ଠିକ୍ ଯେପରି ଜାଡେଜା ଦିନିକିଆରେ […]

sanjay

Ranjit Kumar Jena
  • Published: Tuesday, 31 December 2019
  • , Updated: 31 December 2019, 08:08 PM IST

ନୂଆଦିଲ୍ଲୀ: କ୍ରିକେଟ୍ କମେଣ୍ଟେଟର୍ ସଞ୍ଜୟ ମଞ୍ଜରେକର ୨୦୧୯ରେ ନିଜ ସହ ହୋଇଥିବା ବିବାଦକୁ ନେଇ ବଡ଼ ଖୁଲାସା କରିଛନ୍ତି। ମଞ୍ଜରେକର ଟିମ୍ ଇଣ୍ଡିଆର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ସାଥୀ କମେଣ୍ଟେଟର୍ ହର୍ଷା ଭୋଗଲେଙ୍କ ସହ ନିଜ ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହି ବର୍ଷ ବିଶ୍ୱକପ୍ ବେଳେ ମଞ୍ଜରେକର ଜାଡେଜାଙ୍କୁ ନେଇ କହିଥିଲେ, ମୋତେ ଏଭଳି ଖେଳାଳି ପସନ୍ଦ ନୁହନ୍ତି, ଯିଏ ଠିକ୍ ଭାବେ ପ୍ରଦର୍ଶନ କରିପାରନ୍ତି ନାହିଁ, ଠିକ୍ ଯେପରି ଜାଡେଜା ଦିନିକିଆରେ ପ୍ରଦର୍ଶନ କରୁଛନ୍ତି। ଏହା ପରେ ଜାଡେଜା ମଧ୍ୟ ଟ୍ୱିଟ୍ କରି ମଞ୍ଜରେକରଙ୍କ ଉପରେ ବର୍ଷିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଜାଡେଜା ୭୭ ରନର ଇନିଂସ୍ ଖେଳି ମଞ୍ଜରେକରଙ୍କୁ ଉଚିତ୍ ଜବାବ ଦେଇଥିଲେ।

ଏହି ବିବାଦକୁ ନେଇ ମଞ୍ଜରେକର ବର୍ଷର ଅନ୍ତିମ ଦିନରେ କହିଛନ୍ତି, ମୁଁ ୧୯୯୭-୯୮ରେ ଏହି ପେସା (କମେଣ୍ଟେଟର) ଆରମ୍ଭ କରିଥିଲି, ଏଥିରେ ମୋର ୨୦-୨୧ ବର୍ଷ ହୋଇଗଲାଣି। ବିଶ୍ଳେଷକ ଏବଂ କମେଣ୍ଟେଟର ଭାବେ ଏହା ମୋର ସବୁଠାରୁ ଖରାପ ବର୍ଷ ଥିଲା। ଜାଡେଜା ଏବଂ ମୋ ମଧ୍ୟରେ କୌଣସି ଭୁଲବୁଝାମଣା ନାହିଁ। ଜାଡେଜା ଯାହା ଶୁଣିଲେ ମୁଁ ଠିକ୍ ସେୟା କହିଥିଲି। ତେଣୁ ମୋତେ ଲାଗୁନି ଯେ, ଏହା ଉପରେ ସଫେଇ ଦେବା ପାଇଁ ମୋତେ ଜାଡେଜାଙ୍କୁ ସାକ୍ଷାତ କରିବାକୁ ପଡ଼ିବ। ସାଧାରଣତଃ କ୍ରିକେଟରେ ଏଭଳି ବ୍ୟବହାର ଏକ ଟର୍ମ।

ମଞ୍ଜରେକର ଆହୁରି କହିଛନ୍ତି, ଯେତେବେଳେ ମୁଁ ଏଭଳି ବ୍ୟବହାର କଲି, ଏହା ପରେ ଜାଡେଜା ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କଲେ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ସେ ଯେଉଁଭଳି ଇନିଂସ୍ ଖେଳିଲେ, ପୂର୍ବରୁ ତାଙ୍କଠାରୁ ଏଭଳି ପ୍ରଦର୍ଶଦ କେବେବି ଦେଖିବାକୁ ମିଳିନଥିଲା।

ଜାଡେଜାଙ୍କ ପରେ ମଞ୍ଜରେକର କମେଣ୍ଟ୍ରୀ ଚାଲିଥିଲା ବେଳେ ହର୍ଷା ଭୋଗଲେଙ୍କ ସହ ଜୋରଦାର ଯୁକ୍ତିତର୍କ କରିଥିଲେ। ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍ ବେଳେ ହର୍ଷା ପିଙ୍କ୍ ବଲର ସଠିକ୍ ଦୃଶ୍ୟମାନ ନେଇ ପ୍ରଶ୍ନ ଉଠାଇଥିଲେ। ଯାହା ପରେ ଉଭୟ କମେଣ୍ଟେଟରଙ୍କ ମଧ୍ୟରେ ପ୍ରବଳ ଯୁକ୍ତି ହୋଇଥିଲା।

Related story