ଷୋହଳ ବର୍ଷରୁ କମ୍ ଆନ୍ତଃସ୍କୁଲ କ୍ରିକେଟ: ପ୍ରଣବ ଧନୱାଡେଙ୍କ ବିଶ୍ୱ ରେକର୍ଡ

ମୁମ୍ବାଇ: ଷୋହଳ ବର୍ଷରୁ କମ୍ ଆନ୍ତଃସ୍କୁଲ କ୍ରିକେଟରେ ମୁମ୍ୱାଇର ପ୍ରଣବ ଧନୱାଡେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୩୨୩ ବଲରେ ୧୦୦୯ ରନ୍ କରି ରଚିଛନ୍ତି ଇତିହାସ। ଏଥିରେ ରହିଛି ୧୨୯ଟି ଚୌକା ଓ ୫୯ଟି ଛକା। ମୁମ୍ୱାଇ କ୍ରିକେଟ୍ ଆସୋସିଏସନ ତରଫରୁ ଆୟୋଜିତ ଭଣ୍ଡାରୀ କପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଣବ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଗାନ୍ଧୀ ହାଇସ୍କୁଲ ତରଫରୁ ଖେଳୁଥିବା ଦଶମ ଶ୍ରେଣୀର ପ୍ରଣବ ଗତକାଲି ଗୋଟିଏ ଦିନରେ ହିଁ ୧୯୯ ବଲରେ ୬୫୨ ରନ୍ […]

pranb-dhanwade

Rakesh Mallick
  • Published: Tuesday, 05 January 2016
  • , Updated: 06 January 2016, 03:20 AM IST

ମୁମ୍ବାଇ: ଷୋହଳ ବର୍ଷରୁ କମ୍ ଆନ୍ତଃସ୍କୁଲ କ୍ରିକେଟରେ ମୁମ୍ୱାଇର ପ୍ରଣବ ଧନୱାଡେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ୩୨୩ ବଲରେ ୧୦୦୯ ରନ୍ କରି ରଚିଛନ୍ତି ଇତିହାସ। ଏଥିରେ ରହିଛି ୧୨୯ଟି ଚୌକା ଓ ୫୯ଟି ଛକା। ମୁମ୍ୱାଇ କ୍ରିକେଟ୍ ଆସୋସିଏସନ ତରଫରୁ ଆୟୋଜିତ ଭଣ୍ଡାରୀ କପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଣବ ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଗାନ୍ଧୀ ହାଇସ୍କୁଲ ତରଫରୁ ଖେଳୁଥିବା ଦଶମ ଶ୍ରେଣୀର ପ୍ରଣବ ଗତକାଲି ଗୋଟିଏ ଦିନରେ ହିଁ ୧୯୯ ବଲରେ ୬୫୨ ରନ୍ କରିଥିଲେ। ଏଥିରେ ଥିଲା ୭୨ଟି ଚୌକା ଓ ୨୮ଟି ଛକା। ଏହାପରେ ଆଜି ନିଜ ଧୂଆଁଧାର ବ୍ୟାଟିଂ ଜରିଆରେ ୩୧୭ ବଲରେ ଏକ ହଜାର ରନ୍ ପୂରଣ କରିଥିଲେ। ଗତ ୧୧୭ ବର୍ଷର କ୍ରିକେଟ ଇତିହାସରେ ପୂର୍ବରୁ ଏଭଳି ସ୍କୋର କେବେ ଦେଖିବାକୁ ମିଳି ନ ଥିଲା। ୧୮୯୯ରେ ଭାରତ ଜନ୍ମିତ ଇଂଲଣ୍ଡର ଅଥର କୋଲିନସ୍ ୬୨୮ ରନ୍ କରି ବିଶ୍ୱ ରେକର୍ଡ କରିଥିଲେ। ଇଂଲଣ୍ଡରେ ଖେଳାଯାଉଥିବା ଜୁନିୟର ହାଉସ ମ୍ୟାଚରେ ସେ ଏହି ସ୍କୋର୍ କରିଥିଲେ। ସେହିପରି ୧୯୦୧ ଫାଷ୍ଟକ୍ଳାସ କ୍ରିକେଟରେ ଅଷ୍ଟ୍ରେଲିଆର ଚାର୍ଲସ ଇଡେ ୫୬୬ ରନ୍ କରିଥିଲେ। ୧୯୮୮ରେ ଭାରତୀୟ ଖେଳାଳି ବିନୋଦ କାମ୍ୱଲି ୩୪୯ ରନ୍ କରିଥିବା ବେଳେ ମାଷ୍ଟରବ୍ଳାଷ୍ଟର ସଚିନ୍ ତେନ୍ଦୁଲକର ୩୨୬ ରନ୍ କରିଥିଲେ। ସେତେବେଳେ ଉଭୟଙ୍କ ୬୪୪ରନର ପାର୍ଟନରସିପ୍ ଇତିହାସ ସୃଷ୍ଟି କରିଥିଲା ।

Related story