ଫିଫା ବିଶ୍ୱକପ: ଛୋଟ ଦେଶ କିନ୍ତୁ ଫୁଟବଲ୍‌ ଖେଳରେ କିଙ୍ଗ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ଛୋଟ, କିନ୍ତୁ ଫୁଟବଲ ଖେଳର ପାଓ୍ୱାର ହାଉସ୍। ଫୁଟବଲ ଜଗତରେ ଏମିତି କିଛି ଛୋଟ ଛୋଟ ଦେଶ ଅଛିନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ ଚମତ୍କାର। ଚଳିତ ବର୍ଷ ଫିଫା ବିଶ୍ୱକପରେ ମଧ୍ୟ ବେଶ୍ ଦବଦବା ରହିଛି ଏହି ଦେଶଗୁଡ଼ିକର। ଆୟତନ ଓ ଜନସଂଖ୍ୟା ତୁଳନାରେ ବହୁତ ଛୋଟ ଛୋଟ ଦେଶ କିନ୍ତୁ ଫିଫା ବିଶ୍ୱକପରେ ଏମାନେ ବଡ଼ ବଡ଼ ଓ ଶକ୍ତିଶାଳୀ ଟିମକୁ ମାତ୍ ଦେଇଛନ୍ତି। ଗ୍ରୁପ ବି ରେ ଅଛି ସ୍ପେନ୍, […]

fifa1

Rakesh Mallick
  • Published: Saturday, 23 June 2018
  • , Updated: 23 June 2018, 05:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶ ଛୋଟ, କିନ୍ତୁ ଫୁଟବଲ ଖେଳର ପାଓ୍ୱାର ହାଉସ୍। ଫୁଟବଲ ଜଗତରେ ଏମିତି କିଛି ଛୋଟ ଛୋଟ ଦେଶ ଅଛିନ୍ତି ଯେଉଁମାନଙ୍କ ପ୍ରଦର୍ଶନ ବେଶ ଚମତ୍କାର। ଚଳିତ ବର୍ଷ ଫିଫା ବିଶ୍ୱକପରେ ମଧ୍ୟ ବେଶ୍ ଦବଦବା ରହିଛି ଏହି ଦେଶଗୁଡ଼ିକର। ଆୟତନ ଓ ଜନସଂଖ୍ୟା ତୁଳନାରେ ବହୁତ ଛୋଟ ଛୋଟ ଦେଶ କିନ୍ତୁ ଫିଫା ବିଶ୍ୱକପରେ ଏମାନେ ବଡ଼ ବଡ଼ ଓ ଶକ୍ତିଶାଳୀ ଟିମକୁ ମାତ୍ ଦେଇଛନ୍ତି।

ଗ୍ରୁପ ବି ରେ ଅଛି ସ୍ପେନ୍, ଏହାର ଜନସଂଖ୍ୟା ମାତ୍ର ସାଢ଼େ ଚାରି କୋଟି, ଯାହାକି ଓଡ଼ିଶାର ଜନସଂଖ୍ୟା ସହିତ ପ୍ରାୟତଃ ସମାନ। କିନ୍ତୁ ଫୁଟବଲରେ ଏହା ଏକ ଶକ୍ତିଶାଳୀ ଦେଶ। ୨୦୧୦ରେ ଚାମ୍ପିଅନ ହୋଇଥିବା ସ୍ପେନ୍ ଏଥର ଭଲ ପ୍ରଦର୍ଶନ କରୁଛି। ଚଳିତ ଫିଫା ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି ଫ୍ରାନ୍ସ। ୬ ପଏଣ୍ଟ ସହ ଗ୍ରୁପ ସିର ଟପରେ ଥିବା ଏହି ଦେଶର ଜନସଂଖ୍ୟା ହେଉଛି ପ୍ରାୟ ସାଢ଼େ ୬ କୋଟି। ଯାହାକି ଗୁଜରାଟର ଜନସଂଖ୍ୟା ସହିତ ସମାନ। ୧୯୯୮ରେ ଚାମ୍ପିୟନ ହୋଇଥିଲା ଫ୍ରାନ୍ସ। 

ସେହିପରି ଜାପାନର ମୋଟ୍ ଜନସଂଖ୍ୟା ମହାରାଷ୍ଟ୍ର ସଙ୍ଗେ ସମାନ। ତଥାପି ଫିଫା ବିଶ୍ୱକପରେ ଏହି ଦେଶ ନିଜ ଛାପ ଛାଡ଼ି ପାରିଛି। ଏହା ଛଡ଼ା କିଛି ନୂଆ ଦଳଙ୍କ ପ୍ରଦର୍ଶନ ଫୁଟବଲ୍‌ ପ୍ରେମୀଙ୍କ ହୃଦୟ ଜିତି ପାରିଛି। ମ୍ୟାଚ୍ ଜିତି ନପାରିଲେ ମଧ୍ୟ ଏମାନେ କ୍ରୀଡ଼ା ପ୍ରେମୀଙ୍କ ପ୍ରଶଂସା ସାଉଁଟି ପାରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପୋଲାଣ୍ଡ, ଇଜିପ୍ଟ୍‌, ମରକ୍କୋ।

ପୋଲାଣ୍ଡର ଜନସଂଖ୍ୟା ତେଲଙ୍ଗାନାର ଜନସଂଖ୍ୟା ସହିତ ସମାନ ଥିବା ବେଳେ ଇଜିପ୍ଟର ଜନସଂଖ୍ୟା ପଶ୍ଚିମବଙ୍ଗ ସହିତ ସମାନ। ମରକ୍କୋର ଜନସଂଖ୍ୟା କେରଳ ସହିତ ତୁଳନୀୟ। ଏହି ସବୁ ଛୋଟ ଛୋଟ ଦେଶକୁ ଦେଖିଲେ ଭାରତ ଫିଫା ବିଶ୍ୱକପରେ ଯୋଗ୍ୟତା ହାସଲ କରିନପାରିବା, ଭାରତୀୟଙ୍କ ମନରେ ନିରାଶା ସୃଷ୍ଟି କରେ। ତେବେ ଏକଥା ସତ ଯେ, ଫୁଟବଲ୍ ଫ୍ୟାନଙ୍କ ସଂଖ୍ୟା ଆମ ଦେଶରେ ମଧ୍ୟ କମ୍ ନୁହେଁ।

Related story