୫ମ ଦିନିକିଆ: ଶ୍ରୀଲଙ୍କାର ବ୍ୟାଟିଂ ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବୋ ଠାରେ ଖେଳାଯାଉଥିବା ୫ମ ଦିନିକିଆରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରୁଛି। ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚ୍‌ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଶେଷ ଖବର ସୁଦ୍ଧା ୩ ୱିକେଟ୍‌ ହରାଇ ୧୩୦ ରନ୍‌ କରିଛି। ଆଜିର ମ୍ୟାଚ୍‌ ଜିତି ଶ୍ରୀଲଙ୍କା ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ସେହିପରି ଟିମ୍‌ ଇଣ୍ଡିଆ କ୍ଲିନ୍‌ ସୁଇପ୍‌ କରିବା […]

Rakesh Mallick
  • Published: Sunday, 03 September 2017
  • , Updated: 03 September 2017, 04:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଲମ୍ବୋ ଠାରେ ଖେଳାଯାଉଥିବା ୫ମ ଦିନିକିଆରେ ଶ୍ରୀଲଙ୍କା ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ କରୁଛି। ଚଳିତ ସିରିଜର ଶେଷ ଦିନିକିଆ ମ୍ୟାଚ୍‌ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜାରି ରହିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଶେଷ ଖବର ସୁଦ୍ଧା ୩ ୱିକେଟ୍‌ ହରାଇ ୧୩୦ ରନ୍‌ କରିଛି। ଆଜିର ମ୍ୟାଚ୍‌ ଜିତି ଶ୍ରୀଲଙ୍କା ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଚେଷ୍ଟା କରିବ ସେହିପରି ଟିମ୍‌ ଇଣ୍ଡିଆ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି। ଶ୍ରୀଲଙ୍କା ଟିମ୍‌ରେ ଆଜି ଉପୁଲ ତରଙ୍ଗା ପୁଣିଥରେ ଟିମ୍‌କୁ ଫେରିଛନ୍ତି। ସେ ବାସନ୍ଦ କରାଣରୁ ୨ଟି ମ୍ୟାଚ ଖେଳି ନ ଥିଲେ।

ଆଜିରେ ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ଭୁବନେଶ୍ୱର କୁମାର ୨ଟି  ଓ ବୁମ୍‌ରା ଗୋଟିଏ ୱିକେଟ୍‌ ହାସଲ କରିଥିବା ବେଳେ ତରଙ୍ଗା ୪୮ ରନ କରି ଆଉଟ୍ ହୋଇଯାଇଛନ୍ତି। ପୂର୍ବରୁ ଇଣ୍ଡିଆ ଟେଷ୍ଟ ସିରିଜରେ କ୍ଲିନ୍‌ ସୁଇପ କରି ସିରିଜ ବିଜୟୀ ହୋଇଥିବା ବେଳେ ଦିନିକିଆରେ ମଧ୍ୟ ୪ଟି ମ୍ୟାଚ୍‌ ଜିତି ସିରିଜ ହତେଇସାରିଛି। ଏବଂ ଆଜିର ମ୍ୟାଚ୍‌ରେ ଜିତି ଦିନିକିଆରେ ମଧ୍ୟ କ୍ଲିନ୍‌ ସୁଇପ୍‌ କରିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ପଡିଆକୁ ଓହ୍ଲାଇଛି।

Related story