ଅଗରତାଲା: ତ୍ରିପୁରାର ୟୁ-୧୬ ଓ ୟୁ-୧୯ କ୍ରିକେଟ ଦଳକୁ ପ୍ରଶିକ୍ଷଣ ଦେବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୋମବାର ନିଜେ ଦାଦା ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି, ଶୀଘ୍ର ସେ ଅଗରତାଲାକୁ ଯାଉଛି, ସେଠାରେ ଏହି ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବି । ଏଥିରେ ତାଙ୍କୁ ଖୁସି ମିଳିବ ବୋଲି ତ୍ରିପୁରା କ୍ରିକେଟ ଆସୋସିଏସନ(ଟିସିଏ) ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଏହାସହ ଏହି କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ୩ ଦିନିଆ କିମ୍ବା ୫ ଦିନିଆ ମ୍ୟାଚ ଆୟୋଜନ କରାଯାଉ ବୋଲି ସେ ଟିସିଏଙ୍କୁ ଅନୁରୋଧ କରିଛନ୍ତି ।