ଭାରତକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ପୁଣି ଦିନିକିଆରେ ଏକ ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସି ଦିନିକିଆ ମାନ୍ୟତାରେ ଭାରତକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ପୁଣି ଏକ ନମ୍ବର ସ୍ଥାନ ଅଧିକାର କରିଛି। ଆଇସିସି ପକ୍ଷରୁ ଜାରି ତାଜା ତାଲିକାରେ ଏହା ଦର୍ଶାଯାଇଛି। ସାଉଥ ଆଫ୍ରିକା ଟିମ୍‌ ୫୨ଟି ମ୍ୟାଚ୍‌ରେ ୬୨୪୪ ଅଙ୍କ ହାସଲ କରି ଶୀର୍ଷରେ ପହଞ୍ଚିଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବା ପରେ ଦକ୍ଷିଣ ଆଫ୍ରିକା ଦଳକୁ ଏହି ସଫଳତା ମିଳିଛି। ଏହାସହ ଟିମ୍‌ ଇଣ୍ଡିଆ ୫୦ ଟି ମ୍ୟାଚ୍‌ ଖେଳି ୫୯୯୩ […]

Rakesh Mallick
  • Published: Thursday, 19 October 2017
  • , Updated: 19 October 2017, 07:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇସିସି ଦିନିକିଆ ମାନ୍ୟତାରେ ଭାରତକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ପୁଣି ଏକ ନମ୍ବର ସ୍ଥାନ ଅଧିକାର କରିଛି। ଆଇସିସି ପକ୍ଷରୁ ଜାରି ତାଜା ତାଲିକାରେ ଏହା ଦର୍ଶାଯାଇଛି। ସାଉଥ ଆଫ୍ରିକା ଟିମ୍‌ ୫୨ଟି ମ୍ୟାଚ୍‌ରେ ୬୨୪୪ ଅଙ୍କ ହାସଲ କରି ଶୀର୍ଷରେ ପହଞ୍ଚିଛି। ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ବିଜୟୀ ହେବା ପରେ ଦକ୍ଷିଣ ଆଫ୍ରିକା ଦଳକୁ ଏହି ସଫଳତା ମିଳିଛି। ଏହାସହ ଟିମ୍‌ ଇଣ୍ଡିଆ ୫୦ ଟି ମ୍ୟାଚ୍‌ ଖେଳି ୫୯୯୩ ଅଙ୍କ ସହ ଦ୍ୱିତୀୟ ସ୍ଥାନକୁ ଖସିଆସିଛି। ଭାରତୀୟ ଟିମ ଆସନ୍ତା ରବିବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି। ପ୍ରଥମ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ। ଏହି ସିରିଜରେ ଭଲ ପ୍ରଦର୍ଶନ କରି ଭାରତ ପୁଣିଥରେ ଏକ ନମ୍ବର ହେବ ବୋଲି ଆଶା କରାଯାଉଛି।

Related story