ଶ୍ରୀନିବାସନଙ୍କୁ ଭେଟିଲେ ଧୋନି

ଚେନ୍ନାଇ: ବିସିସିଆଇର ପୂର୍ବତନ ସଭାପତି ତଥା ଆଇସିସି ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କୁ ଶୁକ୍ରବାର ତାଙ୍କ ଚେନ୍ନାଇସ୍ଥିତ ବାସଭବନରେ ଭେଟିଥିଲେ ଭାରତର ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଶ୍ରୀନିବାସନଙ୍କ ସହିତ ସକାଳ ଜଳଖିଆ କରିଥିଲେ ଧୋନି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।  ତେବେ ଶ୍ରୀନିବାସନଙ୍କୁ ଧୋନି ସାକ୍ଷାତକରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଆଇପିଏଲ୍ […]

srinivasan

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 05:25 PM IST

ଚେନ୍ନାଇ: ବିସିସିଆଇର ପୂର୍ବତନ ସଭାପତି ତଥା ଆଇସିସି ଅଧ୍ୟକ୍ଷ ଏନ୍ ଶ୍ରୀନିବାସନଙ୍କୁ ଶୁକ୍ରବାର ତାଙ୍କ ଚେନ୍ନାଇସ୍ଥିତ ବାସଭବନରେ ଭେଟିଥିଲେ ଭାରତର ଦିନିକିଆ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଶ୍ରୀନିବାସନଙ୍କ ସହିତ ସକାଳ ଜଳଖିଆ କରିଥିଲେ ଧୋନି। ଦୁହିଁଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଚେନ୍ନାଇ ସୁପରକିଙ୍ଗସ ସଂପର୍କରେ ଆଲୋଚନା ହୋଇଥିବା କୁହାଯାଉଛି।  ତେବେ ଶ୍ରୀନିବାସନଙ୍କୁ ଧୋନି ସାକ୍ଷାତକରିବା ଘଟଣାକୁ ଅନେକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଆଇପିଏଲ୍ ସ୍ପଟ୍ ଫିକ୍ସିଂର ପିଟିସନର ତଥା ଅଣପଞ୍ଜିକୃତ କ୍ରିକେଟ୍ ଆସୋସିଏସନ୍ ଅଫ୍ ବିହାରର ସଂପାଦକ ଆଦିତ୍ୟ ବର୍ମା କହିଛନ୍ତି ଯେ ଏ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଶ୍ରୀନିବାସନଙ୍କୁ ଧୋନି ଭେଟିବାରେ ଆଇନତଃ କିଛି ପ୍ରତିବନ୍ଧକ ନାହିଁ। କିନ୍ତୁ ଭାରତୀୟ ଦିନିକିଆ ଟିମର ଅଧିନାୟକ ଏଥିରୁ ବିରତ ରହିବା ଉଚିତ ହୋଇଥାଆନ୍ତା। ଆଇପିଏଲ୍ ଦୁର୍ନୀତିକୁ ନେଇ ସୁପ୍ରିମକୋର୍ଟ ଶ୍ରୀନିବାସନଙ୍କୁ ବିସିସିଆଇ ସଭାପତି ପଦରୁ ହଟାଇଛି। ପୁଣି ଲୋଧା କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଧୋନି ତାଙ୍କୁ ଭେଟିବା ଠିକ୍ ହୋଇନାହିଁ।

Related story