ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ ଓ ମହିଳା କ୍ରିକେଟ୍ ଟିମ୍ର ଚୟନକର୍ତ୍ତାଙ୍କୁ ବିସିସିଆଇର ପୁରସ୍କାର ଘୋଷଣାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ। ଏନେକ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କିଛି ଖୋଲାଖୋଲି ଏହାକୁ ବରୋଧ କରିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଟିମ୍ର ପୂର୍ବତନ ଖେଳାଲି, କୋଚ ତଥା ପୂର୍ବତନ ଚୟନକର୍ତ୍ତା ମଦନଲାଲ୍ ଏହିକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଏହି ଖବର ଶୁଣିଲେ ସେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଚୟନକର୍ତ୍ତାଙ୍କ କାମ ହେଲା କି ସେମାନେ ସର୍ବଶ୍ରେଷ୍ଠ ଟିମ୍ ଚୟନ କରିବେ। ଏଥିପାଇଁ ତାଙ୍କୁ ୧୫ଲକ୍ଷ ଲେଖାଁଏ ଟଙ୍କା ଦେବାର ଆବଶ୍ୟକତା ନାହିଁ। ଅନ୍ୟପଟେ ବିସିସିଆଇ କହିଛି ଯେ ଏହି ପରମ୍ପରା ଦୀର୍ଘଦିନ ଧରି ରହିଆସୁଛି। ଯେବେଯେବେ ଟିମ୍ ଭଲ ପ୍ରଦର୍ଶନ କରୁଛି ଏଥିପାଇଁ ଟିମ୍କୁ ପ୍ରଶଂସା କରିବା ସହ ଚୟନକର୍ତ୍ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଅଛି।