ବିସିସିଆଇ ବାର୍ଷିକ ଚୁକ୍ତିରେ ୬ ନୂଆ ମୁହଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ଜାରି ହୋଇଛି ବାର୍ଷିକ କେନ୍ଦ୍ରୀୟ ଚୁକ୍ତି। ଏହି ତାଲିକାରୁ ମହେନ୍ଦ୍ର ସିଂ ଧୋନିଙ୍କୁ ତ ବାଦ୍ ଦିଆଯାଇଛି, କିନ୍ତୁ ଏଥର  ୬ଜଣ ନୂଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ପୂର୍ବତନ କ୍ୟାପଟେନ୍ ଧୋନି ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି। ଗତ ବର୍ଷ ଧୋନି ବିସିସିଆଇର ବାର୍ଷିକ ଚୁକ୍ତିରେ ଗ୍ରେଡ୍ (୫ କୋଟି)ରେ ସ୍ଥାନ ପାଇଥିଲେ। କିନ୍ତୁ ଏଥର ଧୋନିଙ୍କୁ ଚୁକ୍ତି ବାଦ୍ […]

india

Ranjit Kumar Jena
  • Published: Thursday, 16 January 2020
  • , Updated: 16 January 2020, 09:12 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ଜାରି ହୋଇଛି ବାର୍ଷିକ କେନ୍ଦ୍ରୀୟ ଚୁକ୍ତି। ଏହି ତାଲିକାରୁ ମହେନ୍ଦ୍ର ସିଂ ଧୋନିଙ୍କୁ ତ ବାଦ୍ ଦିଆଯାଇଛି, କିନ୍ତୁ ଏଥର  ୬ଜଣ ନୂଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ପୂର୍ବତନ କ୍ୟାପଟେନ୍ ଧୋନି ୨୦୧୯ ବିଶ୍ୱକପ୍ ସେମିଫାଇନାଲ୍ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଅଛନ୍ତି।

ଗତ ବର୍ଷ ଧୋନି ବିସିସିଆଇର ବାର୍ଷିକ ଚୁକ୍ତିରେ ଗ୍ରେଡ୍ (୫ କୋଟି)ରେ ସ୍ଥାନ ପାଇଥିଲେ। କିନ୍ତୁ ଏଥର ଧୋନିଙ୍କୁ ଚୁକ୍ତି ବାଦ୍ ଦେବା କ୍ରିକେଟପ୍ରେମୀଙ୍କୁ ନିଶ୍ଚିତ ଚକିତ କରିଛି। କେନ୍ଦ୍ରୀୟ ଚୁକ୍ତିରେ ୪ଟି କ୍ୟାଟେଗୋରୀ ରହିଛି। ଗ୍ରେଡ୍ ଏ+ରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ସେହିପରି ଗ୍ରେଡ୍‌-ଏ ଖେଳାଳିଙ୍କୁ ୫ କୋଟି, ଗ୍ରେଡ୍‌-ବି ଖେଳାଳିଙ୍କୁ ୩ କୋଟି ଏବଂ ଗ୍ରେଡ୍‌-ସି ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିବ। ଏହି ଚୁକ୍ତି ଅକ୍ଟୋବର, ୨୦୧୯ରୁ ସେପ୍ଟେମ୍ବର, ୨୦୨୦ ପର୍ଯ୍ୟନ୍ତ ରହିବ।

ଧୋନିଙ୍କ ବ୍ୟତୀତ ଆଉ ତିନି ଖେଳାଳିଙ୍କୁ ମଧ୍ୟ ଚୁକ୍ତିରୁ ବାଦ୍ ଦିଆଯାଇଛି। ସେମାନେ ହେଲେ ଅମ୍ବାତି ରାୟୁଡୁ, ଖଲୀଲ ଅହମ୍ମଦ ଓ ଦିନେଶ କାର୍ତ୍ତିକ। ତେବେ ଏଥର ପାଞ୍ଚଜଣ ନୂଆ ମୁହଁଙ୍କୁ ସାମିଲ୍ କରାଯାଇଛି। ପ୍ରଥମଥର ଲାଗି ଜାତୀୟ ଚୁକ୍ତିରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ମୟଙ୍କ ଅଗ୍ରୱାଲ୍‌, ଦୀପକ ଚହର୍‌, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର, ୱାଶିଂଟନ୍ ସୁନ୍ଦର ଓ ନଭଦୀପ ସାଇନି।

୨୦୧୯ରେ ଟେଷ୍ଟ କ୍ରିକେଟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ମୟଙ୍କଙ୍କୁ ଗ୍ରେଡ୍‌-ସି'ରେ ରଖାଯାଇଛି ଏବଂ ସେ ବାର୍ଷିକ ୩ କୋଟି ପାଟିବେ। ସେହିପରି ଦୀପକ, ଶାର୍ଦ୍ଦୁଲ, ଶ୍ରେୟସ, ସୁନ୍ଦର ଓ ସାଇନି ଗ୍ରେଡ୍‌-ସି'ରେ ଅର୍ଥାତ୍ ୧ କୋଟି ଟଙ୍କା ପାଇବେ। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି, ଭାଇସ୍‌-କ୍ୟାପଟେନ୍ ରୋହିତ୍ ଶର୍ମା ଏବଂ ଯଶପ୍ରୀତ ବୁମ୍ରାଙ୍କୁ ଗ୍ରେଡ୍‌-ଏ+ରେ ରଖାଯାଇଛି। ଏମାନେ ବାର୍ଷିକ ୭ କୋଟି ଟଙ୍କା ପାଇବେ। ସେହିପରି ଲୋକେଶ ରାହୁଲ୍ ଗ୍ରେଡ୍‌-ବି'ରୁ ଗ୍ରେଡ୍‌-ଏ'କୁ ଉଠିଛନ୍ତି। ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହା ଗ୍ରେଡ୍‌-ସି'ରୁ ଗ୍ରେଡ୍‌-ବି'କୁ ଉଠିଛନ୍ତି।

ଗ୍ରେଡ୍‌-ଏ+: ବିରାଟ୍ କୋହଲି, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା।
ଗ୍ରେଡ୍‌-ଏ: ରବିଚନ୍ଦ୍ରନ୍ ଅଶ୍ୱିନ୍‌, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ଲୋକେଶ ରାହୁଲ୍‌, ଶିଖର ଧୱନ୍‌, ମହମ୍ମଦ ଶାମି, ଈଶାନ୍ତ ଶର୍ମା, କୁଲଦୀପ ଯାଦବ, ଋଷଭ ପନ୍ତ।
ଗ୍ରେଡ୍‌-ବି: ଋଦ୍ଧିମାନ ସାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ୍।
ଗ୍ରେଡ୍‌-ସି: କେଦାର ଯାଦବ, ନଭଦୀପ ସାଇନି, ଦୀପକ ଚହର୍‌, ମନିଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଲ ଠାକୁର, ଶ୍ରେୟସ ଆୟର୍‌, ୱାଶିଂଟନ୍ ସୁନ୍ଦର।

Related story