ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ଧୱନ୍ ଆଉଟ୍

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟି-୨୦ ସିରିଜରେ ନିରାଶ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି। ମ୍ୟାଚର ପ୍ରଥମ ଓଭରର ତୃତୀୟ ବଲରେ ଘରୋଇ ଦଳର ବାମହାତୀ ପେସର ଶେଲଡନ୍ କଟ୍ଟରେଲ୍ ଧୱନଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତାଙ୍କ ସହ ଓପନ୍ କରୁଥିବା ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି କ୍ରିଜରେ […]

dhawan

Ranjit Kumar Jena
  • Published: Sunday, 11 August 2019
  • , Updated: 11 August 2019, 07:16 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟି-୨୦ ସିରିଜରେ ନିରାଶ କରିଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି।

ମ୍ୟାଚର ପ୍ରଥମ ଓଭରର ତୃତୀୟ ବଲରେ ଘରୋଇ ଦଳର ବାମହାତୀ ପେସର ଶେଲଡନ୍ କଟ୍ଟରେଲ୍ ଧୱନଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ। ତାଙ୍କ ସହ ଓପନ୍ କରୁଥିବା ରୋହିତ୍ ଶର୍ମା ଓ କ୍ୟାପଟେନ୍ ବିରାଟ୍ କୋହଲି କ୍ରିଜରେ ଅଛନ୍ତି। ବିରାଟ୍ ୧୦ ଓ ରୋହିତ୍ କୌଣସି ରନ୍ ନକରି ଅପରାଜିତ ଅଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଟିମ୍ ଇଣ୍ଡିଆ ବିନା ୱିକେଟ୍ ହରାଇ ୧୦ ରନ୍ କରିଛି।

Related story