ବିଶ୍ୱକପରେ ବିପର୍ଯ୍ୟୟ: ନାମୀ ଟିମ୍, ହାଇପ୍ରୋଫାଇଲ୍ ପ୍ଲେୟାର କିନ୍ତୁ ଫ୍ଲପ-ସୋ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଁ ଅନୁସାରେ ଖେଳ ଦେଖାଇ ପାରୁ ନାହାନ୍ତି ତାରକା। ଫୁଟବଲର୍ ନାମୀ ଟିମ୍ ଅପେକ୍ଷାକୃତ ଦୁର୍ବଳ ଦଳଠାରୁ ଶୋଚନୀୟ ପରାସ୍ତ ହେଉଛନ୍ତି। ଚଳିତ ଫିଫା ବିଶ୍ୱକପରେ ଦେଖିବାକୁ ମିଳିଛି ଏଭଳି ବିପର୍ଯ୍ୟୟ। ଟାଇଟଲ ଦାବିଦାର ଆର୍ଜେଣ୍ଟିନା, ଜର୍ମାନୀ ଭଳି ଟିମ୍‌ ଏବେ ଚାପରେ। ଏହି ଦୁଇ ଶକ୍ତିଶାଳୀ ଟିମ୍‌ ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। କାମ ଦେଉନି ଟିମ୍‌ର ଷ୍ଟାର୍ ଖେଳାଳିଙ୍କ ମ୍ୟାଜିକ୍‌। କ୍ରୋଏସିଆ ଠାରୁ ୩- […]

messi-sad-2706

Rakesh Mallick
  • Published: Friday, 22 June 2018
  • , Updated: 22 June 2018, 05:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଁ ଅନୁସାରେ ଖେଳ ଦେଖାଇ ପାରୁ ନାହାନ୍ତି ତାରକା। ଫୁଟବଲର୍ ନାମୀ ଟିମ୍ ଅପେକ୍ଷାକୃତ ଦୁର୍ବଳ ଦଳଠାରୁ ଶୋଚନୀୟ ପରାସ୍ତ ହେଉଛନ୍ତି। ଚଳିତ ଫିଫା ବିଶ୍ୱକପରେ ଦେଖିବାକୁ ମିଳିଛି ଏଭଳି ବିପର୍ଯ୍ୟୟ। ଟାଇଟଲ ଦାବିଦାର ଆର୍ଜେଣ୍ଟିନା, ଜର୍ମାନୀ ଭଳି ଟିମ୍‌ ଏବେ ଚାପରେ। ଏହି ଦୁଇ ଶକ୍ତିଶାଳୀ ଟିମ୍‌ ଦୁର୍ବଳ ଟିମ୍‌ ଠାରୁ ହାରି ପ୍ରତିଯୋଗିତାରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। କାମ ଦେଉନି ଟିମ୍‌ର ଷ୍ଟାର୍ ଖେଳାଳିଙ୍କ ମ୍ୟାଜିକ୍‌।

କ୍ରୋଏସିଆ ଠାରୁ ୩- ୦ ଗୋଲରେ ଶୋଚନୀୟ ପରାସ୍ତ ହେବା ପରେ ଟାଇଟଲ ଦାବିଦାର ଆର୍ଜେଣ୍ଟିନା ପ୍ରଥମ ରାଉଣ୍ଡରୁ ବିଦା ହେବା ଆଶଙ୍କା ଦେଖାଦେଇଛି। ଏପରିକି ପ୍ରଥମ ମ୍ୟାଚରେ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ଆଇସଲାଣ୍ଡ ଠାରୁ ବି ମ୍ୟାଚ୍  ଜିତି ପାରିନଥିଲା ଆର୍ଜେଣ୍ଟିନା। ଏହି ମ୍ୟାଚ୍‌ ୧-୧ରେ ଡ୍ର ରହିଥିଲା। ପ୍ରତିଯୋଗିତାରେ ଫ୍ଲପ୍ ସାବ୍ୟସ୍ତ ହୋଇଛନ୍ତି ମେସି। ତେଣୁ ପ୍ରି-କ୍ୱାଟର୍‌କୁ ଯିବାକୁ ହେଲେ ଆର୍ଜେଣ୍ଟିନାକୁ ନାଇଜେରିଆ ବିପକ୍ଷ ଶେଷ ଲିଗ୍ ମ୍ୟାଚରେ ବିଜୟୀ ହେବାକୁ ପଡ଼ିବ। ସହ ଆଇସଲାଣ୍ଡ ଓ କ୍ରୋଏସିଆ ବିପକ୍ଷ ମ୍ୟାର ଫଳାଫଳ ଉପରେ ବି ଦଳକୁ ନିର୍ଭର ରହିବାକୁ ପଡ଼ିବ।

