ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ଭାରତକୁ ବଡ଼ ଝଟକା

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ରବିବାର ବେଙ୍ଗାଲୁରୁରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସୂଚନା […]

dhawan

Ranjit Kumar Jena
  • Published: Tuesday, 21 January 2020
  • , Updated: 21 January 2020, 05:57 PM IST

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟକା ଲାଗିଛି। ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ୍ ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ଖେଳିପାରିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ରବିବାର ବେଙ୍ଗାଲୁରୁରେ ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲାରେ ଫିଲ୍ଡିଂ କରୁଥିବା ବେଳେ ଧୱନ୍ ଆହତ ହୋଇଥିଲେ ଏବଂ ଏହି କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି। ଏ ନେଇ ବିସିସିଆଇ ପକ୍ଷରୁ ମଧ୍ୟ ସୂଚନା ମିଳିସାରିଛି।

ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପାଇଁ ଧୱନଙ୍କ ବିକଳ୍ପ ତୁରନ୍ତ ଚୟନ କରାଯିବ। ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ଇନିଂସର ପଞ୍ଚମ ଓଭରରେ ଫିଲ୍ଡିଂ କରୁଥିବା ବେଳେ ଧୱନଙ୍କ କାନ୍ଧରେ ଶକ୍ତ ଆଘାତ ଲାଗିଥିଲା, ଯେଉଁକାରଣରୁ ସେ ଭାରତର ବ୍ୟାଟିଂ ବେଳେ ରୋହିତ୍ ଶର୍ମାଙ୍କ ସହ ଇନିଂସ୍ ଓପନ୍ କରିବାକୁ ଓହ୍ଲାଇନଥିଲେ। ଏପରିକି ଧୱନ୍ ଅଷ୍ଟ୍ରେଲିଆ ଇନିଂସରେ ଫିଲ୍ଡିଂ ମଧ୍ୟ କରିପାରିନଥିଲେ। ଏହା ପୂର୍ବରୁ ଦ୍ୱିତୀୟ ଦିନିକିଆରେ ପ୍ୟାଟ୍ କମିନ୍ସଙ୍କ ବାଉନ୍ସର ବଲ୍ ଧୱନଙ୍କ ଛାତିରେ ବାଜିଥିଲା। ତେବେ ଧୱନ୍ ଏଭଳି ଆହତ ହେବା କିଛି ନୂଆ କଥା ନୁହେଁ।

ଅଙ୍ଗୁଳିରେ ଫ୍ରାକଚର୍ ହେବା କାରଣରୁ ସେ ୨୦୧୯ ବିଶ୍ୱକପରୁ ବାହାରି ଯାଇଥିଲେ। ଆହତ ପରେ ଧୱନ୍ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ଜରିଆରେ କମବ୍ୟାକ୍ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆରେ ସେ ଯଥାକ୍ରମେ ୯୬ ଓ ୭୪ ରନର ଇନିଂସ୍ ଖେଳି ଫର୍ମରେ ଥିବା ପରିଚୟ ମଧ୍ୟ ଦେଇଥିଲେ। କିନ୍ତୁ ଏବେ ଲଗାତର ଆହତ ହେବା ତାଙ୍କ କ୍ରିକେଟ୍ କ୍ୟାରିୟରକୁ ବିପଦ ଆଡ଼କୁ ଠେଲି ଦେଇଛି।

Related story