ପାକିସ୍ତାନରେ ଖେଳିବାକୁ ଶେଷରେ ରାଜି ହେଲା ଶ୍ରୀଲଙ୍କା ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ଯ଼ାଇ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସିରିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାକୁ ରାଜି ହୋଇଛି। ୨୯ ଅକ୍ଟୋବରକୁ ଲାହୋର ଠାରେ ଏହି ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଖେଳାଳି କ୍ରିକେଟ୍‌ ମ୍ୟାଚ୍‌ ପାଇଁ ପାକିସ୍ତାନକୁ ଯିବାକୁ ମନାକରୁଥିବା ବେଳେ ଶେଷରେ ରାଜି ହୋଇଛି ବୋର୍ଡ। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାକୁ ସ୍ଥିର ହୋଇଛି। ଏହି ସମସ୍ତ ମ୍ୟାଚ୍‌ ଆବୁଧାବି ଓ ଶାରଜାରେ ଖେଳାଯିବାକୁ […]

pak_1444_1508228170_618x347

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 04:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ଯ଼ାଇ ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ସିରିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବାକୁ ରାଜି ହୋଇଛି। ୨୯ ଅକ୍ଟୋବରକୁ ଲାହୋର ଠାରେ ଏହି ମ୍ୟାଚ୍‌ ଖେଳାଯିବ। ଶ୍ରୀଲଙ୍କା ଖେଳାଳି କ୍ରିକେଟ୍‌ ମ୍ୟାଚ୍‌ ପାଇଁ ପାକିସ୍ତାନକୁ ଯିବାକୁ ମନାକରୁଥିବା ବେଳେ ଶେଷରେ ରାଜି ହୋଇଛି ବୋର୍ଡ। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ, ୫ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ଖେଳାଯିବାକୁ ସ୍ଥିର ହୋଇଛି। ଏହି ସମସ୍ତ ମ୍ୟାଚ୍‌ ଆବୁଧାବି ଓ ଶାରଜାରେ ଖେଳାଯିବାକୁ ଥିବା ବେଳେ ଟ୍ୱି-ଟ୍ୱେଣ୍ଟି ସରିଜର ଶେଷ ମ୍ୟାଚ୍‌ ପାକିସ୍ତାନର ଲାହୋର୍‌ରେ ଖେଳାଯିବ। ଶ୍ରୀଲଙ୍କା ଖେଳାଳି ଆତଙ୍କବାଦୀ ଆକ୍ରମଣର ଆଶଙ୍କା କରି ପାକିସ୍ତାନ ଯିବାକୁ ପ୍ରଥମେ ମାନାକରୁଥିଲେ। ୨୦୦୯ରେ ଶ୍ରୀଲଙ୍କା ଟିମ୍ ଉପରେ ହମ୍‌ଲା ହୋଇଥିଲା ଯୋଉଁଥିପାଇଁ କୌଣସି ଦେଶ କ୍ରିକେଟ୍‌ ଖେଳିବା ପାଇଁ ପାକିସ୍ତାନକୁ ଗସ୍ତ କରୁନଥିଲେ। ନିକଟରେ କିନ୍ତୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ୱାର୍ଲ୍ଡ ଇଲେଭେନ ସହ ମ୍ୟାଚ୍‌ ଆୟୋଜନ କରି ନିଜ ଦେଶରେ ପୁଣି ଥରେ ଅନ୍ତର୍ଜାତୀୟ ମ୍ୟାଚ୍‌ କରିବା ପାଇଁ ଚେଷ୍ଟା କରିଛି।

Related story