ସେହିପରି ଡିଫେଣ୍ଡିଂ ଚାଂପିଅନ୍ ଜର୍ମାନୀ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ମେକ୍ସିକୋ ଠାରୁ ୧-୦ ଗୋଲରେ ପରାସ୍ତ ହୋଇଛି ଚାରିଥରର ବିଶ୍ୱ ବିଜେତା ଜର୍ମାନୀ। ଏହା ଥିଲା ଚଳିତ ଫିଫା ବିଶ୍ୱକପର ପ୍ରଥମ ବଡ଼ ବିପର୍ଯ୍ୟୟ। ଏହାପୂର୍ବରୁ ଶେଷ ୭ଟି ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ କେବେ ବି ପରାସ୍ତ ହୋଇ ନଥିଲା ଜର୍ମାନୀ। ତେଣୁ ଫୁଟବଲର ଏହି ପାଓ୍ୱାର ହାଉସରେ ବିଜୟ ଏକପ୍ରକାର ନିଶ୍ଚିତ ବୋଲି ଫୁଟବଲ୍  ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। କିନ୍ତୁ ସମସ୍ତ ଗଣିତକୁ ଭୁଲ୍ ସାବ୍ୟସ୍ତ କରି ମ୍ୟାଚକୁ ନିଜ ନାଁରେ କରିଥିଲା ମେକ୍ସିକୋ। ଟୋନି କ୍ରୁସ୍ ଓ ହମେଲ୍ସଙ୍କ ଭଳି ତାରକା ଖେଳାଳି ଅନେକ ସୁଯୋଗ ହାତଛଡ଼ା କରିଥିଲେ। 

ସର୍ବାଧିକ ୫ ଥରର ବିଶ୍ୱ ଚାଂପିଅନ ବ୍ରାଜିଲର ବି ଆରମ୍ଭ ନୈରାଶ୍ୟଜନକ ରହିଛି। ପ୍ରଥମ ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ସ୍ୱିଜରଲ୍ୟାଣ୍ଡ ବ୍ରାଜିଲକୁ  ଜିତିବାକୁ ଦେଇନଥିଲା। ପ୍ରଥମାର୍ଦ୍ଧରେ ୧-୦ରେ ଆଗୁଆ ଥିବା ବ୍ରାଜିଲ୍ କିନ୍ତୁ ଦ୍ୱିତୀୟାର୍ଦ୍ଧରେ ଏହାକୁ ବଜାୟ ରଖିପାରି ନଥିଲା। ଶେଷରେ ମ୍ୟାଚ୍ ୧-୧ରେ ଡ୍ର ରହିଥିଲା। ସ୍ୱିଜରଲାଣ୍ଡର ରଣନୀତି ଆଗରେ ହାର୍ ମାନିଥିଲେ ବ୍ରାଜିଲ୍ ଷ୍ଟାର ଷ୍ଟ୍ରାଇକର ନେମାର। ସେ ଗୋଲ୍ ପୋଷ୍ଚରେ ବଲ୍ ପୁରାଇବାରେ ବିଫଳ ହୋଇଥିଲେ।

 

 

Related story