ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରିଓ ଅଲିମ୍ପିକରେ ରୌପ୍ୟ ଵିଜେତା ତଥା ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି.ସିନ୍ଧୁ ଆଜି ବିଶ୍ଵ ବ୍ୟାଡମିଣ୍ଟନ ଚମ୍ପିୟାନସିପରେ ସେମିଫାଇନାଲରେ ପହଞ୍ଚିଛନ୍ତି। କ୍ଵାର୍ଟରଫାଇନାଲରେ ବିଶ୍ୱର ୬ ନମ୍ବର ଖେଳାଳି ଚୀନର ସନ୍ ୟାନ୍-ହୋ’କୁ ପରାସ୍ତ କରି ବିଶ୍ୱର ୪ ନମ୍ବର ଖେଳାଳି ସିନ୍ଧୁ ସେମିରେ ପହଞ୍ଚିଛନ୍ତି। ଏହି ବିଜୟ ସହ ଭାରତ ପାଇଁ ଗୋଟିଏ ମେଡାଲ ସୁନିଶ୍ଚିତ କରିଛନ୍ତି ସିନ୍ଧୁ।
୨୧-୧୪ ଓ ୨୧-୯ରେ ସେଟ୍ରେ ସିନ୍ଧୁ ମ୍ୟାଚ୍କୁ ଜିତିଛନ୍ତି। ପ୍ରଥମରୁ ହିଁ ସିନ୍ଧୁ ଆକ୍ରାମଣତ୍ମକ ଖେଳ ଜାରି ରଖି ଚୀନ ଖେଳାଳିଙ୍କୁ ହରାଇଥିଲେ। ବର୍ତ୍ତମାନ ଚୀନ ଓ ଭାରତ ମଧ୍ୟରେ ଡୋକଲାମ୍ ଘଟଣାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ସୀମାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଭାରତୀୟ ଖେଳାଳି ଚୀନକୁ ହରାଇଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି