ରୋମାଞ୍ଚକର ସ୍ଥିତିରେ ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ

ପୋର୍ଟ ଅଫ୍ ସ୍ପେନ୍: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିବସରେ ପିଚ୍ ବୋଲରଙ୍କୁ ସୁହାଇଥିଲା, ଯେଉଁଥିରେ ମୋଟ ୧୯ଟି ୱିକେଟର ପତନ ହୋଇଥିଲା। ପୂର୍ବଦିନର ସ୍କୋର ୨୪୩/୫ରୁ ଖେଳ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍-ଏ’ ପ୍ରଥମ ଇନିଂସରେ ୩୧୮ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମ୍ ରାକିମ୍ କର୍ନୱାଲ୍ ୫୬, ଶେନ୍ ଡାଓରିଚ୍ ୩୬, ରେମନ୍ ରିଫର୍ ୨୭ ରନ୍ କରିଥିଲେ। ଭାରତ-ଏ ପକ୍ଷରୁ […]

unofficial-test

Ranjit Kumar Jena
  • Published: Friday, 02 August 2019
  • , Updated: 02 August 2019, 08:41 PM IST

ପୋର୍ଟ ଅଫ୍ ସ୍ପେନ୍: ଭାରତ-ଏ ଓ ୱେଷ୍ଟଇଣ୍ଡିଜ୍-ଏ ମଧ୍ୟରେ ଏଠାରେ ଚାଲିଥିବା ଦ୍ୱିତୀୟ ଅନଅଫିସିଆଲ୍ ଟେଷ୍ଟ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଦ୍ୱିତୀୟ ଦିବସରେ ପିଚ୍ ବୋଲରଙ୍କୁ ସୁହାଇଥିଲା, ଯେଉଁଥିରେ ମୋଟ ୧୯ଟି ୱିକେଟର ପତନ ହୋଇଥିଲା। ପୂର୍ବଦିନର ସ୍କୋର ୨୪୩/୫ରୁ ଖେଳ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍-ଏ' ପ୍ରଥମ ଇନିଂସରେ ୩୧୮ ରନ୍ କରି ଅଲଆଉଟ୍ ହୋଇଥିଲା। ଟିମ୍ ରାକିମ୍ କର୍ନୱାଲ୍ ୫୬, ଶେନ୍ ଡାଓରିଚ୍ ୩୬, ରେମନ୍ ରିଫର୍ ୨୭ ରନ୍ କରିଥିଲେ। ଭାରତ-ଏ ପକ୍ଷରୁ ମହମ୍ମଦ ସିରାଜ ଓ ମୟଙ୍କ ମାର୍କଣ୍ଡେ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଭାରତ-ଏ ଏକ ସମୟରେ ୨୦ ରନରେ ତା'ର ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇ ବିପଦରେ ପଡ଼ିଥିଲା। ତେବେ ଶିବମ ଦୁବେ ଓ ପ୍ରିୟଙ୍କ ପାଞ୍ଚାଲଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ-ଏ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୧୯୦ ରନର ସମ୍ମାନଜନକ ସ୍କୋର କରିପାରିଥିଲା। ଶିବମ ଓ ପାଞ୍ଚାଲ୍ ଷଷ୍ଠ ୱିକେଟ୍ ପାଇଁ ୧୨୪ ରନର ଶତକୀୟ ଭାଗୀଦାରୀ କରିଥିଲେ।

ଶିବମ ଚମତ୍କାର ବ୍ୟାଟିଂ କରି ୮୫ ବଲରେ ୧୧ ଚୌକା ଓ ୨ ଛକା ସହ ୭୯ ଏବଂ ପାଞ୍ଚାଲ୍ ୧୨୫ ବଲରେ ୮ ଚୌକା ସହ ୫୮ ରନ୍ କରିଥିଲେ। କ୍ରିଷ୍ଣାପ୍ପା ଗୌତମ ୧୮ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରିନଥିଲେ। ୱେଷ୍ଟଇଣ୍ଡିଜ୍-ଏ ପକ୍ଷରୁ ଚେମାର୍ ହୋଲ୍ଡର୍ ୫ଟି ଓ ରେମନ୍ ଶେଫର୍ଡ ୩ଟି ୱିକେଟ୍ ନେଇଥିଲେ।

ପ୍ରଥମ ଇନିଂସରେ ୧୨୮ ରନରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ୍-ଏ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦିବସର ଖେଳ ଶେଷ ସୁଦ୍ଧା ୱେଷ୍ଟଇଣ୍ଡିଜ୍-ଏ ୪ ୱିକେଟ୍ ହରାଇ ୧୨ ରନ୍ କରିଛି। ଭାରତ-ଏ ପକ୍ଷରୁ ସନ୍ଦୀପ ୱାରିୟର୍ ଦମଦାର ବୋଲିଂ କରି ୩ଟି ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇ ଟିମକୁ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ୱେଷ୍ଟଇଣ୍ଡିଜ୍-ଏ ୧୪୦ ରନରେ ଆଗୁଆ ଥିବା ବେଳେ ହାତରେ ୬ ୱିକେଟ୍ ବାକି ରହିଛି।

Related story