ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଦିନିକିଆ ୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ହୋଇଥିବା ଅଭିଯୋଗ ପରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ତଦନ୍ତ ଆରମ୍ଭ କରିଥିଲେ। ଏପରି କି ତତ୍କାଳୀନ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁମାର ସାଙ୍ଗାକାରା, ଉପ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଓ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ପଚରାଉଚରା ମଧ୍ୟ କରିଥିଲା। ତେବେ ଉପଯୁକ୍ତ ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ତଦନ୍ତ ଉପରେ ରୋକ ଲଗାଇ ଦେଇଛି। ଏନେଇ ଆଜି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୧ରେ […]

sa

Hemant Lenka
  • Published: Friday, 03 July 2020
  • , Updated: 03 July 2020, 06:45 PM IST

ନୂଆଦିଲ୍ଲୀ: ଦିନିକିଆ ୨୦୧୧ ବିଶ୍ୱକପ୍‌ରେ ଫିକ୍ସିଂ ହୋଇଥିବା ଅଭିଯୋଗ ପରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ତଦନ୍ତ ଆରମ୍ଭ କରିଥିଲେ। ଏପରି କି ତତ୍କାଳୀନ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁମାର ସାଙ୍ଗାକାରା, ଉପ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଓ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ୟୁନିଟ ପଚରାଉଚରା ମଧ୍ୟ କରିଥିଲା। ତେବେ ଉପଯୁକ୍ତ ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ତଦନ୍ତ ଉପରେ ରୋକ ଲଗାଇ ଦେଇଛି। ଏନେଇ ଆଜି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।

୨୦୧୧ରେ ଶ୍ରୀଲଙ୍କାର କ୍ରୀଡ଼ାମନ୍ତ୍ରୀ ଥିବା ମହିଦାନନ୍ଦ ଅଲୁଥଗମାଗେ ବିଶ୍ୱକପରେ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଥିଲେ। ଏହାପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଶେଷରେ କ୍ରୀଡ଼ା ମନ୍ତ୍ରଣାଳୟ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତେବେ କ୍ରୀଡ଼ା ମନ୍ତ୍ରୀ ଆଣିଥିବା ଅଭିଯୋଗର କୌଣସି ପ୍ରମାଣ ମିଳି ନଥିଲା। ଶେଷରେ ପ୍ରମାଣ ନ ମିଳିବାରୁ କ୍ରୀଡ଼ା ମନ୍ତ୍ରଣାଳୟ ଆଜି ଏହା ଉପରେ ରୋକ ଲଗାଇଛି।

ଦୀର୍ଘ ୨୮ ବର୍ଷ ପରେ ଟିମ ଇଣ୍ଡିଆ ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଶ୍ୱକପ ଜିତିଥିଲା। ତେବେ ଏହି ବିଶ୍ୱକପରେ ଶ୍ରୀଲଙ୍କା ଟିମ୍‌ ଫିକ୍ସିଂ କରି ପରାସ୍ତ ହୋଇଥିବା ଅଭିଯୋଗ ହୋଇଥିଲା। ଗତକାଲି ତତ୍କାଳୀନ ଶ୍ରୀଲଙ୍କା ଟିମ୍‌ର ଅଧିନାୟକ କୁମାର ସାଙ୍ଗାକାରା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ହାଜର ହୋଇଥିଲେ।

ତଦନ୍ତକାରୀ ସଂସ୍ଥା ପକ୍ଷରୁ ତାଙ୍କୁ ପ୍ରାୟ ୧୦ ଘଣ୍ଟାକାଳ ଜେରା କରାଯାଇଥିଲା। ଆଜି ଫାଇନାଲ ମ୍ୟାଚ୍‌ରେ ଶତକ ହାସଲ କରିଥିବା ମାହେଲା ଜୟବର୍ଦ୍ଧନେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଦଳର ଓପନର ଉପୁଲ ଥରଙ୍ଗାଙ୍କୁ ତଦନ୍ତକାରୀ ସଂସ୍ଥା ଜେରା କରିଥିଲା। ସେ ଫାଇନାଲ ମ୍ୟାଚ୍‌ରେ ୨୦ଟି ବଲ ଖେଳି ୨ ରନ୍‌ କରିଥିଲେ। ଦଳର ମୁଖ୍ୟ ଚୟନକର୍ତ୍ତା ଅରବିନ୍ଦ ଡି ସିଲଭାଙ୍କୁ ବି ୬ ଘଣ୍ଟା ଧରି ଜେରା କରାଯାଇଥିଲା।

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୭୫ ରନ୍‌ର ଟାର୍ଗେଟ ରଖିଥିଲେ। ଗୌତମ ଗମ୍ଭୀରଙ୍କ ୯୭ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅପରାଜିତ ୯୧ ରନ୍‌ ବଳରେ ଭାରତ ମ୍ୟାଚ୍‌ ଜିତି ବିଶ୍ୱ ବିଜେତା ହୋଇଥିଲା। ଏହି ଫାଇନାଲ ମ୍ୟାଚ୍‌ ଦେଖିବାକୁ ଅଲୁଥଗମାଗେ ଓ ତତ୍କାଳୀନ ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦା ରାଜପାକ୍ଷେଙ୍କୁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ନିମନ୍ତ୍ରଣ କରାଯାଇଥିଲା।

Related story