ଆଇସିସି ମୁଖ୍ୟ ପଦରୁ ଶ୍ରୀନିବାସନ ବହିଷ୍କୃତ

ମୁମ୍ବାଇ: ବିସିସିଆଇର ପୂର୍ବତନ ସଭାପତି ଏସ୍. ଶ୍ରୀନିବାସନଙ୍କୁ ଲାଗିଛି ଆଉ ଏକ ଝଟକା। ତାଙ୍କୁ ସୋମବାର ଆଇସିସି ମୁଖ୍ୟ ପଦରୁ ବହିଷ୍କାର କରାଯାଇଛି। ମୁମ୍ବାଇଠାରେ ଆଜି ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ପରିଷଦରେ ଏହି ନିଷ୍ପତ୍ତି ହୋଇଛି। ଶ୍ରୀନିବାସନଙ୍କ ସ୍ଥାନରେ ଶଶାଙ୍କ ମନୋହରଙ୍କୁ ଅବସ୍ଥାପିତ କରାଯିବ। ଆଇସିସି ମୁଖ୍ୟ ଭାବେ ଶ୍ରୀନିବାସନଙ୍କ କାର୍ଯ୍ୟକାଳକୁ ଶଶାଙ୍କ ମନୋହର ପୂରଣ କରିବେ। ଶ୍ରୀନିବାସନ ୨୦୧୪ ଜୁନରୁ ଆଇସିସିର ମୁଖ୍ୟ ପଦରେ ଅବସ୍ଥାପିତ ଥିଲେ। ଦୁଇ ବର୍ଷ ପାଇଁ ସେ ଏହି […]

srinivasan

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 08:09 AM IST

ମୁମ୍ବାଇ: ବିସିସିଆଇର ପୂର୍ବତନ ସଭାପତି ଏସ୍. ଶ୍ରୀନିବାସନଙ୍କୁ ଲାଗିଛି ଆଉ ଏକ ଝଟକା। ତାଙ୍କୁ ସୋମବାର ଆଇସିସି ମୁଖ୍ୟ ପଦରୁ ବହିଷ୍କାର କରାଯାଇଛି। ମୁମ୍ବାଇଠାରେ ଆଜି ଅନୁଷ୍ଠିତ ବିସିସିଆଇର ବାର୍ଷିକ ସାଧାରଣ ପରିଷଦରେ ଏହି ନିଷ୍ପତ୍ତି ହୋଇଛି। ଶ୍ରୀନିବାସନଙ୍କ ସ୍ଥାନରେ ଶଶାଙ୍କ ମନୋହରଙ୍କୁ ଅବସ୍ଥାପିତ କରାଯିବ। ଆଇସିସି ମୁଖ୍ୟ ଭାବେ ଶ୍ରୀନିବାସନଙ୍କ କାର୍ଯ୍ୟକାଳକୁ ଶଶାଙ୍କ ମନୋହର ପୂରଣ କରିବେ।

ଶ୍ରୀନିବାସନ ୨୦୧୪ ଜୁନରୁ ଆଇସିସିର ମୁଖ୍ୟ ପଦରେ ଅବସ୍ଥାପିତ ଥିଲେ। ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ୱରେ ଥିଲେ। ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ବିଦା କରି ଦିଆଯାଇଛି। ୨୦୧୬ ଜୁନ୍ ପର୍ଯ୍ୟନ୍ତ ଶଶାଙ୍କ ମନୋହର ସେହି ପଦରେ ରହିବେ।

ବିସିସିଆଇର ନୂଆ ସଭାପତି ଶଶାଙ୍କ ମନୋହର ବିସିସିଆଇର ଛବି ସୁଧାରିବା ସହ ଆରମ୍ଭ କରିଥିବା ସଂସ୍କାର ପ୍ରକ୍ରିୟାର ପଦକ୍ଷେପ ସ୍ୱରୂପ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଇପିଏଲ ଦୁର୍ନୀତି ନେଇ ବଦନାମ ହୋଇଥିଲେ ଶ୍ରୀନିବାସନ। ଏଥିପାଇଁ ତାଙ୍କୁ ବିସିସିଆଇ ସଭାପତି ପଦ ହରାଇବାକୁ ପଡ଼ିଥିଲା। ତାଙ୍କ କଂପାନୀ ଇଣ୍ଡିଆନ୍ ସିମେଣ୍ଟର ମାଲିକାନାରେ ରହିଥିବା ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ଆସନ୍ତା ଦୁଇଟି ସିଜିନ୍ ପାଇଁ ଆଇପିଏଲରୁ ସସପେଣ୍ଡ୍ ହୋଇଛି।

ଆଇସିସି ମୁଖ୍ୟ ପଦରୁ ବିଦା ହେବା ପରେ ଶ୍ରୀନିବାସନଙ୍କ ହାତରେ କ୍ରୀଡ଼ା ପ୍ରଶାସକ ଭାବେ ଆଉ କେବଳ ଗୋଟିଏ ମାତ୍ର ପଦବୀ ରହିଛି। ବର୍ତ୍ତମାନ ସେ ତାମିଲନାଡୁ କ୍ରିକେଟ୍ ଆସୋସିଏସନର ସଭାପତି ଅଛନ୍ତି।

ଅନ୍ୟପକ୍ଷରେ ଶରଦ ପାୱାର ହେବେ ଆଇସିସିର ଅଲଟରନେଟିଭ୍ ଡାଇରେକ୍ଟର। ଆଜି ବିସିସିଆଇ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏ ନିଷ୍ପତ୍ତି ବି ହୋଇଛି।

Related story