କଳିଙ୍ଗରେ ହେବାକୁ ଥିବା ଜାତୀୟ କ୍ୟାମ୍ପ ପାଇଁ ହକି ଦଳ, ଓଡ଼ିଶାରୁ ଏମାନେ ଅଛନ୍ତି

ନୂଆଦିଲ୍ଲୀ: ପ୍ରୋ ଲିଗ ହକି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ହେବ। ଜାନୁଆରୀ ୧୮ ଓ ୧୯ରେ ଟିମ ଇଣ୍ଡିଆ ପୁରୁଷ ହକି ଟିମ୍‌ ନେଦରଲ୍ୟାଣ୍ଡସ ବିପକ୍ଷରେ ପ୍ରୋ ଲିଗ ହକି ମ୍ୟାଚ ଖେଳିବ। ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୨ ସପ୍ତାହ ଧରି ଜାତୀୟ କ୍ୟାମ୍ପ ହେବ। ଏହି କ୍ୟାମ୍ପ ପାଇଁ ଆଜି ୩୨ ଜଣିଆ ଟିମ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ, ଅମିତ ରୋହିଦାସ ଓ ଶିଲାନ୍ଦ ଲାକ୍ରା […]

ty

Hemant Lenka
  • Published: Saturday, 28 December 2019
  • , Updated: 28 December 2019, 06:14 PM IST

ନୂଆଦିଲ୍ଲୀ: ପ୍ରୋ ଲିଗ ହକି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ହେବ। ଜାନୁଆରୀ ୧୮ ଓ ୧୯ରେ ଟିମ ଇଣ୍ଡିଆ ପୁରୁଷ ହକି ଟିମ୍‌ ନେଦରଲ୍ୟାଣ୍ଡସ ବିପକ୍ଷରେ ପ୍ରୋ ଲିଗ ହକି ମ୍ୟାଚ ଖେଳିବ।

ଏହା ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ୨ ସପ୍ତାହ ଧରି ଜାତୀୟ କ୍ୟାମ୍ପ ହେବ। ଏହି କ୍ୟାମ୍ପ ପାଇଁ ଆଜି ୩୨ ଜଣିଆ ଟିମ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ, ଅମିତ ରୋହିଦାସ ଓ ଶିଲାନ୍ଦ ଲାକ୍ରା ରହିଛନ୍ତି। ଏହି ୩୨ ଜଣିଆ କୋର ସଦସ୍ୟଙ୍କ ମଧ୍ୟରୁ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଚୂଡ଼ାନ୍ତ ତାଲିକା ଘୋଷଣା ହେବ। ଏହି ୩୨ ଜଣିଆ ଟିମ ମୁଖ୍ୟ କୋଚ ଗ୍ରାହାମ ରେଇଦଙ୍କୁ ରିପୋର୍ଟ କରିବେ।

ହିକି ବିଶ୍ୱକପ ପରେ ଜାତୀୟ ଦଳରୁ ବାଦ ପଡ଼ିଥିବା ଯୁବ ଷ୍ଟ୍ରାଇକର ଦିଲପ୍ରୀତ ସିଂହ ଏହି ୩୨ ଜଣିଆ ସ୍କ୍ୱାଡରେ ସାମିଲ ହୋଇଛନ୍ତି। ସେହିପରି ଯୁବ ଖେଳାଳି ଭାବେ ଶିଲାନ୍ଦ ଲାକ୍ରା, ରାଜକୁମାର ପଲ, ନୀଲମ ସଞ୍ଜୀପ ସେସ ଓ ଦୀପସାନ ତିର୍କୀ ପ୍ରମୁଖ ରହିଛନ୍ତି।

ଏମାନଙ୍କ ବ୍ୟତୀତ କୋର ଗ୍ରୁପରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ଦେଖିବାକୁ ମିଳିଛି। ଏଥିରେ ପିଆର ଶ୍ରୀଜେଶ, କିଷନ ବାହାଦୂର ପାଠକ, ହରମନପ୍ରୀତ ସିଂହ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂହ, ଗୁରିନ୍ଦର ସିଂହ, ଅମିତ ରୋହିଦାସ, କୋଠାଜିତ ସିଂହ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ, ନୀଳକଣ୍ଠ ଶର୍ମା ଓ ବିବେକ ସାରଗତ ପ୍ରସାଦ ରହିଛନ୍ତି।

ଆହତ ଯୋଗୁ ୧୦ ମାସ ହେଲା ଦଳରୁ ବାଦ ପଡ଼ିଥିବା ଅଭିଜ୍ଞ ମିଡଫିଲଡର ଚିଙ୍ଗଲେନସାନ ସିଂହ ମଧ୍ୟ କ୍ରୋର ଗ୍ରୁପରେ ସାମିଲ ହୋଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ଏସଭି ସୁନୀଲଙ୍କ ସମେତ ଆକାଶଦୀପ ସିଂହ, ରମଣଦୀପ ସିଂହ, ସୀମରନଜିତ ସିଂହ, ମନଦୀପ ସିଂହ, ଲଳିତ କୁମାର ଉପାଧ୍ୟାୟ, ଗୁରସାହିବଜୀତ ସିଂହ, ଶମସେର ସିଂହ, ସୁରଜ କରକେର, ଜରମନପ୍ରୀତ ସିଂହ, ଗୁରଜନ୍ତ ସିଂହ ଓ ସୁମିତ ରହିଛନ୍ତି।

Related story