ପାକିସ୍ତାନ କେନ୍ଦ୍ରୀୟ ଚୁକ୍ତିରୁ ମଲିକ୍ ଓ ହଫିଜ୍ ବାଦ୍

କରାଚୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି। ଏହି ଚୁକ୍ତିରୁ ବାଦ୍ ପଡ଼ିଛନ୍ତି ପାକିସ୍ତାନ ପୂର୍ବତନ କ୍ୟାପଟେନ୍ ଶୋଏବ ମଲିକ୍ ଓ ମହମ୍ମଦ ହଫିଜ୍। କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ସତ୍ତେ୍ୱ ଦୁହେଁ ଜାତୀୟ ଦଳ ଚୟନ ପାଇଁ ଉପଲବ୍ଧ ରହିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି। କ୍ୟାପଟେନ୍ ସର୍ଫରାଜ ଅହମ୍ମଦ, ବ୍ୟାଟ୍ସମ୍ୟାନ୍ ବାବର ଆଜମ ଏବଂ ଲେଗ୍ ସ୍ପିନର୍ ୟାସିର୍ ଶାହ କ୍ୟାଟେଗୋର-ଏ’ରେ କାଏମ ରହିଛନ୍ତି। ଟେଷ୍ଟ […]

malik

Ranjit Kumar Jena
  • Published: Thursday, 08 August 2019
  • , Updated: 08 August 2019, 07:29 PM IST

କରାଚୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଖେଳାଳିମାନଙ୍କ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି। ଏହି ଚୁକ୍ତିରୁ ବାଦ୍ ପଡ଼ିଛନ୍ତି ପାକିସ୍ତାନ ପୂର୍ବତନ କ୍ୟାପଟେନ୍ ଶୋଏବ ମଲିକ୍ ଓ ମହମ୍ମଦ ହଫିଜ୍। କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ସତ୍ତେ୍ୱ ଦୁହେଁ ଜାତୀୟ ଦଳ ଚୟନ ପାଇଁ ଉପଲବ୍ଧ ରହିବେ ବୋଲି ପିସିବି ପକ୍ଷରୁ କୁହାଯାଇଛି।

କ୍ୟାପଟେନ୍ ସର୍ଫରାଜ ଅହମ୍ମଦ, ବ୍ୟାଟ୍ସମ୍ୟାନ୍ ବାବର ଆଜମ ଏବଂ ଲେଗ୍ ସ୍ପିନର୍ ୟାସିର୍ ଶାହ କ୍ୟାଟେଗୋର-ଏ'ରେ କାଏମ ରହିଛନ୍ତି। ଟେଷ୍ଟ ଓପ୍ନର ଆଝାର ଅଲୀ ଓ ନିକଟରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ବାମହାତୀ ପେସର୍ ମହମ୍ମଦ ଆମୀର୍ ଯଥାକ୍ରମେ ବି ଓ ସି କ୍ୟାଟେଗୋରୀକୁ ଖସିଛନ୍ତି।

ବୋର୍ଡ ୨୦୧୯-୨୦୨୦ ସିଜନ୍ ପାଇଁ କେନ୍ଦ୍ରୀୟ ଚୁକ୍ତିପ୍ରାପ୍ତ ଖେଳାଳିଙ୍କ ସଂଖ୍ୟା ୩୩ରୁ ୧୯କୁ କମାଇ ଦେଇଛି। କାରଣ ଏହି ସମୟ ମଧ୍ୟରେ ପାକିସ୍ତାନ ୬ ଟେଷ୍ଟ ମ୍ୟାଚ୍, ତିନୋଟି ଦିନିକିଆ ଏବଂ ୯ଟି ଟି-୨୦ ମ୍ୟାଚ୍ ଖେଳିବ। ସୂଚନାଯୋଗ୍ୟ, ମଲିକ୍ ବିଶ୍ୱକପ୍ ପରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ତେବେ ସେ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ ବୋଲି କହିଥିଲେ। ଏହାଛଡ଼ା ହଫିଜ୍ କେବଳ ଟେଷ୍ଟ୍ କ୍ରିକେଟରୁ ଅବସର ନେଇଛନ୍ତି।

କ୍ୟାଟେଗୋରୀ-ଏ: ବାବର ଆଜମ, ସର୍ଫରାଜ ଅହମ୍ମଦ, ୟାସିର୍ ଶାହ।

କ୍ୟାଟେଗୋରୀ-ବି: ଅସଦ ସଫିକ୍, ଆଝାର ଅଲୀ, ହାରିସ୍ ସୋହେଲ୍, ଇମାମ୍-ଉଲ୍-ହକ୍, ମହମ୍ମଦ ଆବାସ, ଶଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ୱହାବ ରିଆଜ।
କ୍ୟାଟେଗୋରୀ-ସି: ଆବିଦ୍ ଅଲୀ, ହାସନ୍ ଅଲୀ, ଫକର୍ ଜମାନ୍, ଇମାଦ ୱାସିମ୍, ମହମ୍ମଦ ଆମୀର୍, ମହମ୍ମଦ ରିଜୱାନ୍, ଶାନ୍ ମସୁଦ୍, ଉସମାନ୍ ଶିନୱାରୀ।

Related story