୧୩ତମ ଏସିଆନ୍ ସୁଟିଂ ଚାମ୍ପିଅନସିପ୍: ଶ୍ରୀୟଙ୍କାଙ୍କୁ ରୌପ୍ୟ

କୁଏତ୍ ସିଟି: କୁଏତ ସିଟିରେ ଚାଲିଥିବା ୧୩ ତମ ଏସିଆନ୍ ସୁଟିଂ ଚମ୍ପିଅନସିପରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ରୌପ୍ୟ। ୧୦ ମିଟର ଏୟାର ରାଇଫଲ କନିଷ୍ଠ ମହିଳା ବର୍ଗରେ ଶ୍ରୀୟଙ୍କା ଓ ମାମ୍ପି ଦାସଙ୍କୁ ନେଇ ଗଠିତ ଟିମ୍ ୧୨୨୮ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ରୌପ୍ୟ ପଦକ ହାସଲ କରିଥିଲେ। ତେବେ ଏକକ ବର୍ଗରେ ପଦକରୁ ବଞ୍ଚିତ ହୋଇଛନ୍ତି ଶ୍ରୀୟଙ୍କା। ସେହିପରି ଜିତୁ ରାୟ ବୁଧବାର ପୁରୁଷ ବର୍ଗର ୫୦ମି […]

shriyanka

Rakesh Mallick
  • Published: Wednesday, 04 November 2015
  • , Updated: 05 November 2015, 02:01 AM IST

କୁଏତ୍ ସିଟି: କୁଏତ ସିଟିରେ ଚାଲିଥିବା ୧୩ ତମ ଏସିଆନ୍ ସୁଟିଂ ଚମ୍ପିଅନସିପରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ରୌପ୍ୟ। ୧୦ ମିଟର ଏୟାର ରାଇଫଲ କନିଷ୍ଠ ମହିଳା ବର୍ଗରେ ଶ୍ରୀୟଙ୍କା ଓ ମାମ୍ପି ଦାସଙ୍କୁ ନେଇ ଗଠିତ ଟିମ୍ ୧୨୨୮ ସ୍କୋର କରି ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ରୌପ୍ୟ ପଦକ ହାସଲ କରିଥିଲେ। ତେବେ ଏକକ ବର୍ଗରେ ପଦକରୁ ବଞ୍ଚିତ ହୋଇଛନ୍ତି ଶ୍ରୀୟଙ୍କା।

ସେହିପରି ଜିତୁ ରାୟ ବୁଧବାର ପୁରୁଷ ବର୍ଗର ୫୦ମି ପିସ୍ତଲ ଇଭେଣ୍ଟର ଫାଇନାଲରେ ରୌପ୍ୟ ପଦକ ହାସଲ କରିଛନ୍ତି। କୋରିଆର ପାର୍କ ଦାଏହୁନ ଜିତୁଙ୍କ ଆଗରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପାର୍କ ୧୯୯.୨ ପଏଣ୍ଟ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି। ଜିତୁ ରାୟ ୧୮୯.୫ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଜିତୁ ପୂର୍ବରୁ ରିଓ ଅଲିମ୍ପିକରେ ନିଜ ସ୍ଥାନ ପକ୍କା କରିସାରିଛନ୍ତି।

ଭାରତକୁ ଏହି ଚାମ୍ପିଅନସିପର ଦୁଇ ଦିନରେ ୧୨ଟି ପଦକ ମିଳିଛି।

ସୂଚନାଯୋଗ୍ୟ, ରିଓ ଅଲିମ୍ପିକ ସୁଟିଂ ଇଭେଣ୍ଟ ପାଇଁ ଭାରତ ପକ୍ଷରୁ ଅଭିନଭ ବିନ୍ଦ୍ରା, ଗଗନ ନାରଙ୍ଗ, ଅପୂର୍ବୀ ଚାନ୍ଦେଲା, ଗୁରୁପ୍ରୀତ ସିଂହ, ପ୍ରକାଶ ନଞ୍ଜପ୍ପା, ଚେନ୍ ସିଂହ ଓ ମୈରାଜ ଖାନ୍ ପ୍ରମୁଖ ଯୋଗ୍ୟତା ଅର୍ଜନ କରିଛନ୍ତି।

Related story