ଶ୍ରୀଲଙ୍କା ଜିତିଲା ଏସିଆ କପ୍‌, ମାଟି କାମୁଡ଼ିଲା ପାକିସ୍ତାନ

ଦୁବାଇ: ଦୁବାଇରେ ଚାଲିଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିନେଲା ଶ୍ରୀଲଙ୍କା । ଫାଇନାଲରେ ଦଳ ପାକିସ୍ତାନକୁ ୨୩ ରନ୍‌ରେ ମାତ ଦେଇଛି। ଏଥିସହ ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍‌ ଚାମ୍ପିଅନ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ  କରି ଶ୍ରୀଲଙ୍କା ୫୮ ରନ୍‌ରେ ୫ ୱିକେଟ  ହରାଇଥିଲା। ପରେ ରାଜପାକ୍ସେଙ୍କ ଅପରାଜିତ ୭୧ ରନ୍‌, ହାସରଙ୍ଗାଙ୍କ ୩୬ ଓ ଧନଞ୍ଜୟଙ୍କ ୨୮ ରନ୍‌ ଯୋଗୁ ଦଳ ୬  ୱିକେଟରେ […]

srilanka

  • Published: Monday, 12 September 2022
  • , Updated: 12 September 2022, 01:55 PM IST

ଦୁବାଇ: ଦୁବାଇରେ ଚାଲିଥିବା ଏସିଆ କପ୍‌ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିନେଲା ଶ୍ରୀଲଙ୍କା । ଫାଇନାଲରେ ଦଳ ପାକିସ୍ତାନକୁ ୨୩ ରନ୍‌ରେ ମାତ ଦେଇଛି। ଏଥିସହ ଷଷ୍ଠ ଥର ପାଇଁ ଶ୍ରୀଲଙ୍କା ଏସିଆ କପ୍‌ ଚାମ୍ପିଅନ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ  କରି ଶ୍ରୀଲଙ୍କା ୫୮ ରନ୍‌ରେ ୫ ୱିକେଟ  ହରାଇଥିଲା। ପରେ ରାଜପାକ୍ସେଙ୍କ ଅପରାଜିତ ୭୧ ରନ୍‌, ହାସରଙ୍ଗାଙ୍କ ୩୬ ଓ ଧନଞ୍ଜୟଙ୍କ ୨୮ ରନ୍‌ ଯୋଗୁ ଦଳ ୬  ୱିକେଟରେ ୧୭୦ ରନ୍‌ କରିପାରିଥିଲା। ରାଜପାକ୍ସେ ୪୫ ବଲ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ।

ପାକିସ୍ତାନ ପକ୍ଷରୁ ରିଜୱାନ ୫୫ ଓ ଅହମ୍ମଦ ୩୨ ରନ୍‌ କରିଥିଲେ।  ପୂରା ଟିମ୍‌ ୧୪୭ ରନ୍‌ରେ ଆଉଟ ହୋଇ ଯାଇଥିଲେ। ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ହେତୁ ଦଳ ପରାଜିତ ହୋଇଥିଲା।

ଶ୍ରୀଲଙ୍କା ବୋଲର ପ୍ରମୋଦ ମଦୁଶାନ ୪ ଉଇକେଟ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହସରଙ୍ଗା ୩ ଓ କରୁଣାରତ୍ନେ ୨ ଉଇକେଟ ନେଇଥିଲେ। ରାଜପାକ୍ସେଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ ଓ ହସରଙ୍ଗାଙ୍କୁ ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା। ମହମ୍ମଦ ରିଜୱାନ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ଭାବେ ୨୮୧ ରନ୍‌ କରିଥିବା ବେଳେ ଭାରତର ଭୁବନେଶ୍ୱର କୁମାର ୧୧ ଉଇକେଟ ସହ ଅଗ୍ରଣୀ ବୋଲର ବିବେଚିତ ହୋଇଛନ୍ତି।

Related story