କ୍ରିକେଟକୁ ଅଲବିଦା କହିଲେ ଶ୍ରୀଲଙ୍କା ପେସର୍ କୁଲଶେଖରା

କଲମ୍ବୋ: ଶ୍ରୀଲଙ୍କାର ପେସ୍ ବୋଲର ନୁୱନ୍ କୁଲଶେଖରା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଚାମିନ୍ଦା ଭାସ ଓ ଲାସିଥ୍ ମାଲିଙ୍ଗା ପରେ କୁଲଶେଖରା ଶ୍ରୀଲଙ୍କାର ତୃତୀୟ ସଫଳ ପେସ୍ ବୋଲର। ମହେନ୍ଦ୍ର ସିଂହ ୨୦୧୧ ବିଶ୍ୱକପ୍ ଫାଇନାଲରେ କୁଲଶେଖରାଙ୍କ ବଲରେ ଛକା ମାରି ଭାରତକୁ ଚାମ୍ପିୟନ୍ କରାଇଥିଲେ। ୩୭ ବର୍ଷୀୟ କୁଲଶେଖରା ମାତ୍ର ୨୧ ଟେଷ୍ଟ ଖେଳି ୪୮ ୱିକେଟ୍ ନେଇଛନ୍ତି। ସେହିପରି ସେ ୧୮୪ ଅନ୍ତର୍ଜାତୀୟ ଦିନିକିଆ ଖେଳି ୧୯୯ ଏବଂ ୫୮ ଟି-୨୦ ମ୍ୟାଚରେ […]

nuwan

Ranjit Kumar Jena
  • Published: Wednesday, 24 July 2019
  • , Updated: 24 July 2019, 08:21 PM IST

କଲମ୍ବୋ: ଶ୍ରୀଲଙ୍କାର ପେସ୍ ବୋଲର ନୁୱନ୍ କୁଲଶେଖରା ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଚାମିନ୍ଦା ଭାସ ଓ ଲାସିଥ୍ ମାଲିଙ୍ଗା ପରେ କୁଲଶେଖରା ଶ୍ରୀଲଙ୍କାର ତୃତୀୟ ସଫଳ ପେସ୍ ବୋଲର। ମହେନ୍ଦ୍ର ସିଂହ ୨୦୧୧ ବିଶ୍ୱକପ୍ ଫାଇନାଲରେ କୁଲଶେଖରାଙ୍କ ବଲରେ ଛକା ମାରି ଭାରତକୁ ଚାମ୍ପିୟନ୍ କରାଇଥିଲେ।

୩୭ ବର୍ଷୀୟ କୁଲଶେଖରା ମାତ୍ର ୨୧ ଟେଷ୍ଟ ଖେଳି ୪୮ ୱିକେଟ୍ ନେଇଛନ୍ତି। ସେହିପରି ସେ ୧୮୪ ଅନ୍ତର୍ଜାତୀୟ ଦିନିକିଆ ଖେଳି ୧୯୯ ଏବଂ ୫୮ ଟି-୨୦ ମ୍ୟାଚରେ ୬୬ ୱିକେଟ୍ ହାସଲ କରିଛନ୍ତି। କୁଲଶେଖରା ଶେଷଥର ପାଇଁ ଜୁଲାଇ, ୨୦୧୭ରେ ହାମ୍ବନଟୋଟାରେ ଜିମ୍ବାୱେ ବିପକ୍ଷରେ ଦିନିକିଆ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଥିଲେ।

ସେ ମାର୍ଚ୍ଚ ୨୦୧୮ ପରଠାରୁ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍ ମ୍ୟାଚ୍ ଖେଳିନାହାନ୍ତି। କୁଲଶେଖରା ୨୦୧୪ ୱାର୍ଲ୍ଡ ଟି-୨୦ରେ ଶ୍ରୀଲଙ୍କାକୁ ଚାମ୍ପିୟନ୍ କରାଇବା ପଛରେ ପ୍ରମୁଖ ଭୂମିକା ବହନ କରିଥିଲେ। ଏହି ବିଶ୍ୱକପରେ ସେ ୬ ମ୍ୟାଚରେ ୮ ୱିକେଟ୍ ନେଇଥିଲେ। ଢ଼ାକାରେ ଭାରତ ବିପକ୍ଷ ଖେଳାଯାଇଥିବା ଫାଇନାଲରେ ସେ ୨୯ ରନ୍ ଦେଇ ୧ ୱିକେଟ୍ ନେଇଥିଲେ ଏବଂ ଯୁବରାଜ ସିଂହଙ୍କୁ ବଡ଼ ଶଟ୍ ଖେଳିବାରୁ ରୋକିଥିଲେ।

କୁଲଶେଖରା ମାର୍ଚ୍ଚ, ୨୦୦୯ରେ ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ବୋଲର ହୋଇଥିଲେ। ୨୦୧୩ରେ ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ସେ ୨୨ ରନରେ ୫ ୱିକେଟ୍ ନେଇ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

Related story