ଶିବ ଥାପାଙ୍କୁ ରିଓ ଅଲିମ୍ପିକ୍ ଟିକେଟ୍‌, ମେରୀ କମ୍ ବିଫଳ

କିଆନନ୍ (ଚୀନ୍): ଶିବ ଥାପା ପ୍ରଥମ ଭାରତୀୟ ବକ୍ସର ଭାବେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁବାର ଦିନ ଏସିଆନ୍ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପକ୍କା କରିବାରେ ବିଫଳ ହୋଇଛନ୍ତି ଏମ୍‌.ସି ମେରୀ କମ୍। ଆଜି ୫୬ କେଜି ବର୍ଗ ସେମି ଫାଇନାଲ୍‌ରେ ଶିବ ଥାପା କାଜଖସ୍ତାନର କୈରତ ୟାରାଲିୟେଭ୍‌ଙ୍କୁ ପରାସ୍ତ କରିଥିଲେ। […]

shiva thapa

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 12:10 PM IST

[caption id="attachment_76693" align="alignleft" width="150"] ମେରୀ କମ୍[/caption]

କିଆନନ୍ (ଚୀନ୍): ଶିବ ଥାପା ପ୍ରଥମ ଭାରତୀୟ ବକ୍ସର ଭାବେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ରିଓ ଅଲିମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗୁରୁବାର ଦିନ ଏସିଆନ୍ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପହଞ୍ଚି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ରିଓ ଅଲିମ୍ପିକ୍‌ରେ ସ୍ଥାନ ପକ୍କା କରିବାରେ ବିଫଳ ହୋଇଛନ୍ତି ଏମ୍‌.ସି ମେରୀ କମ୍।

ଆଜି ୫୬ କେଜି ବର୍ଗ ସେମି ଫାଇନାଲ୍‌ରେ ଶିବ ଥାପା କାଜଖସ୍ତାନର କୈରତ ୟାରାଲିୟେଭ୍‌ଙ୍କୁ ପରାସ୍ତ କରିଥିଲେ। ଆସନ୍ତାକାଲି ଫାଇନାଲ୍‌ରେ ସେ ଥାଇଲାଣ୍ଡର ଚତଚାଇ ବୁତ୍‌ଦୀଙ୍କୁ ଭେଟିବେ।

ରିଓ ଅଲିମ୍ପିକ୍ ହେବ ୨୨ ବର୍ଷୀୟ ଶିବ ଥାପାଙ୍କ ଦ୍ୱିତୀୟ ଅଲିମ୍ପିକ୍। ୪ ବର୍ଷ ତଳେ ସେ ଭାରତର ସବୁଠୁ କମ୍ ବୟସର ବକ୍ସର ଭାବେ ଲଣ୍ଡନ ଅଲିମ୍ପିକରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

ଅନ୍ୟପକ୍ଷରେ ଏସିଆନ୍ କ୍ୱାଲିଫାଇଂ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ୍‌ରେ ତାଙ୍କର ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚୀନର ରେନ୍ କାନ୍‌କାନ୍‌ଙ୍କଠାରୁ ହାରି ମେରି କମ୍ ଅଲିମ୍ପିକ୍ ଟିକେଟ୍ ହାତେଇବାରେ ବିଫଳ ହୋଇଛନ୍ତି। ସେମି ଫାଇନାଲ୍‌ରେ ହାରି ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିୟମ ଅନୁଯାୟୀ ମହିଳା ବର୍ଗରେ କେବଳ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତାମାନେ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ।

ତେବେ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ମେରୀ କମ୍‌ଙ୍କ ନିକଟରେ ଆଉ ଏକ ସୁଯୋଗ ରହିଛି। ମେ’ରେ ବିଶ୍ୱ ଚାମ୍ପିଅନ୍‌ସିପ୍ ଅନୁଷ୍ଠିତ ହେବ। ଏଥିରେ ମେରୀ କମ୍‌ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଚେଷ୍ଟା କରିବେ।

ସୂଚନାଯୋଗ୍ୟ, ମେରୀ କମ୍ ୫ ଥର ବିଶ୍ୱ ଚାମ୍ପିଅନ୍ ହୋଇଥିବା ବେଳେ ଲଣ୍ଡନ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତି ଥିଲେ।

Related story