ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ସ୍କ୍ୱାଡରେ ୬ ନୂଆମୁହଁ

କେପଟାଉନ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୧୭ଜଣିଆ ଦକ୍ଷିଣ ଆଫ୍ରିକା ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ଦଳରେ ୬ଜଣ ନୂଆମୁହଁଙ୍କୁ ସାମିଲ୍ କରାଯାଇଛି ସେମାନେ ହେଲେ ବ୍ୟାଟ୍ସମ୍ୟାନ୍ ପିଟର୍ ମଲାନ୍‌, ରାସି ଭାନ୍ ଡର୍ ଡୁସେନ୍‌, ପେସ୍ ବୋଲର ଡେନ୍ ପ୍ୟାଟରସନ୍‌, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଅଲରାଉଣ୍ଡର ଡ୍ୱେନ୍ ପ୍ରିଟୋରିଅସ୍ ଏବଂ ୱିକେଟକିପର ରୁଡି ସେକେଣ୍ଡ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୨୬ ତାରିଖ ଅର୍ଥାତ୍ ବକ୍ସିଂ ଡେ’ରେ ଜୋହାନସବର୍ଗରେ ଆରମ୍ଭ […]

faf

Ranjit Kumar Jena
  • Published: Monday, 16 December 2019
  • , Updated: 16 December 2019, 08:53 PM IST

କେପଟାଉନ୍‌: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ୧୭ଜଣିଆ ଦକ୍ଷିଣ ଆଫ୍ରିକା ସ୍କ୍ୱାଡର ଘୋଷଣା କରାଯାଇଛି। ଏହି ଦଳରେ ୬ଜଣ ନୂଆମୁହଁଙ୍କୁ ସାମିଲ୍ କରାଯାଇଛି ସେମାନେ ହେଲେ ବ୍ୟାଟ୍ସମ୍ୟାନ୍ ପିଟର୍ ମଲାନ୍‌, ରାସି ଭାନ୍ ଡର୍ ଡୁସେନ୍‌, ପେସ୍ ବୋଲର ଡେନ୍ ପ୍ୟାଟରସନ୍‌, ବ୍ୟୁରାନ୍ ହେଣ୍ଡ୍ରିକ୍ସ, ଅଲରାଉଣ୍ଡର ଡ୍ୱେନ୍ ପ୍ରିଟୋରିଅସ୍ ଏବଂ ୱିକେଟକିପର ରୁଡି ସେକେଣ୍ଡ। ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଆସନ୍ତା ୨୬ ତାରିଖ ଅର୍ଥାତ୍ ବକ୍ସିଂ ଡେ'ରେ ଜୋହାନସବର୍ଗରେ ଆରମ୍ଭ ହେବ।

ଦକ୍ଷିଣ ଆଫ୍ରିକା ନବନିର୍ବାଚିତ କୋଚ୍ ମାର୍କ ବାଉଚରଙ୍କ ମାର୍ଗଦର୍ଶନରେ ଏହି ଦଳ ଘୋଷଣା କରାଯାଇଛି। ହାଶିମ୍ ଆମଲା ଓ ଡେଲ୍ ଷ୍ଟେନଙ୍କ ଅବସର ନେଇ ସାରିଥିବା ବେଳେ ପେସ୍ ବୋଲର ଲୁଙ୍ଗି ଏନଗିଡି ଏବଂ ଅଲରାଉଣ୍ଡର ୱିଆନ୍ ମୁଲ୍ଡର ଆହତ କାରଣରୁ ଟିମରୁ ବାଦ୍ ପଡ଼ିଛନ୍ତି। ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଫାଫ୍ ଡ୍ୟୁପ୍ଲେସିସଙ୍କୁ ପୁଣିଥରେ ଟିମର କ୍ୟାପଟେନ୍ କରାଯାଇଛି।

ଡ୍ୟୁପ୍ଲେସିସଙ୍କ ବ୍ୟତୀତ ଡିନ୍ ଏଲଗାର, କ୍ୱିଣ୍ଟନ୍ ଡି'କକ୍‌, ଭର୍ନନ୍ ଫିଲାଣ୍ଡର ଓ କାଗିସୋ ରବାଡା ମଧ୍ୟ ଏହି ସ୍କ୍ୱାଡରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ତା'ର ଶେଷ ଘରୋଇ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ନିକଟରୁ ୦-୨ରେ ପରାସ୍ତ ହୋଇଥିଲା। ସେହିପରି ନିକଟରେ ଟିମ୍ ଭାରତ ଗସ୍ତରେ ତିନୋଟି ଟେଷ୍ଟରେ ହାରିଥିଲା। ଲଗାତାର ବିଫଳତାକୁ ଦୃଷ୍ଟିରେ ରଖି ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥଙ୍କୁ କ୍ରିକେଟ୍ ଡାଇରେକ୍ଟର ଭାବେ ନିଯୁକ୍ତ କରିଥିଲା। ତାଙ୍କ ନେତୃତ୍ୱରେ ଟିମର ଭଲ ପ୍ରଦର୍ଶନ ନେଇ ବୋର୍ଡ ଆଶାବାଦୀ ଅଛି।

ସ୍କ୍ୱାଡ୍‌: ଫାଫ୍ ଡ୍ୟୁପ୍ଲେସିସ୍ (କ୍ୟାପଟେନ୍‌), ତେମ୍ବା ବାଭୁମା, କ୍ୱିଣ୍ଟନ୍ ଡି'କକ୍‌, ଡିନ୍ ଏଲଗାର, ବ୍ୟୁରାନ୍ ହେଣ୍ଡ୍ରିକ୍ସ, କେଶବ ମହାରାଜ, ଆଇଡେନ୍ ମର୍କରାମ୍‌, ଜୁବେର୍ ହମଜା, ଆନରିଚ୍ ନୋର୍ଟଜେ, ଡେନ୍ ପ୍ରିଟୋରିଅସ୍‌, ଆଣ୍ଡିଲେ ଫେଲୁକୱାୟୋ, ଭର୍ନନ୍ ଫିଲାଣ୍ଡର୍‌, ଡ୍ୱେନ୍ ପ୍ରିଟୋରିଅସ୍‌, କାଗିସୋ ରବାଡା, ରୁଡି ସେକେଣ୍ଡ, ରାସି ଭାନ୍ ଡର୍ ଡୁସେନ୍।

Related story