ସେମିରେ ଇଭାନୋଭିକ୍ ଓ ସାଫାରୋଭା 

ପ୍ୟାରିସ: ସର୍ବିୟାର ଆନ୍ନା ଇଭାନୋଭିକ୍ ଓ ଚେକ୍ ରିପବ୍ଲିକର ଲୁସି ସାଫାରୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ‍୍‌ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ‍୍‌ସର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ୭ ନମ୍ୱର ସିଡ୍ ଇଭାନୋଭିକ୍ ୬-୩, ୬-୨ ସେଟ‍୍‌ରେ ୧୯ ନମ୍ୱର ସିଡ୍ ୟୁକ୍ରେନର ଏଲିନା ଶ୍ୱେତୋଲିନାଙ୍କୁ ପରାସ୍ତ କରିଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ଇଭାନୋଭିକ୍ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲକୁ ଉନ୍ନୀତ […]

ana-ivanovic-french-open

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 05:04 AM IST

ପ୍ୟାରିସ: ସର୍ବିୟାର ଆନ୍ନା ଇଭାନୋଭିକ୍ ଓ ଚେକ୍ ରିପବ୍ଲିକର ଲୁସି ସାଫାରୋଭା ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ‍୍‌ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମହିଳା ସିଙ୍ଗଲ‍୍‌ସର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ୭ ନମ୍ୱର ସିଡ୍ ଇଭାନୋଭିକ୍ ୬-୩, ୬-୨ ସେଟ‍୍‌ରେ ୧୯ ନମ୍ୱର ସିଡ୍ ୟୁକ୍ରେନର ଏଲିନା ଶ୍ୱେତୋଲିନାଙ୍କୁ ପରାସ୍ତ କରିଛନ୍ତି। ବିଗତ ୭ ବର୍ଷ ମଧ୍ୟରେ ଇଭାନୋଭିକ୍ ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପ୍ରଥମ ସେଟ‍୍‌ରେ ଇଭାନୋଭିକ୍ ଦୁଇ ଥର ଶ୍ୱେତୋଲିନାଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୩ରେ ଜିତିଥିଲେ। ଦ୍ୱିତୀୟ ସେଟ‍୍‌ର ୧ମ ଓ ୭ମ ଗେମରେ ମଧ୍ୟ ଇଭାନୋଭିକ୍ ପ୍ରତିପକ୍ଷ ଖେଳାଳିଙ୍କ ସର୍ଭିସ ବ୍ରେକ କରି ଏହାକୁ ୬-୨ରେ ଜିତିବା ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି।
ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ୧୩ ନମ୍ୱର ସିଡ୍ ଚେକ୍ ରିପବ୍ଲିକରେ ଲୁସି ସାଫାରୋଭା ୭-୬, ୬-୩ ସେଟ‍୍‌ରେ ୨୧ ନମ୍ୱର ସିଡ୍ ସ୍ପେନର ଗାରବାଇନ ମୁଗୁରୁଜାଙ୍କୁ ପରାସ୍ତ କରିଛନ୍ତି। ପ୍ରଥମ ସେଟ‍୍‌ରେ ଉଭୟ ଖେଳାଳି ଦ୍ୱାଦଶ ଗେମ ପର୍ଯ୍ୟନ୍ତ ନିଜର ସର୍ଭିସ ରକ୍ଷା କରିବାରୁ ଏହା ଟାଇବ୍ରେକର ସ୍ଥିତିକୁ ଯାଇଥିଲା। ତେବେ ଟାଇବ୍ରେକରରେ ମୁଗୁରୁଜାଙ୍କ ଏକାଧିକ ତ୍ରୁଟିରୁ ଫାଇଦା ଉଠାଇ ସାଫାରୋଭା ଏହାକୁ ୭-୬ରେ ହାତେଇ ନେଇଥିଲେ। ଦ୍ୱିତୀୟ ସେଟ‍୍‌ରେ ସାଫାରୋଭାଙ୍କୁ ଅଧିକ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳିଥିଲା। ଇଭାନୋଭିକ୍ ଓ ସାଫାରୋଭା ସେମିଫାଇନାଲରେ ପରସ୍ପରକୁ ଭେଟିବେ।

ଅପରପକ୍ଷରେ ବିଶ୍ୱର ୧ ନମ୍ୱର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍ ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ମହିଳା ସିଙ୍ଗଲ‍୍‌ସରେ ୪ ନମ୍ୱର ସିଡ୍ ଚେକ୍ ରିପବ୍ଲିକ୍ର ପେଟ୍ରା କ୍ୱିଟୋଭା ପରାଜୟ ବରଣ କରିଛନ୍ତି। ସୋମବାର ପୁରୁଷ ସିଙ୍ଗଲ‍୍‌ସ ୪ର୍ଥ ରାଉଣ୍ଡ ମ୍ୟାଚରେ ଟପ‍୍‌ ସିଡ୍ ଜୋକୋଭିକ୍ ୬-୧, ୬-୨, ୬-୩ ସେଟ‍୍‌ରେ ୨୦ ନମ୍ୱର ସିଡ୍ ଫ୍ରାନ୍ସର ରିଚାର୍ଡ ଗାେସ୍କଙ୍କୁ ପରାସ୍ତ କରିଛନ୍ତି ।

Related story