ପରାଜୟ ମୋ ଗୁରୁ, ବିଜୟରୁ କିଛି ମିଳେ ନାହିଁ: ବିରାଟ କୋହଲି

ନୂଆଦିଲ୍ଲୀ: ଜଣେ କ୍ରିକେଟ ଖଳାଳି ଭାବରେ ସାରା ବିଶ୍ୱରେ ବିରାଟ କୋହଲି ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଏତେ କମ୍ ବୟସରେ ଚମତ୍କାର ଖେଳ ପ୍ରଦର୍ଶନ କରି ବିଶ୍ୱର ବଡ଼ ବଡ଼ ଖେଳାଳିଙ୍କୁ ବିସ୍ମିତ କରିଛନ୍ତି। କଠିନ୍ନ ପରିଶ୍ରମ କରି ସେ ଏହି ସଫଳତା ପାଇଛନ୍ତି। କିନ୍ତୁ ବିରାଟଙ୍କ ବିଷୟରେ ସବୁଠାରୁ ଅଶ୍ଚର୍ଯ୍ୟର କଥା କ‘ଣ ଜାଣନ୍ତି ? ତାହା ହେଲା ବିରାଟ ନିଜ ବିଜୟ ଅପେକ୍ଷା ପରାଜୟକୁ ଗୁରୁ ବୋଲି ଭାବନ୍ତି। ନିକଟରେ ଏକ […]

virat

Rakesh Mallick
  • Published: Sunday, 06 May 2018
  • , Updated: 06 May 2018, 10:51 AM IST

ନୂଆଦିଲ୍ଲୀ: ଜଣେ କ୍ରିକେଟ ଖଳାଳି ଭାବରେ ସାରା ବିଶ୍ୱରେ ବିରାଟ କୋହଲି ନିଜର ଏକ ପରିଚୟ ସୃଷ୍ଟି କରିଛନ୍ତି। ଏତେ କମ୍ ବୟସରେ ଚମତ୍କାର ଖେଳ ପ୍ରଦର୍ଶନ କରି ବିଶ୍ୱର ବଡ଼ ବଡ଼ ଖେଳାଳିଙ୍କୁ ବିସ୍ମିତ କରିଛନ୍ତିକଠିନ୍ନ ପରିଶ୍ରମ କରି ସେ ଏହି ସଫଳତା ପାଇଛନ୍ତି। କିନ୍ତୁ ବିରାଟଙ୍କ ବିଷୟରେ ସବୁଠାରୁ ଅଶ୍ଚର୍ଯ୍ୟର କଥା କ'ଣ ଜାଣନ୍ତି ? ତାହା ହେଲା ବିରାଟ ନିଜ ବିଜୟ ଅପେକ୍ଷା ପରାଜୟକୁ ଗୁରୁ ବୋଲି ଭାବନ୍ତି। ନିକଟରେ ଏକ ସାକ୍ଷାତ୍‌କାର  ବିରାଟ ଏପରି କିଛି  ମୂଲ୍ୟବାନ କଥା କହିଥିଲେ। ଯାହା ଆଜି ଆମେ ଆପଣଙ୍କୁ କହିବୁ।

ପଢ଼ନ୍ତୁ ବିରାଟଙ୍କ ସଫଳତାର କାହାଣୀ ସଂକ୍ଷେପରେ...

ଏକ ସର୍ଭେରୁ ଦେଖାଯାଇଛି ଯେ୧୮-୪୦ ବର୍ଷ ବ୍ୟକ୍ତି ଖେଳକୁଦ କିମ୍ବା କସରତ କରୁ ନାହାଁନ୍ତି। ଯାହା ସବୁଠାରୁ ଚିନ୍ତାର ବିଷୟ। ଆଉଟ ଡୋର ଗେମ୍‌ ଆପେକ୍ଷା ମୋବାଇଲ୍‌ରେ କିମ୍ବା ଭିଡିଓ ଗେମ୍‌ରେ ଅଧିକ ସମୟ ବିତାଉଛନ୍ତି। ଯାହା ଆଦୌ ଠିକ୍‌ ନୁହେଁ ବୋଲି ବିରାଟ କୁହନ୍ତି। ଏହା ମଣିଷର ଜୀବନ ଶୈଳୀକୁ ଧ୍ୱଂସ ଆଡ଼କୁ ଟାଣି ନେଉଛି। ଶରୀରରେ ସ୍ଥାଣୁତା ଓ ମାନସୀକ ଚାପ ସୃଷ୍ଟି ଯୋଗୁଁ ଲୋକମାନଙ୍କ ବିଚାରଶକ୍ତି ଧୀରେ ଧୀରେ କମିଯାଉଛି।

