ଆଉ ଆଇପିଏଲରେ ଖେଳିବେନି ଏହି ଷ୍ଟାର୍ ଅଲରାଉଣ୍ଡର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଓ ଚେନ୍ନାଇ ସୁପର୍ କିଙ୍ଗସ୍ ଷ୍ଟାର୍ ଶେନ୍ ୱାଟସନ୍ ସବୁ ପ୍ରକାରର କ୍ରିକେଟରୁ ଅଲବିଦା କହିଛନ୍ତି। ରବିବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ ପରେ ୱାଟସନ୍ ଏହି ନିଷ୍ପତ୍ତି ନେଇଛନ୍ତି। ସେ ମଧ୍ୟ ସିଏସକେର ସାଥି ଖେଳାଳିଙ୍କୁ ନିଜର ଅବସର ସମ୍ବନ୍ଧରେ କହିଥିବା ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବ ବିପକ୍ଷ ମ୍ୟାଚ୍ ଜିତିବା ପରେ ୱାଟସନ୍ ଡ୍ରେସିଂ ରୁମରେ ଖୁବ୍ ଭାବବିହ୍ୱଳ ହୋଇ ସାଥୀ ଖେଳାଳିଙ୍କୁ ନିଜର […]

watson

Ranjit Kumar Jena
  • Published: Monday, 02 November 2020
  • , Updated: 02 November 2020, 08:10 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଓ ଚେନ୍ନାଇ ସୁପର୍ କିଙ୍ଗସ୍ ଷ୍ଟାର୍ ଶେନ୍ ୱାଟସନ୍ ସବୁ ପ୍ରକାରର କ୍ରିକେଟରୁ ଅଲବିଦା କହିଛନ୍ତି। ରବିବାର କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚ୍ ପରେ ୱାଟସନ୍ ଏହି ନିଷ୍ପତ୍ତି ନେଇଛନ୍ତି। ସେ ମଧ୍ୟ ସିଏସକେର ସାଥି ଖେଳାଳିଙ୍କୁ ନିଜର ଅବସର ସମ୍ବନ୍ଧରେ କହିଥିବା ସୂଚନା ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ପଞ୍ଜାବ ବିପକ୍ଷ ମ୍ୟାଚ୍ ଜିତିବା ପରେ ୱାଟସନ୍ ଡ୍ରେସିଂ ରୁମରେ ଖୁବ୍ ଭାବବିହ୍ୱଳ ହୋଇ ସାଥୀ ଖେଳାଳିଙ୍କୁ ନିଜର ସନ୍ନ୍ୟାସ ବିଷୟରେ କହିଥିଲେ। ୱାଟସନ୍ କହିଥିଲେ ଯେ ଫ୍ରାଞ୍ଚାଇଜି ପକ୍ଷରୁ ଖେଳିବା ତାଙ୍କ ପାଇଁ ବଡ଼ ସମ୍ମାନର କଥା ଥିଲା। ତେବେ ଅବସର ନେଇଥିଲେ ହେଁ ୱାଟସନ୍ ସିଏସକେର ସପୋର୍ଟ ଷ୍ଟାଫ୍ ଭାବେ କାମ କରିପାରନ୍ତି।

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସାରିଥିବା ଅଷ୍ଟ୍ରେଲିଆର ଏହି ଓପନିଂ ବ୍ୟାଟ୍ସମ୍ୟାନଙ୍କୁ ସିଏସକେ ୨୦୧୮ରେ କିଣିଥିଲା। ୨୦୧୮ ଆଇପିଏଲ୍‌ ସଂସ୍କରଣର ଫାଇନାଲରେ ୱାଟସନଙ୍କ ଆକର୍ଷଣୀୟ ଶତକ ବଳରେ ଚେନ୍ନାଇ ତୃତୀୟଥର ଲାଗି ଚାମ୍ପିୟନ୍ ହୋଇଥିଲା।

ଚଳିତ ସିଜନରେ ୱାଟସନଙ୍କ ପ୍ରଦର୍ଶନ ଆଶାମୁତାବକ ଭଲ ନଥିଲା। ସେ ୨୯.୯୦ ହାରରେ ୨୯୯ ରନ୍ କରିଛନ୍ତି। ଚେନ୍ନାଇ ପୂର୍ବରୁ ୱାଟସନ୍ ରାଜସ୍ଥାନ ରୟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳିସାରିଛନ୍ତି। ସେ ମଧ୍ୟ ୨୦୦୮ରେ ଆଇପିଏଲ୍‌ ବିଜେତା ରାଜସ୍ଥାନ ଟିମର ସଦସ୍ୟ ଥିଲେ।

Related story