ଶ୍ରାବଣୀଙ୍କୁ ୧ ଲକ୍ଷ ଟଙ୍କା ଦେଲା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ, ଏସିଆନ୍ ଗ୍ରାଁ ପ୍ରି ଓ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଗତକାଲି ଓଡ଼ିଶା ଫେରିଆସିଥିବା ଧାବିକା ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା ଅଲିମ୍ପିକ ଅସୋସିଏସନ୍ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛି। ଏହି ତିନୋଟି ଯାକ ପ୍ରତିଯୋଗିତାରେ ଶ୍ରାବଣୀ ମୋଟ ୭ଟି ପଦକ ଜିତିଛନ୍ତି।  ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ୨ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ଚୀନରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଓ ଥାଇଲାଣ୍ଡରେ […]

shravanne

shravanne

Rakesh Mallick
  • Published: Thursday, 16 July 2015
  • Updated: 16 July 2015, 05:42 PM IST

ଭୁବନେଶ୍ୱର: ଏସୀୟ ଦୌଡ଼କୁଦ, ଏସିଆନ୍ ଗ୍ରାଁ ପ୍ରି ଓ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଗତକାଲି ଓଡ଼ିଶା ଫେରିଆସିଥିବା ଧାବିକା ଶ୍ରାବଣୀ ନନ୍ଦଙ୍କୁ ଓଡ଼ିଶା ଅଲିମ୍ପିକ ଅସୋସିଏସନ୍ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛି। ଏହି ତିନୋଟି ଯାକ ପ୍ରତିଯୋଗିତାରେ ଶ୍ରାବଣୀ ମୋଟ ୭ଟି ପଦକ ଜିତିଛନ୍ତି।  ଚେନ୍ନାଇରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିୟନସିପରେ ସେ ୨ଟି ସ୍ୱର୍ଣ୍ଣ ଜିତିଥିବା ବେଳେ ଚୀନରେ ଅନୁଷ୍ଠିତ ଏସିଆନ୍ ଆଥଲେଟିକ୍ସ ଓ ଥାଇଲାଣ୍ଡରେ ହୋଇଥିବା ଏସିଆନ୍ ଗ୍ରାଁ.ପ୍ରି.ରେ ମୋଟ୍ ୫ଟି ବ୍ରୋଞ୍ଜ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos