ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ସ୍ମିଥ୍ ଶୀର୍ଷରେ ମଜଭୁତ୍

ଦୁବାଇ: ଚଳିତ ଆଶେସ୍ ସିରିଜରେ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ମ୍ୟାଞ୍ଚେଷ୍ଟର ଟେଷ୍ଟରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷରେ ନିଜ ସ୍ଥିତିକୁ ଆହୁରି ମଜଭୁତ୍ କରିଛନ୍ତି। ବ୍ୟାଟିଂରେ ସ୍ମିଥ୍ ଏବଂ ବୋଲିଂରେ ପ୍ୟାଟ୍ କମିନ୍ସଙ୍କ ଯାଦୁ କାଏମ ରହିଛି। ଏହି ଦୁଇ ଖେଳାଳି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମିଳିଥିବା ୧୮୫ ରନର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ସ୍ମିଥ୍ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଠାରୁ […]

smith

smith

Ranjit Kumar Jena
  • Published: Tuesday, 10 September 2019
  • Updated: 10 September 2019, 05:19 PM IST

Sports

Latest News

ଦୁବାଇ: ଚଳିତ ଆଶେସ୍ ସିରିଜରେ ଫର୍ମରେ ଥିବା ଷ୍ଟିଭ୍ ସ୍ମିଥ୍ ମ୍ୟାଞ୍ଚେଷ୍ଟର ଟେଷ୍ଟରେ ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଆଇସିସି ଟେଷ୍ଟ ରାଙ୍କିଙ୍ଗର ଶୀର୍ଷରେ ନିଜ ସ୍ଥିତିକୁ ଆହୁରି ମଜଭୁତ୍ କରିଛନ୍ତି। ବ୍ୟାଟିଂରେ ସ୍ମିଥ୍ ଏବଂ ବୋଲିଂରେ ପ୍ୟାଟ୍ କମିନ୍ସଙ୍କ ଯାଦୁ କାଏମ ରହିଛି। ଏହି ଦୁଇ ଖେଳାଳି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ମିଳିଥିବା ୧୮୫ ରନର ବିଜୟରେ ପ୍ରମୁଖ ଭୂମିକା ବହନ କରିଥିଲେ। ସ୍ମିଥ୍ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଠାରୁ ୩୪ ପଏଣ୍ଟ ଆଗରେ ରହିଛନ୍ତି ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଶେଷ ହେବା ପରେ ମଧ୍ୟ ତାଙ୍କର ରାଙ୍କିଙ୍ଗରେ ଶୀର୍ଷରେ ରହିବା ଏକ ପ୍ରକାର ନିଶ୍ଚିତ।

ମ୍ୟାଞ୍ଚେଷ୍ଟରରେ ୨୧୧ ଏବଂ ୮୨ ରନର ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା ସ୍ମିଥଙ୍କର ଏବେ ୯୩୭ ପଏଣ୍ଟ ହୋଇଛି, ଯାହା ଡିସେମ୍ବର ୨୦୧୭ରେ ତାଙ୍କର ସର୍ବଶ୍ରେଷ୍ଠ ରେଟିଂ ପଏଣ୍ଟରୁ ମାତ୍ର ୧୦ ପଏଣ୍ଟ କମ୍। ଅନ୍ୟପକ୍ଷରେ ୧୦୩ ରନ୍ ଦେଇ ୭ ୱିକେଟ୍ ନେଇଥିବା କମିନ୍ସ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୯୧୪ ରେଟିଂ ପଏଣ୍ଟ ବରାବର କରିଛନ୍ତି, ଯାହା ଟେଷ୍ଟ କ୍ରିକେଟ୍ ଇତିହାସରେ ପଞ୍ଚମ ସର୍ବାଧିକ। ଏହା ଅଷ୍ଟ୍ରେଲିଆ ପକ୍ଷରୁ ଯୁଗ୍ମ ଭାବେ ସର୍ବାଧିକ ରେଟିଂ ପଏଣ୍ଟ। ୨୦୦୧ରେ ଗ୍ଲେନ୍ ମ୍ୟାକଗ୍ରା ସମାନ ରେଟିଂ ପଏଣ୍ଟ ହାସଲ କରିଥିଲେ।

