ସୋସିଆଲ୍‌ ମିଡିଆରେ ଦେଶବାସୀଙ୍କୁ କ୍ଷମା ମାଗିଲେ ଆଫ୍ରିଦି

କରାଚି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିଫାଇନାଲ ପର୍ଯ୍ୟାୟକୁ ଯାଇ ନ ପାରିବାରୁ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ଦେଶବାସୀଙ୍କୁ ବୁଧବାର କ୍ଷମା ମାଗିଛନ୍ତି। ଏ ନେଇ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କେବଳ ବାଂଲାଦେଶକୁ ହରାଇ ଥିବା ବେଳେ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏଥିପାଇଁ ଆଫ୍ରିଦିଙ୍କ ସମେତ ପୂରା ଟିମ୍‌କୁ ପାକିସ୍ତାନୀ ସମର୍ଥକମାନେ କଡ଼ା ସମାଲୋଚନା କରିଥିଲେ। ଖରାପ ପ୍ରଦର୍ଶନ […]

shahidafridi

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 11:30 AM IST

କରାଚି: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିଫାଇନାଲ ପର୍ଯ୍ୟାୟକୁ ଯାଇ ନ ପାରିବାରୁ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦି ଦେଶବାସୀଙ୍କୁ ବୁଧବାର କ୍ଷମା ମାଗିଛନ୍ତି। ଏ ନେଇ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ସେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ କେବଳ ବାଂଲାଦେଶକୁ ହରାଇ ଥିବା ବେଳେ ଭାରତ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏଥିପାଇଁ ଆଫ୍ରିଦିଙ୍କ ସମେତ ପୂରା ଟିମ୍‌କୁ ପାକିସ୍ତାନୀ ସମର୍ଥକମାନେ କଡ଼ା ସମାଲୋଚନା କରିଥିଲେ।

ଖରାପ ପ୍ରଦର୍ଶନ ପାଇଁ ଗତକାଲି ଦଳର ମୁଖ୍ୟ କୋଚ୍‌ ୱାକାର ୟୁନିସ୍‌ ଦେଶବାସୀଙ୍କୁ କ୍ଷମା ମାଗିଥିଲେ। ଏହା ସହିତ ସେ ପିସିବିକୁ ଇସ୍ତଫା ପ୍ରସ୍ତାବ ବି ଦେଇଛନ୍ତି।

Related story