ସନ୍ତୋଷ ଟ୍ରଫି ଫୁଟବଲ: ଓଡ଼ିଶା ପରାସ୍ତ

ଲୁଧିଆନା: ପଞ୍ଜାବର ଲୁଧିଆନାଠାରେ ଚାଲିଥିବା ୭୩ତମ ଜାତୀୟ ଫୁଟବଲ ଚାମ୍ପିଅନଶିପ ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡର ପ୍ରଥମ ମ୍ୟାଚରେ ଓଡ଼ିଶା ୨-୩ ଗୋଲରେ ମେଘାଳୟ ନିକଟରୁ ପରାସ୍ତ ହୋଇଛି। ୭୦ ମିନିଟ୍ ସୁଦ୍ଧା ମ୍ୟାଚ୍ ୨-୨ରେ ବରାବର ରହିଥିଲା। ତେବେ ୭୨ତମ ମିନିଟରେ ମେଘାଳୟ ବିଜୟସୂଚକ ଗୋଲ୍ ଦେଇ ମ୍ୟାଚକୁ ହାତେଇ ନେଇଥିଲା। ସପ୍ତମ ମିନିଟରେ ଚନ୍ଦ୍ର ମୁଦୁଲି ଗୋଟିଏ ଗୋଲ୍ ଦେଇ ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିବା ବେଳେ ୪୦ତମ ମିନିଟରେ ମେଘାଳୟର ରାଇକୁତଶିଶା ବୁଆମ୍ […]

santosh

Ranjit Kumar Jena
  • Published: Wednesday, 10 April 2019
  • , Updated: 10 April 2019, 07:25 PM IST

ଲୁଧିଆନା: ପଞ୍ଜାବର ଲୁଧିଆନାଠାରେ ଚାଲିଥିବା ୭୩ତମ ଜାତୀୟ ଫୁଟବଲ ଚାମ୍ପିଅନଶିପ ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡର ପ୍ରଥମ ମ୍ୟାଚରେ ଓଡ଼ିଶା ୨-୩ ଗୋଲରେ ମେଘାଳୟ ନିକଟରୁ ପରାସ୍ତ ହୋଇଛି। ୭୦ ମିନିଟ୍ ସୁଦ୍ଧା ମ୍ୟାଚ୍ ୨-୨ରେ ବରାବର ରହିଥିଲା। ତେବେ ୭୨ତମ ମିନିଟରେ ମେଘାଳୟ ବିଜୟସୂଚକ ଗୋଲ୍ ଦେଇ ମ୍ୟାଚକୁ ହାତେଇ ନେଇଥିଲା।

ସପ୍ତମ ମିନିଟରେ ଚନ୍ଦ୍ର ମୁଦୁଲି ଗୋଟିଏ ଗୋଲ୍ ଦେଇ ଓଡ଼ିଶାକୁ ୧-୦ରେ ଆଗୁଆ କରାଇଥିବା ବେଳେ ୪୦ତମ ମିନିଟରେ ମେଘାଳୟର ରାଇକୁତଶିଶା ବୁଆମ୍ ଗୋଲ୍ ଦେଇ ସ୍କୋରକୁ ୧-୧ରେ ବରାବର କରିଥିଲେ।

ପ୍ରଥମାର୍ଦ୍ଧର ଇଞ୍ଜୁରୀ ଟାଇମରେ ମେଘାଳୟର ଏନିଷ୍ଟର ମାଲଙ୍ଗିଆଙ୍ଗ୍ (୪୫+୨ତମ) ଗୋଟିଏ ଗୋଲ୍ ଦେଇ ନିଜ ଦଳକୁ ଆଗୁଆ କରାଇଥିବା ବେଳେ ୫୪ତମ ମିନିଟରେ ଓଡ଼ିଶାର ପ୍ରଶାନ୍ତ ଶ୍ରୀହରି ଗୋଲ୍ ଦେଇ ସ୍କୋରକୁ ବରାବର କରିଥିଲେ। ତେବେ ୭୨ତମ ମିନିଟରେ ବୁଆମ ଗୋଟିଏ ଗୋଲ୍ ଦେଇ ମେଘାଳୟକୁ ୩-୨ରେ ବିଜୟୀ କରାଇଥିଲେ। ଆସନ୍ତା ୧୨ ତାରିଖରେ ଓଡ଼ିଶା ତା'ର ପରବର୍ତ୍ତୀ ମ୍ୟାଚରେ ସର୍ଭିସେସକୁ ଭେଟିବ।

Related story