କହୁ କହୁ ନିଜ ଟିମ୍‌ର ଖେଳାଳିଙ୍କୁ ସ୍କୁଲ୍ ପିଲା କହିଦେଲେ ଏହି ପୂର୍ବତନ କ୍ରିକେଟର୍

ନୂଆଦିଲ୍ଲୀ: ରାୱଲପିଣ୍ଡି ଏକ୍ସପ୍ରେସ୍ ନାଁରେ ପରିଚିତ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏବେ ଅଖତର ନିଜର ଟିମର ଖେଳାଳି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ କଡ଼ା ସମାଲୋଚନା କରିଛନ୍ତି। ଅଖତର ପାକିସ୍ତାନ ଖେଳାଳିଙ୍କୁ ସ୍କୁଲ ସ୍ତରର କ୍ରିକେଟର କହିବା ସହ ଟିମ୍ ମ୍ୟାନେଜମେଣ୍ଟ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଅଖତର ନିଜର ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଅଖତର କହିଛନ୍ତି, ପାକିସ୍ତାନ କ୍ରିକେଟ୍ […]

pak

Ranjit Kumar Jena
  • Published: Tuesday, 05 January 2021
  • , Updated: 05 January 2021, 06:54 PM IST

ନୂଆଦିଲ୍ଲୀ: ରାୱଲପିଣ୍ଡି ଏକ୍ସପ୍ରେସ୍ ନାଁରେ ପରିଚିତ ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରୁହନ୍ତି। ଏବେ ଅଖତର ନିଜର ଟିମର ଖେଳାଳି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ କଡ଼ା ସମାଲୋଚନା କରିଛନ୍ତି। ଅଖତର ପାକିସ୍ତାନ ଖେଳାଳିଙ୍କୁ ସ୍କୁଲ ସ୍ତରର କ୍ରିକେଟର କହିବା ସହ ଟିମ୍ ମ୍ୟାନେଜମେଣ୍ଟ ଉପରକୁ ଅଙ୍ଗୁଳି ଉଠାଇଛନ୍ତି।

ଅଖତର ନିଜର ଟୁଇଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଅଖତର କହିଛନ୍ତି, ପାକିସ୍ତାନ କ୍ରିକେଟ୍ ବୋର୍ଡ ଆଭରେଜ ଖେଳାଳିଙ୍କୁ ଖେଳିବାକୁ ସୁଯୋଗ ଦେଉଛି। ଏହି ଖେଳାଳିମାନେ ସର୍ବଦା ଆଭରେଜ୍ ପ୍ରଦର୍ଶନ ହିଁ କରିବେ। ଏଭଳି ଆଭରେଜ୍ ଖେଳାଳିଙ୍କୁ ନେଇ ପାକିସ୍ତାନ ଯେବେବି ଟେଷ୍ଟ ମ୍ୟାଚ୍ ଖେଳିବ, ଏକ୍ସପୋଜ୍ ହେବ। ମୋ ମତରେ ପାକିସ୍ତାନ ଖେଳାଳିମାନେ ସ୍କୁଲ ସ୍ତରର କ୍ରିକେଟ୍ ଖେଳୁଛନ୍ତି ଏବଂ ଏହାପଛରେ ମ୍ୟାନେଜମେଣ୍ଟର ହାତ ରହିଛି। ଏବେ ବୋର୍ଡ ଟିମ୍ ମ୍ୟାନେଜମେଣ୍ଟକୁ ବଦଳାଇ ଦେବ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବୋର୍ଡ କେବେ ବଦଳିବ।

https://twitter.com/shoaib100mph/status/1346387768801456128?s=20

ସୂଚନାଯୋଗ୍ୟ, ପାକିସ୍ତାନ କ୍ରିକେଟ୍ ଟିମ୍ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି। ପାକିସ୍ତାନ ପ୍ରଥମ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ନିକଟରୁ ପରାସ୍ତ ହୋଇଛି। ଟିମର ନିୟମିତ କ୍ୟାପଟେନ୍ ବାବର ଆଜମଙ୍କ ଅନୁପସ୍ଥିତିରେ ପାକିସ୍ତାନ କ୍ରାଇଷ୍ଟଚର୍ଚ୍ଚରେ ଚାଲିଥିବା ୨ୟ ଟେଷ୍ଟର ପ୍ରଥମ ଇନିଂସରେ ୨୯୭ ରନରେ ଅଲଆଉଟ୍ ହୋଇଛି। ଜବାବରେ କେନ୍ ୱିଲିୟମସନଙ୍କ ଡବଲ୍ ସେଞ୍ଚୁରୀ (୨୩୮), ହେନରୀ ନିକୋଲ୍ସ (୧୫୭) ଓ ଡାରିଲ୍ ମିଚେଲ୍ (୧୦୨*)ଙ୍କ ଶତକୀୟ ଇନିଂସ ବଳରେ ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ୍ ହରାଇ ୬୫୯ ରନର ବିଶାଳ ସ୍କୋର ଛିଡ଼ା କରିଛି।

ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିବା ବେଳେ ବୋଲରମାନେ ଖୁବ୍ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ବିଶେଷକରି ବୋଲରମାନେ ପ୍ରଥମ ଇନିଂସରେ ୬୪ ଅତିରିକ୍ତ ରନ୍ ଦେଇଛନ୍ତି, ଯେଉଁଥିରେ ୧୨ ନୋ ବଲ୍ ଓ ୧୭ ୱାଇଡ୍ ସାମିଲ୍ ଅଛି। ତେଣୁ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ପାକିସ୍ତାନ ଟିମକୁ କଡ଼ା ସମାଲୋଚନା କରାଯାଉଛି।

Related story