ଟିମ୍ ଇଣ୍ଡିଆ କବ୍‌ଜାରେ ତୃତୀୟ ଟେଷ୍ଟ: ଫଲୋଅନ୍‌ ପରେ ଶ୍ରୀଲଙ୍କା ୧୯/୧

ଭୁବନେଶ୍ୱର: ପାଲିକେଲ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ଟିମ୍‌ ଇଣ୍ଡିଆ। ମାତ୍ର ଦୁଇଦିନ ଖେଳ ଶେଷ ହୋଇଥିବା ବେଳେ ମ୍ୟାଚ୍‌ର ଆଉ ୩ ଦିନ ଖେଳ ବାକି ଅଛି। ହେଲେ ଟିମ୍‌ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କଲାପରି ଲାଗୁଛି। ପଡିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରୀଲଙ୍କା ଠାରୁ ବହୁ ଆଗରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇଂନିସରେ ଭାରତ ୪୮୭ ରନର ଜବାବରେ ଶ୍ରୀଲଙ୍କା ମାତ୍ର ୧୩୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତକୁ ପ୍ରଥମ […]

Cricket - Sri Lanka v India - Third Test Match

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 06:12 PM IST

ଭୁବନେଶ୍ୱର: ପାଲିକେଲ ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ଟିମ୍‌ ଇଣ୍ଡିଆ। ମାତ୍ର ଦୁଇଦିନ ଖେଳ ଶେଷ ହୋଇଥିବା ବେଳେ ମ୍ୟାଚ୍‌ର ଆଉ ୩ ଦିନ ଖେଳ ବାକି ଅଛି। ହେଲେ ଟିମ୍‌ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ଦଳ ଆତ୍ମସମର୍ପଣ କଲାପରି ଲାଗୁଛି।

ପଡିଆରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶ୍ରୀଲଙ୍କା ଠାରୁ ବହୁ ଆଗରେ ଟିମ୍‌ ଇଣ୍ଡିଆ। ପ୍ରଥମ ଇଂନିସରେ ଭାରତ ୪୮୭ ରନର ଜବାବରେ ଶ୍ରୀଲଙ୍କା ମାତ୍ର ୧୩୫ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଭାରତକୁ ପ୍ରଥମ ଇଂନିସରେ ୩୫୨ ରନ୍‌ର ଲିଡ୍‌ ମିଳିଥିଲା। ଫଳରେ ଫଲୋଅନର ସମ୍ମୁଖିନ ହେବାକୁ ପଡିଥିଲା ଶ୍ରୀଲଙ୍କା ଟିମ୍‌କୁ।

ପ୍ରଥମ ଇଂନିସରେ ଶ୍ରୀଲଙ୍କାର ଟିମ୍‌ ମାତ୍ର ୩୭.୪ ଓଭର ଖେଳି ଆଉଟ୍ ହୋଇଯାଇଥିଲା। ଫଲୋଅନ୍ ପରେ ଶ୍ରୀଲଙ୍କା ଟିମ୍‌ ଦ୍ୱିତୀୟ  ଇଂନିସ ଅରମ୍ଭ କରିଛି। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଗୋଟିଏ ୱିକେଟ୍ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ଦ୍ୱିତୀୟ ଇଂନିସରେ ଉମେଶ ଯାଦବ ଏହି  ୱିକେଟ୍‌ ହାସଲ କରିଛନ୍ତି।

Related story