ରୌପ୍ୟରେ ସନ୍ତୁଷ୍ଟ ହେଲେ ଭାରତର ସୌରଭ ଚୌଧୁରୀ

ଦୋହା: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଦୋହାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ନିରାଶ ହୋଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୭ ବର୍ଷୀୟ ସୌରଭ ଫାଇନାଲରେ ୨୪୪.୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଉତ୍ତର କୋରିଆର କିମ ସଙ୍ଗ ଗୁକ୍‌ ରେକର୍ଡ ୨୪୬.୫ ପଏଣ୍ଟ ସ୍କୋର କରିଛନ୍ତି। ବ୍ରୋଞ୍ଜ […]

sc

Hemant Lenka
  • Published: Monday, 11 November 2019
  • , Updated: 11 November 2019, 05:32 PM IST

ଦୋହା: ଭାରତର ଷ୍ଟାର ଶୁଟର ସୌରଭ ଚୌଧୁରୀ ଦୋହାରେ ଚାଲିଥିବା ୧୪ତମ ଏସିଆନ ଚାମ୍ପିୟନଶିପ୍‌ରେ ନିରାଶ ହୋଇଛନ୍ତି। ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ସ୍ୱର୍ଣ୍ଣ ପଦକ ଜିତିବାକୁ ଲକ୍ଷ୍ୟ ରଖିଥିଲେ ହେଁ ତାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ୧୭ ବର୍ଷୀୟ ସୌରଭ ଫାଇନାଲରେ ୨୪୪.୫ ପଏଣ୍ଟ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିଥିବା ଉତ୍ତର କୋରିଆର କିମ ସଙ୍ଗ ଗୁକ୍‌ ରେକର୍ଡ ୨୪୬.୫ ପଏଣ୍ଟ ସ୍କୋର କରିଛନ୍ତି। ବ୍ରୋଞ୍ଜ ପଦକ ପାଇଥିବା ଇରାନ୍‌ର ଏଫ୍‌ ଜାଭେଦ ୨୨୧.୮ ପଏଣ୍ଟ ସ୍କୋର କରିଥିଲେ।

ଫାଇନାଲରେ ଅନ୍ୟତମ ଭାରତୀୟ ଭାବେ ଅଭିଷେକ ବର୍ମା ସ୍ଥାନ ପାଇଥିଲେ ହେଁ ସେ ୧୮୧.୫ ପଏଣ୍ଟ ସହ ତାଙ୍କୁ ୫ମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅଭିଷେକ ୫ମ ସ୍ଥାନରେ ଓ ସୌରଭ ଆଜି ରୌପ୍ୟ ପଦକ ପାଇଥିଲେ ହେଁ ଉଭୟ ୨୦୨୦ ଅଲିମ୍ପିକ୍ସ ଟିକେଟ ପୂର୍ବରୁ ହାସଲ କରିନେଇଥିଲେ।

ଆସନ୍ତାବର୍ଷ ଟୋକିଓ ଅଲିମ୍ପିକ୍ସରେ ଏବେ ଭାରତୀୟ ଶୁଟରଙ୍କ ସଂଖ୍ୟା ୧୫ରେ ପହଞ୍ଚି ଯାଇଛି। ଏହା ଏକ ରେକର୍ଡ। ପୂର୍ବରୁ କେବେ ହେଲେ ଗୋଟିଏ ଦେଶରୁ ଏତେ ସଂଖ୍ୟକ ଶୁଟର ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରି ନଥିଲେ।

Related story