ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ଅନିଲ କୁମ୍ବଲେଙ୍କ ଜନ୍ମଦିନ। ୧୯୭୦ ଅକ୍ଟୋବର ୧୭ ତାରିଖରେ ବାଙ୍ଗାଲୋର ଠାରେ କୁମ୍ବଲେ ଜନ୍ମ ନେଇଥିଲେ। ଏହାସହ କୁମ୍ବଲେ ଆଜି ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ତେଣୁ ବିଭିନ୍ନ ଆଡୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି। ଏଭଳି ମୌକାକୁ ବିରେନ୍ଦ୍ର ସେହୱାଗ କିପରି ଭୁଲିବେ। ତେଣୁ ସେ ଏକ ନିଆରା ଢଙ୍ଗରେ କୁମ୍ବଲେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୁମ୍ବଲେଙ୍କ ଜନ୍ମଦିନରେ ସେହବାଗ ସୋସିଆଲ ମିଡିରେ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇଛନ୍ତି। ଯେଉଁଥିରେ ସେହୱାଗ ଲେଖିଛନ୍ତି ଯେ ଧନତେରାସ୍ ଦିନରେ ଭାରତର ସବୁଠୁ ବଡ଼ ଧନ’ଙ୍କୁ ଶୁଭକାମନା। ଏହାସହ ସେ ଏହା ମଧ୍ୟ ଲେଖିଛନ୍ତି, ଜୟ ଜୟ ଶିବ ଶମ୍ଭୁ, ହାପି ବର୍ଥଡେ ଜୁମ୍ବୋ। ଏହାକୁ ନେଇ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି।