ସାଉଥ୍ ଏସିଆନ୍ ଗେମ୍ସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଗୌହାଟୀ: ଆସାମର ଗୌହାଟୀ ସ୍ଥିତ ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ ଶୁକ୍ରବାର ସାଉଥ୍ ଏସିଆନ୍ ଗେମ୍ସର ୧୨ ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୋଦି କହିଥିଲେ ଯେ ସମୃଦ୍ଧି ଆଣିବା ପାଇଁ ସାଉଥ୍ ଏସିଆ ଗେମ୍ସ ଏକ ସୁଯୋଗ। ୧୨ ଦିନ ଧରି ଚାଲିବାକୁ ଥିବା ଏହି ଗେମ୍ସରେ ୮ଟି ସାର୍କ ଦେଶରୁ ମୋଟ ୨,୫୦୦ ଖେଳାଳି ଭାଗ […]

south-asian-games

Rakesh Mallick
  • Published: Friday, 05 February 2016
  • , Updated: 05 February 2016, 01:26 PM IST

ଗୌହାଟୀ: ଆସାମର ଗୌହାଟୀ ସ୍ଥିତ ଇନ୍ଦିରା ଗାନ୍ଧି ଆଥଲେଟିକ୍ସ ଷ୍ଟାଡିୟମରେ ଶୁକ୍ରବାର ସାଉଥ୍ ଏସିଆନ୍ ଗେମ୍ସର ୧୨ ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ମୋଦି କହିଥିଲେ ଯେ ସମୃଦ୍ଧି ଆଣିବା ପାଇଁ ସାଉଥ୍ ଏସିଆ ଗେମ୍ସ ଏକ ସୁଯୋଗ।

୧୨ ଦିନ ଧରି ଚାଲିବାକୁ ଥିବା ଏହି ଗେମ୍ସରେ ୮ଟି ସାର୍କ ଦେଶରୁ ମୋଟ ୨,୫୦୦ ଖେଳାଳି ଭାଗ  ନେଇଛନ୍ତି।

ଚାରି ବର୍ଷର ବିଳମ୍ବରେ ଏହି ଗେମ୍ସ ଅନୁଷ୍ଠିତ ହେଉଛି। ଏସିଆନ୍ ଗେମ୍ସର ଏହି ୧୨ତମ ସଂସ୍କରଣ ୨୦୧୨ରେ ନୂଆଦିଲ୍ଲୀରେ ହେବାର ଥିଲା। ତେବେ ବିଧାନସଭା ନିର୍ବାଚନ ଯୋଗୁଁ ଏହାକୁ ବାତିଲ କରି ଦିଆଯାଇଥିଲା। ତା’ପରେ ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ କମିଟି ଦ୍ୱାରା ଭାରତୀୟ ଅଲିମ୍ପିକ ଆସୋସିଏସନ୍ ନିଲମ୍ବିତ ହେବା ଯୋଗୁଁ ଏହି ଖେଳ ଅନୁଷ୍ଠିତ ହୋଇପାରି ନ ଥିଲା। ଡିସେମ୍ବର ୨୦୧୨ରୁ ଫେବ୍ରୁଆରୀ ୨୦୧୪ ପର୍ଯ୍ୟନ୍ତ ଆଇଓଏ ନିଲମ୍ବିତ ହୋଇଥିଲା। ଆଇଓଏ ଉପରୁ ନିଲମ୍ବନ ଉଠିବା ପରେ କେରଳ ଏହାକୁ ଆୟୋଜନ କରିବାକୁ ଚାହୁଁଥିଲା।  କିନ୍ତୁ ଗତବର୍ଷ ଏହାର ଆୟୋଜନ କରିବାକୁ ଗୌହାଟୀ ଓ ସିଲଂକୁ ଦିଆଯାଇଥିଲା।

ଏହା ପୂର୍ବରୁ ୧୯୮୭ରେ କୋଲକାତା ଓ ୧୯୯୫ରେ ଚେନ୍ନାଇରେ ଆୟୋଜିତ ହୋଇଥିଲା ଦକ୍ଷିଣ ଏସିଆନ୍ ଗେମ୍ସ।

ଗତ ଦକ୍ଷିଣ ଏସିଆନ୍ ଗେମ୍ସ ୨୦୧୦ରେ ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ୧୭୫ଟି ପଦକ ଜିତିଥିଲା। ଏହା ମଧ୍ୟରେ ଥିଲା ୯୦ଟି ସ୍ୱର୍ଣ୍ଣ ପଦକ। ୧୯ଟି ସ୍ୱର୍ଣ୍ଣ ପଦକ ସମେତ ୮୦ଟି ପଦକ ସହିତ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିଲା।

Related story