ଶ୍ରୀଲଙ୍କାରେ ହୋଇପାରେ ଭାରତ-ପାକ ସିରିଜ୍

ଦୁବାଇ: ଭାରତ-ପାକ ସିରିଜ ହେବା ନେଇ ଉପୁଜିଥିବା ଆଶ ଆଶଙ୍କା ଶେଷ ହୋଇଛି। ଏହି ଦୁଇ ଦେଶ ମଧ୍ୟରେ ହେବାକୁ ଦ୍ୱିପାଖିକ ସିରିଜ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ହୋଇପାରେ। ଏ ନେଇ ଆସନ୍ତା ୨୭ରେ ଘୋଷଣା ହେବ। ଭାରତ ୟୁଏଇରେ ଓ ପାକିସ୍ତାନ ଭାରତରେ ଖେଳିବା ନେଇ ମନା କରିବା ପରେ ଶ୍ରୀଲଙ୍କାକୁ ଏକମାତ୍ର ସ୍ଥାନ ଭାବେ ମନୋନିତ କରିଛି ଆଇସିସି। ଭାରତ ଓ ପାକ ମଧ୍ୟରେ ୩ଟି ଦିନିକିଆ, ଓ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳା […]

india-pakistan-ap_m

Rakesh Mallick
  • Published: Monday, 23 November 2015
  • , Updated: 23 November 2015, 04:47 PM IST

ଦୁବାଇ: ଭାରତ-ପାକ ସିରିଜ ହେବା ନେଇ ଉପୁଜିଥିବା ଆଶ ଆଶଙ୍କା ଶେଷ ହୋଇଛି। ଏହି ଦୁଇ ଦେଶ ମଧ୍ୟରେ ହେବାକୁ ଦ୍ୱିପାଖିକ ସିରିଜ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାରେ ହୋଇପାରେ। ଏ ନେଇ ଆସନ୍ତା ୨୭ରେ ଘୋଷଣା ହେବ।

ଭାରତ ୟୁଏଇରେ ଓ ପାକିସ୍ତାନ ଭାରତରେ ଖେଳିବା ନେଇ ମନା କରିବା ପରେ ଶ୍ରୀଲଙ୍କାକୁ ଏକମାତ୍ର ସ୍ଥାନ ଭାବେ ମନୋନିତ କରିଛି ଆଇସିସି। ଭାରତ ଓ ପାକ ମଧ୍ୟରେ ୩ଟି ଦିନିକିଆ, ଓ ୨ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳା ହେବାକୁ ଯୋଜନା ରହିଛି। ମାତ୍ର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ ଚାଲିଥିବାରୁ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ହେବାକୁ ଥିବା ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଏହି ସିରିଜର ମ୍ୟାଚଗୁଡିକ ଶ୍ରୀଲଙ୍କାର ଖେତ୍ରାମ୍ମା (ଆର. ପ୍ରେମାଦାସା ଷ୍ଟାଡିୟମ) ଓ ପାଲ୍ଲେଖେଲେ (କ୍ୟାଣ୍ଡି)ରେ ଅନୁଷ୍ଠିତ ହେବ। ଡିସେମ୍ବରରେ ମୌସୁମୀ ସକ୍ରିୟ ନ ଥିବାରୁ ମ୍ୟାଚରେ କୌଣସି ଅସୁବିଧା ହେବ ନାହିଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୂଚନା ଦେଇଛି।

ସୂଚନାଯୋଗ୍ୟ, ସୋମବାର ଦୁବାଇରେ ଇସିବିର ଅଧ୍ୟକ୍ଷ ଗାଇଲ୍ କ୍ଲାର୍କଙ୍କ ଉପସ୍ଥିତିରେ ବିସିସିଆଇ ସଭାପତି ତଥା ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଓ ପିସିବି ଅଧ୍ୟକ୍ଷ ଶାହାୟାର ଖାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ଆଲୋଚନା ସଫଳ ହୋଇଥିବା ସୂଚନା ଦେଇଥିଲେ।

Related story