ସାଗ୍: ଭାରୋତ୍ତୋଳନରେ ଭାରତକୁ ଆଉ ଦୁଇ ସ୍ୱର୍ଣ୍ଣ

ଗୌହାଟି: ୧୨ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍)ରେ ରବିବାର ଭାରତକୁ ଭାରୋତ୍ତୋଳନରେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ଆଜି ୫୮ କେଜି ମହିଳା ବର୍ଗ ଭାରୋତ୍ତୋଳନରେ ଓଡ଼ିଆ ଝିଅ ସରସ୍ୱତୀ ରାଉତ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୬୯ କେଜି ପୁରୁଷ ବର୍ଗରେ ଶାମ୍ବୋ ଲାପୁଙ୍ଗ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ଭାରୋତ୍ତୋଳନ ବିଭାଗରେ ମୋଟ ୫ଟି ସ୍ୱର୍ଣ୍ଣ ଜିତିସାରିଲାଣି। ୧୨ ତମ ଦକ୍ଷିଣ ଏସିଆନ୍ ଗେମ୍ସରେ ଭାରତ ୨୪ ସ୍ୱର୍ଣ୍ଣ, ୯ ରୌପ୍ୟ […]

saraswati-weightlifting-pti

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 03:54 PM IST

ଗୌହାଟି: ୧୨ତମ ସାଉଥ୍ ଏସିଆନ୍ ଗେମ୍ସ(ସାଗ୍)ରେ ରବିବାର ଭାରତକୁ ଭାରୋତ୍ତୋଳନରେ ଆଉ ଦୁଇଟି ସ୍ୱର୍ଣ୍ଣ ପଦକ ମିଳିଛି। ଆଜି ୫୮ କେଜି ମହିଳା ବର୍ଗ ଭାରୋତ୍ତୋଳନରେ ଓଡ଼ିଆ ଝିଅ ସରସ୍ୱତୀ ରାଉତ୍ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୬୯ କେଜି ପୁରୁଷ ବର୍ଗରେ ଶାମ୍ବୋ ଲାପୁଙ୍ଗ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତ ଭାରୋତ୍ତୋଳନ ବିଭାଗରେ ମୋଟ ୫ଟି ସ୍ୱର୍ଣ୍ଣ ଜିତିସାରିଲାଣି। ୧୨ ତମ ଦକ୍ଷିଣ ଏସିଆନ୍ ଗେମ୍ସରେ ଭାରତ ୨୪ ସ୍ୱର୍ଣ୍ଣ, ୯ ରୌପ୍ୟ ଓ ୨ ବ୍ରୋଞ୍ଚ ପଦକ ସହ ମୋଟ ୩୨ଟି ପଦକ ଜିତି ତାଲିକାର ଶୀର୍ଷରେ ରହିଛି।

ରାଉତ୍ ୧୮୭ କେଜି ଭାରୋତ୍ତଳନ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବାଂଲାଦେଶରଏଫ୍ ଚକ୍‌ମ୍ମା ୧୧୪ କେଜି ଉଠେଇ ଦ୍ୱତୀୟ ସ୍ଥାନ ଓ ଶ୍ରୀଲଙ୍କାର ଏମ୍.ଉମେରିଆ ୧୪୨ କେଜି ଉଠେଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।

୬୯ କେଜି ପୁରୁଷ ବର୍ଗରେ ଭାରତର ଲାପୁଙ୍ଗ ମୋଟ ୨୮୧ କେଜି ଉଠେଇ ସ୍ୱର୍ଣ୍ଣ ଜିତିଥିବା ବେଳେ ସମାନ କେଜି ଉଠାଇ ଶ୍ରୀଲଙ୍କାର ଏମ.ଦିଶାନ୍‌ୟକେଙ୍କୁ ରୌପ୍ୟ ଓ ୨୭୫ କେଜି ଭାରୋତ୍ତୋଳନ କରି ପାକିସ୍ତାନର ସୁଫିଆନ୍ ଆବୁ ବ୍ରୋଞ୍ଚ ପଦକ ଜିତିଛନ୍ତି।

ଶନିବାର ଭାରତ ଭାରୋତ୍ତୋଳନରୁ ୩ଟି ସ୍ୱର୍ଣ୍ଣ  ଜିତିଥିଲା।

Related story