ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ଓ ଆଇପିଏଲରୁ ଆଜି ଅବସର ଘୋଷଣା କରିଥିବା ବୀରେନ୍ଦ୍ର ସେହୱାଗଙ୍କୁ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ଭିଭିଆନ୍ ରିର୍ଚାଡ୍ସଙ୍କ ସହିତ ତୁଳନା କରିଛନ୍ତି ଭାରତୀୟ ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି।
ସେ ଟ୍ୱିଟ୍ କରି କହିଛନ୍ତି, ମୁଁ ପ୍ରତ୍ୟକ୍ଷ ଭାବେ ଭିଭିଆନ୍ ରିଚାର୍ଡ୍ସଙ୍କ ବ୍ୟାଟିଂ ଦେଖି ନାହିଁ। କିନ୍ତୁ ମୁଁ ଗର୍ବର ସହିତ ଏହା କହିପାରିବି ଯେ ବୀରେନ୍ଦ୍ର ସେହୱାଗ ବିଶ୍ୱର ସର୍ବୋତ୍ତମ ବୋଲିଂ ଆକ୍ରମଣକୁ ମାରି ଧୂଆଁ କରି ଦେଇଛନ୍ତି।
ସେ କହିଛନ୍ତି, ଆମେ ସବୁ ବେଳେ ସକାରାତ୍ମକ ରହିବାକୁ କହୁ। ସିଙ୍ଗିଲ୍ ରନ୍ ନେବାକୁ ଉଦ୍ୟମ କରୁ। କିନ୍ତୁ ସେ ହେଉଛନ୍ତି ଜଣେ ବ୍ୟକ୍ତି ଯିଏ ବି ସର୍ବଦା ବାଉଣ୍ଡ୍ରି ମାରିବାକୁ ଉଦ୍ୟମ କରନ୍ତି। ଅନେକ ଆପଣଙ୍କ ଭଳି ଖେଳିବାକୁ ଚେଷ୍ଟା କରିବେ। କିନ୍ତୁ ମୋର ପରାମର୍ଶ ହେଉଛି ସେମାନେ ଆପଣଙ୍କ ଖେଳକୁ ଉପଭୋଗ କରନ୍ତୁ।