ଚାଇନା ଓପନ: ସେମିରେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପଦ ଆଶା ଉଜ୍ଜବୀତ ରହିଛି। ଭାରତର ଦୁଇ ଷ୍ଟାର ଶଟଲର ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ସବୁ ଖେଳାଳି ପରାସ୍ତ ହୋଇଥିବା ବେଳେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଆଜି କ୍ୱାର୍ଟର ଫାଇନାଲରେ ଜରବଦସ୍ତ ବିଜୟ ହାସଲ କରିଛନ୍ତି। ଆଜି କ୍ୱାର୍ଟର ଫାଇନାଲରେ ଏହି ଭାରତୀୟ ଯୋଡ଼ିଙ୍କ ମୁକାବିଲା ଚାଇନାର ଲି ଜୁନ ହୁ ଓ ଲିଉ ୟୁ ଚେନଙ୍କ […]

a

Hemant Lenka
  • Published: Friday, 08 November 2019
  • , Updated: 08 November 2019, 03:23 PM IST

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ପଦ ଆଶା ଉଜ୍ଜବୀତ ରହିଛି। ଭାରତର ଦୁଇ ଷ୍ଟାର ଶଟଲର ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତର ସବୁ ଖେଳାଳି ପରାସ୍ତ ହୋଇଥିବା ବେଳେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଆଜି କ୍ୱାର୍ଟର ଫାଇନାଲରେ ଜରବଦସ୍ତ ବିଜୟ ହାସଲ କରିଛନ୍ତି।

ଆଜି କ୍ୱାର୍ଟର ଫାଇନାଲରେ ଏହି ଭାରତୀୟ ଯୋଡ଼ିଙ୍କ ମୁକାବିଲା ଚାଇନାର ଲି ଜୁନ ହୁ ଓ ଲିଉ ୟୁ ଚେନଙ୍କ ସହ ହୋଇଥିଲା। ତେବେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଚମତ୍କାର ଖେଳ ପ୍ରଦର୍ଶନ କରି ୨-୦ରେ ମ୍ୟାଚ୍‌ଟିକୁ ଜିତି ନେଇଛନ୍ତି।

ମ୍ୟାଚ୍‌ ଆରମ୍ଭରୁ ହିଁ ସାତ୍ତ୍ୱିକ-ଚିରାଗ ଚାଇନାର ଲି ଓ ଲିଉଙ୍କ ଉପରେ ଚାପ ସୃଷ୍ଟି କରିବା ଆରମ୍ଭ କରିଥିଲେ। ତେବେ ଏମାନଙ୍କୁ ଚାଇନାର ଦୁଇ ଖେଳାଳି କଡ଼ା ଟକ୍କର ଦେଇଥିଲେ। ତଥାପି ସାତ୍ତ୍ୱିକ-ଚିରାଗ ୨୧-୧୯ରେ ସେଟ୍‌କୁ ଜିତି ନେଇଥିଲେ। ଏହାପରେ ଦ୍ୱିତୀୟ ସେଟ୍‌କୁ ୨୧-୧୫ରେ କବଜା କରି ସାତ୍ତ୍ୱିକ-ଚିରାଗ ଯୋଡ଼ି ସେମି ଫାଇନାଲ ଟିକେଟ ହାସଲ କରିଥିଲେ। ଏହି ମ୍ୟାଚ୍‌ଟି ଦୀର୍ଘ ୪୩ ମିନିଟ୍‌ ଧରି ଚାଲିଥିଲା।

ଏବେ ସେମି ଫାଇନାଲରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ବିଶ୍ୱର ନମ୍ବର ୧ ସିଡ୍‌ ତଥା ଇଣ୍ଡୋନେସିଆ ତାରକା ମାର୍କସ ଫେରନାଲଡି ଗିଡେଓନ ଓ କେଭିନ ସଞ୍ଜୟା ସୁକାମାଲୋଝଙ୍କୁ ଭେଟିବେ। ଗତମାସରେ ସାତ୍ତ୍ୱିକ-ଚିରାଗ ଫ୍ରେଞ୍ଚ ଓପନ ଫାଇନାଲରେ ଏହି ଯୋଡ଼ିଙ୍କୁ ଭେଟିଥିଲେ। ତେବେ ଭାରତକୁ ଏଥିରେ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା।

Related story