ପ୍ରଥମ ଅନଅଫିସିଆଲ୍ ଟେଷ୍ଟ୍: ଦକ୍ଷିଣ ଆଫ୍ରିକା ୧୬୪ ରନରେ ଅଲଆଉଟ୍

ଥିରୁଅନନ୍ତପୁରମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ବୂରେ ଭାରତ-ଏ ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକା-ଏ’କୁ ପ୍ରଥମ ଇନିଂସରେ ୧୬୪ ରନରେ ଅଲଆଉଟ୍ କରିଛି। ଜବାବରେ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟରେ ୧୨୯ ରନ୍ କରିଛି। ଚାରିଦିନିଆ ମ୍ୟାଚର ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଶୁବମାନ୍ ଗିଲ୍ ୬୬ ଓ ଅଙ୍କିତ ବାୱନେ ୬ ରନରେ ଅପରାଜିତ ରହିଛନ୍ତି। ଗିଲ୍ ଅର୍ଦ୍ଧଶତକ ମାରି ଲୟକୁ ଫେରିଛନ୍ତି। ଲୋକେଶ ରାହୁଲଙ୍କ ଲଗାତାର […]

gill

gill

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 08:34 PM IST

Sports

Latest News

ଥିରୁଅନନ୍ତପୁରମ୍: ବୋଲରଙ୍କ ଦମଦାର ପ୍ରଦର୍ଶନ ବୂରେ ଭାରତ-ଏ ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକା-ଏ'କୁ ପ୍ରଥମ ଇନିଂସରେ ୧୬୪ ରନରେ ଅଲଆଉଟ୍ କରିଛି। ଜବାବରେ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟରେ ୧୨୯ ରନ୍ କରିଛି। ଚାରିଦିନିଆ ମ୍ୟାଚର ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ କ୍ୟାପଟେନ୍ ଶୁବମାନ୍ ଗିଲ୍ ୬୬ ଓ ଅଙ୍କିତ ବାୱନେ ୬ ରନରେ ଅପରାଜିତ ରହିଛନ୍ତି। ଗିଲ୍ ଅର୍ଦ୍ଧଶତକ ମାରି ଲୟକୁ ଫେରିଛନ୍ତି।

ଲୋକେଶ ରାହୁଲଙ୍କ ଲଗାତାର ଖରାପ ପ୍ରଦର୍ଶନ ଦ୍ୱାରା ଭାରତୀୟ ଟିମକୁ ଟେଷ୍ଟରେ ଏକ ଓପନିଂ ବ୍ୟାଟ୍ସମ୍ୟାନର ଆବଶ୍ୟକତା ରହିଛି ଏବଂ ଗିଲ୍ ଏଠାରେ ବଡ଼ ଇନିଂସ୍ ଖେଳି ନିଜର ଦାବିଦାରକୁ ମଜଭୁତ୍ କରିବାକୁ ଚାହିଁବେ। ଏହି ଦୌଡ଼ରେ ଅଭିମନ୍ୟୁ ଈଶ୍ୱରନ୍ ଓ ପ୍ରିୟଙ୍କ ପାଞ୍ଚାଲ୍ ମଧ୍ୟ ସାମିଲ୍ ଅଛନ୍ତି। ଗିଲ୍ ପ୍ରଥମ ୱିକେଟ୍ ପାଇଁ ଋତୁରାଜ ଗାଏକ୍ୱାଡ (୩୦)ଙ୍କ ସହ ମିଶି ୪୮ ରନର ଭାଗୀଦାରୀ କରିଥିଲେ ଏବଂ ପରେ ରିକି ଭୁଇ (୨୬)ଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ। ଗିଲ୍ ନିଜ ଇନିଂସରେ ୧୦୮ ବଲର ସାମ୍ନା କରି ୯ ଚୌକା ଓ ୧ ଛକା ମାରିଛନ୍ତି।

ଏହା ପୂର୍ବରୁ ଭାରତୀୟ ବୋଲରମାନେ ମାତ୍ର ୫୧.୫ ଓଭରରେ ଦକ୍ଷିଣ ଆଫ୍ରିକା-ଏ ଟିମର ଇନିଂସକୁ ସୀମିତ ରଖିଥିଲେ। ପେସ୍ ବୋଲର ଶାର୍ଦ୍ଦୁଲ ଠାକୁର ଓ ସ୍ପିନର୍ କ୍ରିଷ୍ଣାପ୍ପା ଗୌତମ ୩ଟି ଲେଖାଏ ୱିକେଟ୍ ନେଇଥିଲେ । ଏହାବ୍ୟତୀତ ବାମହାତୀ ସ୍ପିନର ଶାହାବାଜ ନଦିମ ୨ଟି ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଦକ୍ଷିଣ ଆଫ୍ରିକା-ଏ ଟିମର ଆରମ୍ଭ ଖରାପ ରହିଥିଲା।

ସିନିୟର ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମ ଇନିଂସର ପ୍ରଥମ ଓଭରରେ ସିରାଜଙ୍କ ବଲରେ ୱିକେଟକିପର ଶ୍ରୀକର ଭରତଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଠାକୁର ଏହା ପରେ ପିଟର୍ ମଲାନ୍ (୦)ଙ୍କୁ ପ୍ୟାଭିଲିୟନ୍ ପଠାଇଥିଲେ। ଠାକୁର ମଧ୍ୟ ଖାୟା ଜୋଣ୍ଡୋ (୬) ଓ ହେନରିଚ୍ କ୍ଲାସେନ୍ (୦)ଙ୍କୁ ମଧ୍ୟ ଆଉଟ୍ କରିଥିଲେ। ଦକ୍ଷିଣ ଆଫ୍ରିକା-ଏ'ର ଅଧା ଟିମ୍ ୨୨ ରନରେ ପ୍ୟାଭିଲିୟନ୍ ଫେରିଥିଲେ ଏବଂ ଟିମ୍ ୧୦୦ ରନ୍ ଭିତରେ ଅଲଆଉଟ୍ ହୋଇଯିବ ବୋଲି ଲାଗୁଥିଲା। କିନ୍ତୁ ଯୁବ ପେସ୍ ବୋଲର ମାର୍କୋ ଜାନସେନ୍ (୪୫*) ଓ ସ୍ପିନର ଡେନ୍ ପିଟ୍ (୩୩) ଟିମର ସ୍କୋରକୁ ୧୫୦ ଅତିକ୍ରମ କରାଇଥିବାରେ ପ୍ରମୁଖ ଭୂମିକା ବହନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos