ପାକିସ୍ତାନ ଯିବାକୁ ମନା କରୁଛନ୍ତି ଶ୍ରୀଲଙ୍କା ଖେଳାଳି: ମନରେ ୨୦୦୯ର ଭୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ  ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଉପରେ ୨୦୦୯ରେ ହୋଇଥିବା ସେହି ଆତଙ୍କବାଦୀ ଆକ୍ରମଣକୁ ଭୁଲିପାରିନାହିଁ ଶ୍ରୀଲଙ୍କା ଟିମ୍‌। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍ ପାଇଁ ଲାହୋର ଯିବାକୁ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ମନା କରୁଛି। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାକୁ ସ୍ଥିର ହୋଇଛି। ଏହି ସମସ୍ତ ମ୍ୟାଚ୍‌ ଆବୁଧାବି ଓ ଶାରଜାରେ […]

prv_1507969953

Rakesh Mallick
  • Published: Monday, 16 October 2017
  • , Updated: 16 October 2017, 08:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ  ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ଉପରେ ୨୦୦୯ରେ ହୋଇଥିବା ସେହି ଆତଙ୍କବାଦୀ ଆକ୍ରମଣକୁ ଭୁଲିପାରିନାହିଁ ଶ୍ରୀଲଙ୍କା ଟିମ୍‌। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଟି-ଟ୍ୱେଣ୍ଟି ସିରିଜର ତୃତୀୟ ମ୍ୟାଚ୍ ପାଇଁ ଲାହୋର ଯିବାକୁ ଶ୍ରୀଲଙ୍କା କ୍ରିକେଟ୍‌ ଟିମ୍‌ ମନା କରୁଛି। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାକୁ ସ୍ଥିର ହୋଇଛି। ଏହି ସମସ୍ତ ମ୍ୟାଚ୍‌ ଆବୁଧାବି ଓ ଶାରଜାରେ ଖେଳାଯିବାକୁ ଥିବା ବେଳେ ଟ୍ୱି-ଟ୍ୱେଣ୍ଟି ସରିଜର ଶେଷ ମ୍ୟାଚ୍‌ ପାକିସ୍ତାନର ଲାହୋର୍‌ରେ ଖେଳାଯିବ। ଶ୍ରୀଲଙ୍କା ଖେଳାଳି ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ପାକିସ୍ତାନ ଯିବାକୁ ଡରୁଥିବା ଜଣାପଡିଛି। ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରେ ହମ୍‌ଲା ହୋଇଥିଲା ଯୋଉଁଥିପାଇଁ କୌଣସି ଦେଶ କ୍ରିକେଟ୍‌ ଖେଳିବା ପାଇଁ ପାକିସ୍ତାନକୁ ଗସ୍ତ କରୁନଥିଲେ। ନିକଟରେ କିନ୍ତୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ୱାର୍ଲ୍ଡ ଇଲେଭନ ସହ ମ୍ୟାଚ୍‌ ଆୟୋଜନ କରି ନିଜ ଦେଶରେ ପୁଣି ଥରେ ଅନ୍ତର୍ଜାତୀୟ ମ୍ୟାଚ୍‌ର ଆୟୋଜନ କରିବା ପାଇଁ ଚେଷ୍ଟା କରିଛି।

Related story