ଆଜି ଭାରତକୁ ଦ୍ୱୈତ ସଫଳତା: ହକିରେ ବାଜିମାତ ପରେ ଡେନମାର୍କ ଓପନରେ ଶ୍ରୀକାନ୍ତ ପହଞ୍ଚିଲେ ଫାଇନାଲରେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରୀଡା ପାଇଁ ଆଜି ଏକ ଶୁଭ ଦିନ। ଏସିଆ କପ ହକିରେ ଭାରତୀୟ ଟିମ୍‌ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ, ଡେନମାର୍କ ଓପନ ଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ହଂଗକଂଗର ଭିନ୍‌ସେଣ୍ଟଙ୍କୁ  ୨୧-୧୮, ୨୧-୧୭ ସେଟ୍‌ରେ ପରାସ୍ତ କରିଛନ୍ତି ଶ୍ରୀକାନ୍ତ। ଫାଇନାଲ ମୁକାବିଲାରେ ଶ୍ରୀକାନ୍ତ କୋରିଆର ଲି ହ୍ୟୁନ୍‌ଙ୍କୁ ଭେଟିବେ। ଆଜି ମ୍ୟାଚ୍‌ର ପ୍ରାରମ୍ଭରେ ଶ୍ରୀକାନ୍ତ ଭଲ ଆରମ୍ଭ କରିଥିଲେ ପରେ ଏହାକୁ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 09:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରୀଡା ପାଇଁ ଆଜି ଏକ ଶୁଭ ଦିନ। ଏସିଆ କପ ହକିରେ ଭାରତୀୟ ଟିମ୍‌ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଶ୍ରୀକାନ୍ତ, ଡେନମାର୍କ ଓପନ ଫାଇନାଲରେ ପହଞ୍ଚିଛନ୍ତି। ସେମିଫାଇନାଲ ମ୍ୟାଚ୍‌ରେ ହଂଗକଂଗର ଭିନ୍‌ସେଣ୍ଟଙ୍କୁ  ୨୧-୧୮, ୨୧-୧୭ ସେଟ୍‌ରେ ପରାସ୍ତ କରିଛନ୍ତି ଶ୍ରୀକାନ୍ତ। ଫାଇନାଲ ମୁକାବିଲାରେ ଶ୍ରୀକାନ୍ତ କୋରିଆର ଲି ହ୍ୟୁନ୍‌ଙ୍କୁ ଭେଟିବେ। ଆଜି ମ୍ୟାଚ୍‌ର ପ୍ରାରମ୍ଭରେ ଶ୍ରୀକାନ୍ତ ଭଲ ଆରମ୍ଭ କରିଥିଲେ ପରେ ଏହାକୁ ସେ ଶେଷ ପର୍ଯ୍ୟନ୍ତ ବଜାଇ ରଖି ମ୍ୟାଚ୍‌କୁ କବ୍‌ଜା କରିନେଇଥିଲେ । ୪୦ ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍‌ରେ ଶ୍ରୀକାନ୍ତ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଭାରି ପଡିଥିଲେ।

Related story