ବିରାଟ କିନ୍ତୁ ଏସବୁରୁ ଦୂରେଇ ନିଜକୁ ଫିଟ୍‌ ରଖିବା ପାଇଁ ସବୁବେଳେ ଖେଳ କସରତରେ ମାତିଥାନ୍ତି। ସକାଳେ ଓ ସନ୍ଧ୍ୟାରେ ପାର୍କରେ ଖେଳିବା ଜିମ୍‌ କରନ୍ତି। ଛୁଟି ଦିନରେ ସେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଯାଇ ଦିନସାରା ଖେଳରେ ମାତନ୍ତି। ଏହା ମାନସିକ ଉନ୍ନତି ସହିତ ଶାରିରୀକ ବିକାଶ କରେ ବୋଲି ବିରାଟ କହନ୍ତି। ପିଲାବେଳେ ସେ ଖୁବ୍‌ କ୍ରିକେଟ୍‌ ଓ ବେଡ୍‌ମିଣ୍ଟନ ଖେଳୁଥିଲେ। ଟିଭିରେ ଖେଳ ଦେଖି ସେହିଭଳି ସଟ୍‌ ମାରିବାକୁ ଚେଷ୍ଟା କରୁଥିଲେ। ଏଥିରେ ତାଙ୍କୁ ଆତ୍ମସନ୍ତୁଷ୍ଟି ମିଳୁଥିଲା ବୋଲି ସେ କୁହନ୍ତି।

ବିରାଟଙ୍କ ସଫଳତା ଓ ଫିଟ୍‌ନେସ୍‌ର କାରଣ: ବିରାଟ ଏକ ପେଶାଦାର ଖେଳାଳି ଭାବେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚାହିଁଲେ। ଏବଂ ଏଥିରେ ସେ ନିଶ୍ଚୟ ସଫଳ ହେବେ ବୋଲି ସକାରାତ୍ମକ ଚିନ୍ତାଧାରା ରଖୁଥିଲେ। ସେଥିପାଇଁ ଦୃଢ଼ ଆତ୍ମବିଶ୍ୱାସ ଓ କଠିନ୍ନ ପରିଶ୍ରମ କରିବାକୁ ଆରମ୍ଭ କରିଦେଲେ। ବିରାଟ କୁହନ୍ତି ମନରେ ସବୁବେଳେ ମହତ୍ୱକାଂକ୍ଷୀ ଚିନ୍ତାଧାରା ପୋଷଣ କରିବା ଦରକାର। ଏହା ନିଜକୁ ଆହୁରି ଉତ୍ତମ କରି ଗଢ଼ି ତୋଳିଥାଏ।

ପିଲାମାନଙ୍କ ପାଇଁ ବିରାଟଙ୍କର କିଛି ଟିପ୍ସ: ବିରାଟ କୁହନ୍ତି ଯେ, କେତେବେଳେ କ'ଣ କରିବା ଉଚିତ୍‌ ସେଥିପାଇଁ ନିଜର ଏକ ରୁଟିନ୍‌ ରହିବା ଦରକାର। ପରୀକ୍ଷା ସମୟରେ ପିଲାମାନେ ଚାପରେ ନ ରହିବା ଦରକାର। ଏଥିପାଇଁ ବିରାଟ ତାଙ୍କ ବୋର୍ଡ ପରୀକ୍ଷାବେଳେ ଟିକେ ଅବସର ପାଇଲେ ସେ କ୍ରିକେଟ୍‌ ଖେଳିବାକୁ ପଳାଉଥିଲା, ଯାହା ତାଙ୍କୁ ମାନସିକ ଚାପରୁ ମୁକ୍ତି ଦେବା ସହିତ ପାଠପଢ଼ାରେ ଆଗ୍ରହ ବଢ଼ାଉଥିଲା।

ସଫଳତା ପାଇଁ ପ୍ରିତିଭା, ଶୃଙ୍ଖଳା, ଶାରିରୀକ ସୁସ୍ଥତା, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ପ୍ରକୃତରେ କ'ଣ ଆବଶ୍ୟକ ?

ବିରାଟଙ୍କ ମତରେ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ସମସନ୍ତଙ୍କ ମଧ୍ୟରେ ଦକ୍ଷତା ଅଛି। ଯଦି ସମସ୍ତେ କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ସହିତ ନିଜର ଦକ୍ଷତାକୁ ଉପଯୋଗ କରନ୍ତି ତେବେ ସଫଳତା ନିଶ୍ଚୟ ମିଳିବ ବୋଲି ବିରାଟଙ୍କ ମତ।

ବିଜୟ ନା ପରାଜୟ କେଉଁଥିରେ ଅଧିକ ଶିକ୍ଷା ମିଳିଥାଏ ?

ପରାଜୟରେ ଶତପ୍ରତିଶତ ଶିଖିବାକୁ ମିଳେ। କିନ୍ତୁ ବିଜୟ କିଛି ବି ଶିଖାଏ ନା। ତାଙ୍କ ଜୀବନର ପ୍ରତ୍ୟେକ ଦୁର୍ଘଟଣା ତାଙ୍କୁ ଜଣେ ଭଲ ମଣିଷ କରି ଗଢ଼ି ତୋଳିଛି ବୋଲି ବିରାଟ କୁହନ୍ତି। ନିଜକୁ ସୁଧାରିବା ପାଇଁ ଜୀବନରେ ବେଶୀ ଲୋକଙ୍କ ଆବଶ୍ୟକତା ନାହିଁ। କାରଣ ଆପଣ ନିଜେ ନିଜ ତୃଟି  ବିଷୟରେ ଜାଣିବା ଦରକାର। ବିରାଟଙ୍କ ଖରାପ ସମୟ ତାଙ୍କ ପାଇଁ ସବୁଠାରୁ ମୂଲ୍ୟବାନ ବୋଲି ସେ କୁହନ୍ତି।

 

Related story