କମିନ୍ସ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର କାଗିସୋ ରବାଡାଙ୍କଠାରୁ ୬୩ ରେଟିଂ ପଏଣ୍ଟ ଆଗରେ ଅଛନ୍ତି। ଭାରତର ଯଶପ୍ରୀତ ବୁମ୍ରା ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ଜୋଶ ହେଜଲଉଡ୍ ଚଳିତ ବର୍ଷ ପ୍ରଥମଥର ପାଇଁ ଟପ୍-୧୦ରେ ପ୍ରବେଶ କରିଛନ୍ତି। ସେ ଦ୍ୱାଦଶରୁ ସପ୍ତମ ସ୍ଥାନକୁ ଉଠିଛନ୍ତି।

ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଇଂଲଣ୍ଡର ଜୋସ୍ ବଟଲର୍ ଓ ରୋରୀ ବର୍ନସଙ୍କୁ ଫାଇଦା ହୋଇଛି। ବଟଲର୍ ୪ଟି ସ୍ଥାନ ଉପରକୁ ଉଠି ୩୭ତମ ଏବଂ ବର୍ନସ୍ ୬ଟି ସ୍ଥାନ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ୬୧ତମ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ୬ଟି ସ୍ଥାନ ଉପରକୁ ଉଠି ୬୦ତମ ସ୍ଥାନରେ ପହଞ୍ଚିଛନ୍ତି।

ଚଟ୍ଟୋଗ୍ରାମ ଟେଷ୍ଟରେ ବାଂଲାଦେଶକୁ ୨୨୪ ରନରେ ହରାଇ ଐତିହାସିକ ବିଜୟ ହାସଲ କରିଥିବା ଆଫଗାନିସ୍ତାନ ଟିମର କିଛି ଖେଳାଳିଙ୍କୁ ଫାଇଦା ମିଳିଛି। ପୂର୍ବତନ କ୍ୟାପଟେନ୍ ଅସଗର ଆଫଗାନ୍ ୯୨ ଓ ୫୦ ରନର ଇନିଂସ୍ ଖେଳିବା ପରେ ୧୧୦ରୁ ସିଧା ୬୩ତମ ସ୍ଥାନରେ ପହଞ୍ଚିଛନ୍ତି। ପ୍ରଥମ ଇନିଂସରେ ଶତକ ମାରିଥିବା ରେହମତ୍ ଶାହ ମଧ୍ୟ ୯୩ରୁ ୬୫ତମ ସ୍ଥାନକୁ ଉଠିଛନ୍ତି। ମ୍ୟାଚରେ ୧୦୪ ରନ୍ ଦେଇ ୧୧ ୱିକେଟ୍ ହାସଲ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିବା କ୍ୟାପଟେନ୍ ରଶିଦ୍ ଖାନ୍ ୬୯ରୁ ୩୭ତମ ସ୍ଥାନରେ ପହଞ୍ଚିଛନ୍ତି।

ଅଲରାଉଣ୍ଡର ମହମ୍ମଦ ନବିଙ୍କୁ ୨୧ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୮୫ତମ ସ୍ଥାନରେ ପହଞ୍ଚି ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ବାଂଲାଦେଶର ବାମହାତୀ ସ୍ପିନର୍ ଶାକିବ୍ ଅଲ୍ ହାସନ୍ ଓ ତାଇଜୁଲ୍ ଇସଲାମଙ୍କୁ ଗୋଟିଏ ଲେଖାଏ ସ୍ଥାନ ଫାଇଦା ହୋଇଛି ଏବଂ ଦୁହେଁ ଯଥାକ୍ରମେ ୨୧ତମ ଓ ୨୨ତମ ସ୍ଥାନରେ ରହିଛନ୍ତି। ଅଫ୍ ସ୍ପିନର୍ ନଇମ୍ ହାସନ୍ ୨୧ଟି ସ୍ଥାନ ଉପରକୁ ଉଠି ୬୬ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story