ୱାର୍ଲ୍ଡ ଟୁର୍‌ ଫାଇନାଲ୍‌ ଜିତି ଇତିହାସ ରଚିଲେ ସିନ୍ଧୁ

ଗୁଆଞ୍ଝୋଉ: ରବିବାର ୨୦୧୭ ବିଶ୍ୱ ଚାମ୍ପିଅନ୍‌ ନୋଜୋମୀ ଓକୁହାରାଙ୍କୁ ହରାଇ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ହାସଲ କରିଛନ୍ତି ପିଭି ସିନ୍ଧୁ। ୭ଥର ଫାଇନାଲ୍‌ରେ ପରାଜୟ ପରେ ଏହି ସିଧାସଳଖ ବିଜୟ ସହିତ ସେ ଏପରି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ। ସେ ୨୧-୧୯ ୨୧-୧୭ ସେଟ୍‌ରେ ଏହି ମ୍ୟାଚ୍‌ ଜିତିଛନ୍ତି, ଯାହାକି ଏକ ଘଣ୍ଟା ୨ ମିନିଟ୍‌ ଯାଏ ଖେଳାଯାଇଥିଲା। ଖେଳ ଆରମ୍ଭରୁ କିଛି ଭୁଲ୍‌ ପାଇଁ ଓକୁହାରା ପଛରେ ପଡ଼ିଯାଇଥିଲେ ଏବଂ ସିନ୍ଧୁ ଏହାର […]

sindhu

sindhu

Subrat Kumar Nayak
  • Published: Sunday, 16 December 2018
  • Updated: 17 December 2018, 08:35 PM IST

Sports

Latest News

ଗୁଆଞ୍ଝୋଉ: ରବିବାର ୨୦୧୭ ବିଶ୍ୱ ଚାମ୍ପିଅନ୍‌ ନୋଜୋମୀ ଓକୁହାରାଙ୍କୁ ହରାଇ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ହାସଲ କରିଛନ୍ତି ପିଭି ସିନ୍ଧୁ। ୭ଥର ଫାଇନାଲ୍‌ରେ ପରାଜୟ ପରେ ଏହି ସିଧାସଳଖ ବିଜୟ ସହିତ ସେ ଏପରି ସଫଳତା ହାସଲ କରିବାରେ ପ୍ରଥମ ଭାରତୀୟ।

ସେ ୨୧-୧୯ ୨୧-୧୭ ସେଟ୍‌ରେ ଏହି ମ୍ୟାଚ୍‌ ଜିତିଛନ୍ତି, ଯାହାକି ଏକ ଘଣ୍ଟା ୨ ମିନିଟ୍‌ ଯାଏ ଖେଳାଯାଇଥିଲା। ଖେଳ ଆରମ୍ଭରୁ କିଛି ଭୁଲ୍‌ ପାଇଁ ଓକୁହାରା ପଛରେ ପଡ଼ିଯାଇଥିଲେ ଏବଂ ସିନ୍ଧୁ ଏହାର ଫାଇଦା ନେଇଥିଲେ।

ଚଳିତ ବର୍ଷ ସେ ତିନୋଟି ଟ୍ରଫିରେ ଫାଇନାଲରେ ପହଞ୍ଚି ସୁଦ୍ଧା ଲଗାତାର ୩ଥର ହାରି ସାରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଗତ ସଂସ୍କରଣରେ ଆକେନେ ୟାମାଗୁଚିଙ୍କଠାରୁ ହାରି ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ।

ଏହା ତାଙ୍କ କ୍ୟାରିଅର୍‌ର ୧୪ତମ ଟାଇଟଲ୍ ଏବଂ ଚଳିତ ବର୍ଷର ପ୍ରଥମ। ଏହା ପୂର୍ବରୁ ସେ ବିଶ୍ୱ ଚାମ୍ପିଅନ୍‌ଶିପ୍‌, ଏସିଆନ୍‌ ଗେମ୍ସ, କମନ୍‌ୱେଲ୍‌ଥ ଗେମ୍ସ, ଥାଇଲାଣ୍ଡ ଓପନ୍‌ ଏବଂ ଇଣ୍ଡିଆ ଓପନ୍‌ରେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ସିନ୍ଧୁ ପୂର୍ବରୁ ଅଲିମ୍ପିକ୍‌ ଏବଂ ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ରୌପ୍ୟ ହାସଲ କରିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos