ଶ୍ରୀଶାନ୍ତ ଆଉ ଖେଳିପାରିବେନି କ୍ରିକେଟ୍‌: ଆଜୀବନ ବାସନ୍ଦ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟର୍‌ ଶ୍ରୀଶାନ୍ତଙ୍କ ଆଜୀବନ ବାସନ୍ଦ କାଏମ ରହିଲା। ଆଜି କେରଳ ହାଇକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲଗାଯାଇଥିବା ଆଜୀବନ ବାସନ୍ଦକୁ କାଏମ ରଖିଲେ। ମ୍ୟାଚ ଫିକ୍ସିଂ ମାମଲାରେ BCCI ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରିଥଲା। ଫଳରେ ସେ ଦୀର୍ଘଦିନ ଧରି କ୍ରିକେଟ୍‌ରୁ ବାହାର ହୋଇ ରହିଥିଲେ। ଏହା ଫୈସଲା ଆସିବା ପୂର୍ବରୁ  BCCI କେରଳ ହାଇକୋର୍ଟରେ ଏକ ୟାଚିକା ଦାୟର କରିଥିଲେ। ଶ୍ରୀଶାନ୍ତଙ୍କ ବିରୋଧରେ ଉପଯୁକ୍ତ ତଥ୍ୟକୁ ଆଧାର କରି BCCI ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ […]

555_1508248284_618x347

Rakesh Mallick
  • Published: Tuesday, 17 October 2017
  • , Updated: 18 October 2017, 08:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରିକେଟର୍‌ ଶ୍ରୀଶାନ୍ତଙ୍କ ଆଜୀବନ ବାସନ୍ଦ କାଏମ ରହିଲା। ଆଜି କେରଳ ହାଇକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲଗାଯାଇଥିବା ଆଜୀବନ ବାସନ୍ଦକୁ କାଏମ ରଖିଲେ। ମ୍ୟାଚ ଫିକ୍ସିଂ ମାମଲାରେ BCCI ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରିଥଲା। ଫଳରେ ସେ ଦୀର୍ଘଦିନ ଧରି କ୍ରିକେଟ୍‌ରୁ ବାହାର ହୋଇ ରହିଥିଲେ। ଏହା ଫୈସଲା ଆସିବା ପୂର୍ବରୁ  BCCI କେରଳ ହାଇକୋର୍ଟରେ ଏକ ୟାଚିକା ଦାୟର କରିଥିଲେ। ଶ୍ରୀଶାନ୍ତଙ୍କ ବିରୋଧରେ ଉପଯୁକ୍ତ ତଥ୍ୟକୁ ଆଧାର କରି BCCI ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରିଥିବା କଥା କହିଥିଲା। ଫଳରେ ଆବେଦନର ଦୁଇ ଦିନ ଧରି ଶୁଣାଣି କରି ଆଜି କୋର୍ଟ ଏହି ଫୈସଲା ନେଇଛନ୍ତି। ଏହି ଫୈସଲା ପରେ ଶ୍ରୀସନ୍ତ BCCI କିମ୍ବା ଏହାର ଅନୁବନ୍ଧିତ କୌଣସି ରାଜ୍ୟ ଅଧୀନରେ ମ୍ୟାଚ ଖେଳିପାରିବେନାହିଁ।

ହାଇକୋର୍ଟଙ୍କ ଏହି ଫୈସଲା ପରେ ଶ୍ରୀସନ୍ତ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହି ଫୈସଲା ଏପର୍ଯ୍ୟନ୍ତ ହୋଇଥିବା ସବୁଠୁ ଖରାପ ଫୈସଲା। ୨୦୧୩ ଆଇପିଏଲ୍‌ ମ୍ୟାଚ୍‌ରେ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

Related story