ଭିଏତନାମ୍ ଓପନ୍ ସେମିରେ ସୌରଭ ବର୍ମା

ହୋ ଚି ମିନ୍ ସିଟି: ଭାରତୀୟ ଶଟଲର୍ ସୌରଭ ବର୍ମା ଚଳିତ ଭିଏତନାମ୍ ଓପନ୍ ବିଡବ୍ଲ୍ୟୁଏଫ୍ ସୁପର୍-୧୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ସ୍ଥାନ ହାସଲ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା କ୍ୱାର୍ଟରଫାଇନାଲରେ ଦ୍ୱିତୀୟ ସିଡ୍ ସୌରଭ ଘରୋଇ ତାରକା ତିଏନ ମିନ୍ ଗୁୟେନଙ୍କୁ ସିଧାସଳଖ ୨୧-୧୩, ୨୧-୧୮ ଗେମରେ ପରାସ୍ତ କରିଛନ୍ତି।

ଏହି ମୁକାବିଲାକୁ ଜିତିବା ପାଇଁ ସୌରଭ ମାତ୍ର ୪୩ ମିନିଟ୍ ସମୟ ନେଇଥିଲେ। ଡିଫେଣ୍ଡିଂ ଜାତୀୟ ଚାମ୍ପିୟନ୍ ସୌରଭ ସେମିଫାଇନାଲରେ ଜାପାନର ମିନୋରୁ କୋଗା ଓ ଥାଇଲ୍ୟାଣ୍ଡର ଷଷ୍ଠ ସିଡ୍ ଖେଳାଳି ତାନୋଙ୍ଗସାକ୍ ସାଇନସୋମବୁନସୁକଙ୍କ ମଧ୍ୟରେ ହେବାକୁଥିବା କ୍ୱାର୍ଟରଫାଇନାଲ୍ ମୁକାବିଲାର ବିଜେତାଙ୍କୁ ଭେଟିବେ।