ଅଷ୍ଟ୍ରେଲିଆ ବିପକ୍ଷରେ ୨-୦ରେ ସିରିଜ୍ ଜିତିଲା ଶ୍ରୀଲଙ୍କା

ଗଲ୍: ଅଫ୍‌-ସ୍ପିନର ଦିଲ୍‌ରୁୱାନ୍ ପେରେରାଙ୍କ ୬ ୱିକେଟ ବଳରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି ଶ୍ରୀଲଙ୍କା। ଗଲ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ୨୨୯ ରନର ଐତିହାସିକ ବିଜୟ ହାସଲ କରିଛି। ବିଜୟ ପାଇଁ ଅଷ୍ଟ୍ରେଲିଆ ୪୧୩ରନ୍‌କୁ ପିଛା କରୁଥିଲା। କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ବିଚକ୍ଷଣ ବୋଲିଂର ସମ୍ମୁଖୀନ ହୋଇ ନ ପାରି ୧୮୩ ରନ୍‌ ଅଲ୍‌ଆଉଟ ହୋଇଯାଇଥିଲା କଙ୍ଗାରୁ ଦଳ। ଦ୍ୱିତୀୟ ଇନିଂସରେ ଦଳ ପକ୍ଷରୁ ଡେଭିଡ୍‌ […]

dilruwan-perera

Rakesh Mallick
  • Published: Saturday, 06 August 2016
  • , Updated: 06 August 2016, 05:01 PM IST

ଗଲ୍: ଅଫ୍‌-ସ୍ପିନର ଦିଲ୍‌ରୁୱାନ୍ ପେରେରାଙ୍କ ୬ ୱିକେଟ ବଳରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତି ନେଇଛି ଶ୍ରୀଲଙ୍କା। ଗଲ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ୨୨୯ ରନର ଐତିହାସିକ ବିଜୟ ହାସଲ କରିଛି।

ବିଜୟ ପାଇଁ ଅଷ୍ଟ୍ରେଲିଆ ୪୧୩ରନ୍‌କୁ ପିଛା କରୁଥିଲା। କିନ୍ତୁ ଶ୍ରୀଲଙ୍କା ବୋଲରଙ୍କ ବିଚକ୍ଷଣ ବୋଲିଂର ସମ୍ମୁଖୀନ ହୋଇ ନ ପାରି ୧୮୩ ରନ୍‌ ଅଲ୍‌ଆଉଟ ହୋଇଯାଇଥିଲା କଙ୍ଗାରୁ ଦଳ। ଦ୍ୱିତୀୟ ଇନିଂସରେ ଦଳ ପକ୍ଷରୁ ଡେଭିଡ୍‌ ୱାର୍ଣ୍ଣର ୩୧ ବଲରୁ ୪୧ ରନ୍‌, ଷ୍ଟିଭ୍‌ ସ୍ମିଥ ୫୮ ବଲରୁ ୩୦ ରନ୍‌ ଓ ଆଡାମ୍‌ ଭୋଗସ ୭୦ ବଲରୁ ୨୮ ରନ୍‌ କରିଥିଲେ। ଶ୍ରୀଲଙ୍କା ପକ୍ଷରୁ ଦିଲ୍‌ରୁୱାନ୍‌ ପେରେରା ୬ଟି, ରଙ୍ଗନା ହେରାଥ୍‌ ୨ଟି ଓ ଲାଖ୍‌ଶାନ୍‌ ସନ୍ଦାକାନ୍‌ ଗୋଟିଏ ୱିକେଟ ନେଇଥିଲେ।

ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୩୭ ରନ୍‌ କରି ଥିଲା। ଦଳ ପକ୍ଷରୁ ଦିଲ୍‌ରୁୱାନ୍‌ ପେରେରା ୮୯ ବଲ୍‌ରୁ ୬୪ ରନ୍‌, ଏ ମାଥ୍ୟୁସ୍‌ ୬୯ ବଲରୁ ୪୭ ଓ କୁଶାଲ ପେରେରା ୩୮ ବଲରୁ ୩୫ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଏମ୍‌.ଷ୍ଟାର୍କ ୬ଟି, ନାଥନ୍‌ ଲିଅନ୍‌ ୨ଟି ଏବଂ ଜେ.ହେଜେଲ୍‌ଉଡ୍‌ ଓ ଜନ୍‌ ହଲାଣ୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ

ପ୍ରଥମ ଇନିଂସରେ ଶ୍ରୀଲଙ୍କା ମସସ୍ତ ୱିକେଟ ହରାଇ ୧୮୧ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ୧୦୬ ରନ୍‌କରିଥିଲା। ଦିଲ୍‌ରୁୱାନ୍‌ ପେରେରାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଶ୍ରୀଲଙ୍କା ୧୯୯୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ସିରିଜ୍‌ ଜିତିଥିଲା।

Related story