ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍ ରଚିଲେ ଇତିହାସ; ୫୦ ଓଭରର ମ୍ୟାଚ୍‌ରେ ଏକା ମାରିଲେ ୪୯୦ ରନ୍‌

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜଣେ ବ୍ୟାଟ୍ସମ୍ୟାନ୍‌ ଶନିବାର (ଗତକାଲି) ଇତିହାସ ରଚିଛନ୍ତି। ୫୦ ଓଭରର ଏକ ମ୍ୟାଚ୍‌ରେ ସେ ଏକାକୀ ୪୯୦ ରନ୍‌ର ପାଳି ଖେଳିଛନ୍ତି। ସେ ମାତ୍ର ୧୫୧ ବଲ୍‌ରୁ ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିରେ ରହିଛି ୫୭ଟି ଛକ୍କା ଓ ୨୭ଟି ଚୌକା। ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ନାଁ ଶେନ୍ ଡାଡସ୍ୱେଲ। ଏନ୍‌ଡବ୍ଳ୍ୟୁୟୁ ପୁକ୍କେ ଓ ପୋଚ୍ ଡର୍ପ ମଧ୍ୟରେ ହୋଇଥିବା ଏକ ମ୍ୟାଚ୍‌ରେ ସେ କରି ଦେଖାଇଛନ୍ତି ଏହି କାରନାମା। ଏନ୍‌ଡବ୍ଳ୍ୟୁୟୁ ପୁକ୍କେ […]

dadswell

Rakesh Mallick
  • Published: Sunday, 19 November 2017
  • , Updated: 19 November 2017, 09:32 AM IST

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜଣେ ବ୍ୟାଟ୍ସମ୍ୟାନ୍‌ ଶନିବାର (ଗତକାଲି) ଇତିହାସ ରଚିଛନ୍ତି। ୫୦ ଓଭରର ଏକ ମ୍ୟାଚ୍‌ରେ ସେ ଏକାକୀ ୪୯୦ ରନ୍‌ର ପାଳି ଖେଳିଛନ୍ତି। ସେ ମାତ୍ର ୧୫୧ ବଲ୍‌ରୁ ଏହି ରନ୍ ସଂଗ୍ରହ କରିଛନ୍ତି। ଏଥିରେ ରହିଛି ୫୭ଟି ଛକ୍କା ଓ ୨୭ଟି ଚୌକା। ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ନାଁ ଶେନ୍ ଡାଡସ୍ୱେଲ। ଏନ୍‌ଡବ୍ଳ୍ୟୁୟୁ ପୁକ୍କେ ଓ ପୋଚ୍ ଡର୍ପ ମଧ୍ୟରେ ହୋଇଥିବା ଏକ ମ୍ୟାଚ୍‌ରେ ସେ କରି ଦେଖାଇଛନ୍ତି ଏହି କାରନାମା।

ଏନ୍‌ଡବ୍ଳ୍ୟୁୟୁ ପୁକ୍କେ ଦଳରେ ସାମିଲ ୨୦ ବର୍ଷୀୟ ଶେନ୍ ଗୋଟିଏ ପଟେ ବୋଲରଙ୍କୁ ନିର୍ଧୂମ ପ୍ରହାର କରୁଥିବା ବେଳେ ଅନ୍ୟ ପଟେ ତାଙ୍କୁ ଖୁବ୍ ସହଯୋଗ କରିଥିଲେ ସାଥୀ ଖେଳାଳି ରୁଆନ ହାସବ୍ରୋକ୍। ସେ ବି ଶତକ ମାରିଥିଲେ। ସେ ୬ଟି ଛକ୍କା ଓ ୧୨ଟି ଚୌକା ସହାୟତାରେ ୫୪ଟି ବଲ୍‌ରୁ ୧୦୪ ରନ୍ ସଂଗ୍ରହ କରିଥିଲେ। ଦୁଇ ଖେଳାଳି ଅବିଶ୍ୱାସନୀୟ ପ୍ରଦର୍ଶନ କରି ୫୦ ଓଭରରେ ଦଳୀୟ ସ୍କୋରକୁ ୬୭୭ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଏହି ବିଶାଳ ସ୍କୋରର ପିଛା କରି ପୋଚ୍ ଡର୍ପ ଡର୍ପ ୫୦ ଓଭରରେ ୯ ୱିକେଟ୍ ହରାଇ ୨୯୦ ରନ୍ କରିଥିଲା। ଏନ୍‌ଡବ୍ଳ୍ୟୁୟୁ ପୁକ୍କେ ୩୮୭ ରନ୍‌ରେ ଏହି ମ୍ୟାଚ୍ ଜିତିଥିଲା।

 

Related story